ମଙ୍ଗଳବାର ଦିନ ଟି ପବନ ପୁତ୍ର ହନୁମାନ ଙ୍କୁ ସମର୍ପିତ ଅଟେ l ଯଦି ଆମେ ଶାରୀରିକ କଷ୍ଟ ଓ ବ୍ୟାଧି ଭୋଗ କରୁଚୁ ତେବେ ମଙ୍ଗଳବାର ଦିନ ହନୁମାନ ଙ୍କୁ ପୂଜା କରିବା ଜରୁରୀ ଅଟେ l ଶତ୍ରୁ ଭୟ ଦୂର ହେବା ସହିତ ବିଘ୍ନ ଦୂର ହୋଇଥାଏ l
* ହନୁମାନ ଚାଳିଶା ପାଠ କରିବା ଉଚିତ –
ଯଦି କୌଣସି ବ୍ୟକ୍ତି ନିଜର କୁକର୍ମ ର ଫଳ ସ୍ୱରୂପ ବନ୍ଦୀ ଜୀବନ ଭୋଗ କରୁଛି ତେବେ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ l ଯଦି ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବେ ତେବେ ବନ୍ଦୀ ରୁ ମୁକ୍ତି ମିଳିବ l ୧୦୮ ଥର ହନୁମାନ ଚାଳିଶା ପାଠ କରନ୍ତୁ l
* ବଜରଙ୍ଗ ବାଣ ପାଠ କରନ୍ତୁ –
ବଜରଙ୍ଗ ବାଣ ଶତ୍ରୁ ମାନଙ୍କ କୂଚକ୍ର ରୁ ରକ୍ଷା କରିଥାଏ l ମନକୁ ସ୍ଵଛ ରଖି ପାଠ କରିବା ଦ୍ୱାରା ବଜରଙ୍ଗ ବାଣ ଶତ୍ରୁ ମାନଙ୍କର ବିନାଶ ହୋଇଥାଏ l କିନ୍ତୁ ଏହାକୁ ଗୋଟିଏ ସ୍ଥାନରେ ବସି ପାଠ କରିବା ଦ୍ୱାରା ଜୀବନ ର ସମସ୍ତ ଉଦେଶ୍ୟ ପୂର୍ଣ୍ଣ ହୋଇଥାଏ l
* ହନୁମାନ ଙ୍କ ଆରାଧନା ଦ୍ୱାରା ମିଳିଥାଏ ଶନି ଦୋଷ ଦୂର ହୋଇଥାଏ –
ହନୁମାନ ଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ରହିଥାଏ ସେହି ବ୍ୟକ୍ତି ଉପରେ ଯମରାଜ ଓ ଶନିଦେବ ଙ୍କ କୃର ଦୃଷ୍ଟିରୁ ମୁକ୍ତି ମିଳିଥାଏ l ଏହାଦ୍ୱାରା ଶନି ଦୋଷ ରୁ ମୁକ୍ତି ମିଳିଥାଏ l ତେଣୁ ମଙ୍ଗଳବାର ଦିନ ସୁନ୍ଦରା କାଣ୍ଡ ପାଠ କରିବା ଦ୍ୱାରା ଶନି ଦୋଷ ଦୂର ହୋଇଥାଏ l
* ହନୁମାନ ବାହୁକ –
ଯଦି ମଙ୍ଗଳବାର ଦିନ ହନୁମାନ ବାହୁକ ପାଠ କରିବେ ତେବେ ରୋଗ ବ୍ୟାଧି ଦୂର ହୋଇଥାଏ l ଶରୀରର ସମସ୍ତ ପୀଡା ଦୂର ହୋଇଥାଏ ଓ ଦୁଃଖରୁ ମୁକ୍ତି ମିଳିଥାଏ l
* ହନୁମାନ ଚାଳିଶା –
ପ୍ରତି ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଜିବନର ବାଧା ବିଘ୍ନ ଦୂର ହୋଇଥାଏ ଓ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l ସମସ୍ତ କଷ୍ଟ ଦୁଃଖ ଦୂର ହୋଇଥାଏ l