ସପ୍ତାହର ୭ଦିନ ମଧ୍ୟରୁ ମଙ୍ଗଳବାର ଦିନଟି ସଂକଟମୋଚନ ହନୁମାନଙ୍କୁ ସମର୍ପିତ ଅଟେ l ମାନ୍ୟତା ରହିଛି ଯେ ଚିରଞ୍ଜୀବୀ ମହାବୀର ଖୁବ ଶକ୍ତିଶାଳୀ ଅଟନ୍ତି l ତାଙ୍କ ଶକ୍ତି ର ତୁଳନା ନାହିଁ l
ହନୁମାନ ଙ୍କୁ ଭକ୍ତି କରୁଥିବା ବ୍ୟକ୍ତିକୁ ସମସ୍ତ ସଙ୍କଟ ରୁ ମୁକ୍ତି ଦେଇଥାଆନ୍ତି l ହନୁମାନ ଅନେକ ଗୁଡିଏ ଦିବ୍ୟ ଅସ୍ତ୍ର ର ଅଧିକାରୀ ଅଟନ୍ତି l ଯେଉଁଥିରେ ପ୍ରଥମ ସ୍ଥାନରେ ଗଦା ରହିଛି l ହନୁମାନ ଙ୍କ ର କିପରି ଏହି ଗଦା ଅସ୍ତ୍ର ହେଲା l
ହନୁମାନ ଙ୍କ ର ଅସ୍ତ୍ର କିପରି ହେଲା ଗଦା :-
ପୌରାଣିକ ତଥ୍ୟ ଅନୁଯାୟୀ ପିଲାବେଳେ ଯେତେବେଳେ ହନୁମାନ ସୂର୍ଯ୍ୟ ଙ୍କୁ ଫଳ ଭାବି ଖାଇ ଦେଇଥିଲେ , ଏହି ସମୟରେ ସାମଗ୍ର ସଂସାର ଅନ୍ଧକାର ହୋଇ ଯାଇଥିଲା l ସେହି ସମୟରେ ସମସ୍ତ ଦେବତା ବଜରଙ୍ଗବାଲି ଙ୍କ ଶକ୍ତି ସହିତ ଅବଗତ ହୋଇ ଯାଇଥିଲେ l ଶେଷ ରେ ସମସ୍ତ ଦେବାଦେବୀ ହନୁମାନ ଙ୍କୁ ଦିବ୍ୟ ଅସ୍ତ୍ର ପ୍ରଦାନ କରିଥିଲେ l ଏବଂ ହନୁମାନ ଙ୍କୁ କୁବେର ଗଦା ଦେଇଥିଲେ l
ହନୁମାନ ଙ୍କ ବିଶେଷତ୍ୱ: –
ଧନ ର ରାଜା କୁବେର ହନୁମାନ ଙ୍କୁ ଗଦା ଦେବା ସମୟରେ ବରଦାନ ଦେଇଥିଲେ ଯେ ଆପଣ ଯେବେବି ଏହି ଗଦା ନେଇ ଯୁଦ୍ଧ କରିବେ କଦାପି ପରାସ୍ତ ହେବେନାହିଁ l ହନୁମାନ ଙ୍କ ଗଦା ସୁନାରେ ନିର୍ମିତ ହୋଇଥିଲା ଓ ଖୁବ ଶକ୍ତିଶାଳୀ ଥିଲା l ହନୁମାନ ଙ୍କ ଗଦା ର ନାମ ଥିଲା କଉମଦକି l ହନୁମାନ ନିଜ ଗଦା ର ଗୋଟିଏ ପ୍ରହାର ରେ ରାବଣ ର ରଥ ଧ୍ବଂସ ହୋଇଯାଇ ଥିଲା l
ମହାବୀର ହନୁମାନ ଙ୍କୁ ବାମହସ୍ତଗଦାଯୁକ୍ତମ କୁହା ଯାଇଥାଏ l କାହିଁକି ନା ମହାବୀର ବାମ ହସ୍ତ ରେ ଗଦା ଧାରଣ କରି ଥାଆନ୍ତି l ଧାର୍ମିକ ଶାସ୍ତ୍ର ଅନୁସାରେ ହନୁମାନ ଙ୍କୁ ଧର୍ମର ରକ୍ଷା କରିବା ପାଇଁ ଅମରତ୍ୱ ବର ପ୍ରଦାନ କରାଯାଇ ଥିଲା l