Odisha news

କଳିଯୁଗରେ ଏହି ଏହି ୫ଟି ସ୍ଥାନରେ ବିରାଜ ମାନ କରିଛନ୍ତି ପ୍ରଭୁ ହନୁମାନ

0

ତ୍ରେତେୟା ଯୁଗ ସମାପ୍ତ ହେବା ପରେ ଭଗବାନ ଶ୍ରୀରାମ ନିଜର କର୍ତବ୍ୟ ସାରି ବୈକୁଣ୍ଠ ପୂରି ଗମନ କରିବା ସମୟରେ, ଭଗବାନ ହନୁମାନଙ୍କୁ ଭକ୍ତ ଙ୍କା ରକ୍ଷା ନିମିତ୍ତ ଅମରତ୍ୱ ବର ପ୍ରଦାନ କରି ଏହି ପୃଥିବୀ ପୃଷ୍ଠରେ ଛାଡି ଚାଲିଯାଇ ଥିଲେ l କଳିଯୁଗର ଜାଗୃତ ଦେବତା ମହାବୀର ହନୁମାନଙ୍କୁ କୁହାଯାଇ ଥାଏ l କୁହାଯାଏ ଯେ ଯେଉଁ ଭକ୍ତ ସମ୍ପୂର୍ଣ ଶ୍ରଧା ଓ ଭକ୍ତିରେ ମହାବୀର ଙ୍କର ପ୍ରାର୍ଥନା କରିଥାଏ ସେ ତାକୁ ନିଶ୍ଚିତ ଦର୍ଶନ ଦେଇ ଥାଆନ୍ତି l ମହାବୀର ହନୁମାନଙ୍କ କୃପାରୁ ଶ୍ରୀରାମ ଓ ଲକ୍ଷ୍ମଣ ଙ୍କର ଦର୍ଶନ ପ୍ରାପ୍ତି ହୋଇଥାଏ l ମାନ୍ୟତା ରହିଛି ଯେ ଆଜି ମଧ୍ୟ ଏହି ୫ଟି ସ୍ଥାନରେ ହନୁମାନ ବିରାଜମାନ କରିଛନ୍ତି l

* ଗନ୍ଧମାର୍ଦନ ପର୍ବତ –
ଏହି ପର୍ବତ କଳିଯୁଗ ରେ ଭଗବାନ ହନୁମାନ ଙ୍କ ନିବାସ ଅଟେ l ଏହାର ଅନେକ ପ୍ରମାଣ ଅନେକ ସ୍ଥାନରୁ ମିଳିଥାଏ l ମାନ୍ୟତା ରହିଛି ଯେ ଅନେକ ସାଧୁସଂଥ ମଧ୍ୟ ଅନେକ ତପସ୍ୟା କରି ଏଠାରେ ହନୁମାନ ଙ୍କ ଦର୍ଶନ ପାଇଛନ୍ତି l ଏହି ପର୍ବତ କୈଳାସ ପର୍ବତ ର ଉତର ଦିଗରେ ଅବସ୍ଥିତ l ଭଗବାନ ଶ୍ରୀରାମ ଙ୍କ ନିକଟରୁ ଅମରତ୍ୱ ଲାଭ କରି ହନୁମାନ ଏଠାରେ ବାସ କରିଥିଲେ l

* କିସ୍କିନ୍ଧା ଅଂଜନୀ ପର୍ବତ –
ଏହି ପର୍ବତର ଉଲେଖ ରାମାୟଣ ରୁ ମିଳିଥିଲା l କର୍ଣ୍ଣାଟକ ର କୋପାଲ ଓ ବେଲାରୀ ଜିଲ୍ଲା ନିକଟରେ କିସ୍କିନ୍ଧା କ୍ଷେତ୍ର ରେ ମାତା ଅଂଜନୀ ତପସ୍ୟା କରିଥିଲେ l ଭଗବାନ ଶ୍ରୀରାମ ଓ ହନୁମାନଙ୍କ ମିଳନ ମଧ୍ୟ ଏହି ପର୍ବତ ରେ ହୋଇଥିଲା l କୁହାଯାଏ ଯେ କଳିଯୁଗ ରେ ଭଗବାନ ହନୁମାନ ଏହି ପର୍ବତ ଉପରେ ବାସ କରିଥିଲେ l

* ରାମାୟଣ ପାଠ –
ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁଠି ରାମାୟଣ ପାଠ ହୋଇଥାଏ , ସେଠାରେ କୌଣସି ନା କୌଣସି ରୂପରେ ହନୁମାନ ଉପସ୍ଥିତ ହୋଇ ଥାଆନ୍ତି l ତେଣୁ ଅନେକ ସମୟରେ ଦେଖାଯାଇ ଥାଏ ଯେଉଁଠି ରାମାୟଣ ପାଠ ହୋଇଥାଏ ସେଠାରେ ହନୁମାନ ଆସି ଉପସ୍ଥିତ ହୋଇ ଥାଆନ୍ତି l

* ନୀମ କରୋଳୀ ବାବା –
ବାବା ନୀମ କାରୋଲି ଙ୍କ ଭକ୍ତ ତାଙ୍କୁ ସାକ୍ଷାତ ହନୁମାନ ବୋଲି ଭାବି ଥାଆନ୍ତି l ତାଙ୍କ ଭକ୍ତ ମାନେ ତାଙ୍କୁ ହନୁମାନଙ୍କ ର ଅବତାର ବୋଲି ଭାବି ଥାଆନ୍ତି l ବାବା ଙ୍କ ସହିତ ଜଡିତ ଏଭଳି କିଛି ଚମତ୍କାର ରହିଛି, ଯାହା ଭଗବାନ ହନୁମାନ ଙ୍କ ସହିତ ଜଡିତ l

* ରାମ ଭକ୍ତ –
ରାମାୟଣ ରେ ଉଲେଖ ରହିଛି ଯେ ଯେତେବେଳେ ଭଗବାନ ପୃଥିବୀ ଲୋକକୁ ପରିତ୍ୟାଗ କରିଥିଲେ, ସେତେବେଳେ ତାଙ୍କ ସହିତ ଭକ୍ତ ହନୁମାନ ଯିବାକୁ ଚାହୁଁଥିଲେ l କିନ୍ତୁ ପ୍ରଭୁ ଶ୍ରୀରାମ କହିଥିଲେ ଯେତେବେଳେ କଳିଯୁଗ ଧ୍ବଂସ ହେଉଥିବ ଏବଂ ରାମଭକ୍ତ ମାନେ କଷ୍ଟ ପାଉଥିବେ ତାଙ୍କର ଉଦ୍ଧାର ପାଇଁ ତମେ ଏହି ପୃଥିବୀ ପୃଷ୍ଠରେ ରୁହ l

Har Ghar Tiranga

Leave A Reply