Odisha news

ମଙ୍ଗଳବାର ଦିନ ଏହିସବୁ କାର୍ଯ୍ୟକୁ କରିବା ଦ୍ୱାରା ଜୀବନ ରେ ଦେଖା ଦେଇଥାଏ ଦରିଦ୍ରତା

0

ମଙ୍ଗଳବାର ଦିନଟି ହନୁମାନ ଓ ମଙ୍ଗଳ ଗ୍ରହ ସମ୍ବନ୍ଧିତ ଅଟେ l ହିନ୍ଦୁ ଧର୍ମରେ ମଙ୍ଗଳବାର ଦିନ କୁ ନେଇ ଅନେକ ମାନ୍ୟତା ରହିଛି, ପରମ୍ପରା ଓ ନିୟମ ରହିଛି, ଯାହାର ପାଳନ ରୁଷି-ମୁନୀ ମାନେ ଅନେକ ବର୍ଷରୁ କରି ଆସୁଛନ୍ତି l ସମସ୍ତ ହିନ୍ଦୁ ପରିବାର ରେ ଆଜି ମଧ୍ୟ ଏହି ନିୟମକୁ ପାଳନ କରାଯାଉଛି l ହିନ୍ଦୁ ଧର୍ମ ରେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଶୁଭ-ଅଶୁଭ ଦିନ କୁ ନିହାତି ଦେଖା ଯାଇଥାଏ l ଏହି କ୍ରମ ରେ ଯଦି ଦେଖିବା ମଙ୍ଗଳ ବାର ର ଜ୍ୟୋତିଷ ଶାସ୍ତ୍ରରେ ଖୁବ ମହତ୍ୱ ରହିଛି l କିନ୍ତୁ ଶାସ୍ତ୍ର ଅନୁସାରେ କିଛିଟା କାର୍ଯ୍ୟ ମଙ୍ଗଳବାର କରିବା ବର୍ଜିତ ହୋଇଥାଏ l

* ହିନ୍ଦୁ ଧର୍ମରେ ଶାସ୍ତ୍ର ଅନୁସାରେ କେଶ-ନଖ କାଟିବା ଉଚିତ ନୁହେଁ l ମାନ୍ୟତା ରହିଛି ମଙ୍ଗଳବାର ଦିନ କେଶ ଓ ନଖ କାଟିବା ଦ୍ୱାରା ହନୁମାନ ଅସନ୍ତୋଷ ହୋଇ ଥାଆନ୍ତି l ଏହାଦ୍ୱାରା ସୁଖ ଶାନ୍ତି ଦୂରେଇ ଯାଇଥାଏ l

* ମଙ୍ଗଳବାର ଦିନ କେଶ କାଟିବା ଦ୍ୱାରା ଧନ ହାନୀ ହୋଇଥାଏ ଓ ରୋଗ ଗ୍ରାସ କରିଥାଏ l ଜୀବନ ଦୁଃଖମୟ ହୋଇଥାଏ ଏବଂ ଜୀବନ ରେ ମଙ୍ଗଳ ଦୋଷ ଦେଖା ଯାଇଥାଏ l

* ମଙ୍ଗଳବାର ଦିନ ନଖ ଓ କେଶ କାଟିବା ଦ୍ୱାରା ମଙ୍ଗଳ ଦୋଷ ଦେଖାଯାଇ ଶରୀର, ମନ ଓ ଧନ ତିନୋଟି ଉପରେ ପ୍ରଭାବ ପଡିଥାଏ l ଜୀବନ ପ୍ରଭାବିତ ହୋଇଥାଏ l

* ମଙ୍ଗଳବାର ଦିନ କଦାପି କାହାକୁ ଋଣ ଦେବା ଉଚିତ ନୁହେଁ l ଏହାଦ୍ୱାରା ଦରିଦ୍ରତା ଦେଖା ଦେଇଥାଏ ଓ ଘରର ସୁଖ ସମୃଦ୍ଧି ରେ ବାଧା ଆସିଥାଏ l

* ମାନ୍ୟତା ରହିଛି ଯେ ମଙ୍ଗଳବାର ଦିନ ହନୁମାନ ଙ୍କ ନିକଟରେ ଅଖଣ୍ଡ ଦୀପ ଜଳାଇବା ଦ୍ୱାରା ଘରର ସୁଖ ସମୃଦ୍ଧିର ଆଗମନ ହୋଇଥାଏ ଓ ଜୀବନ ସୁଖ ମେ ହୋଇଥାଏ l

* ହନୁମାନ ହେଉଛନ୍ତି ସଙ୍କଟ ନାଶକ , ତେଣୁ ଯଦି ଜୀବନ ରେ ସଙ୍କଟ ଦେଖା ଦେଉଛି ତେବେ ମଙ୍ଗଳବାର ଦିନ ବ୍ରତ କରିବା ଦ୍ୱାରା ଶତୃ ନାଶ ହୋଇଥାଏ, ଦୁର୍ଭାଗ୍ୟ ଦୂର ହୁଏ, ମଙ୍ଗଳ ଦୋଷ ଦୂର ହୋଇଥାଏ l

Nalco

Leave A Reply