ରମଭକ୍ତ ହନୁମାନଙ୍କର ଅନେକ ଗୁଡିଏ ନାମ ରହିଛି ଯେପରିକି ମାରୁତି ନନ୍ଦନ ,ପବନ ପୁତ୍ର ଓ ସଂକଟମୋଚନ ଇତ୍ୟାଦି l ହନୁମାନଙ୍କୁ ଭଗବାନ ଶିବଙ୍କର ଏକାଦଶ ରୁଦ୍ର ଅବତାର କୁହାଯାଏ ଓ ତାଙ୍କର ଜନ୍ମ ଅନେକ ପୌରାଣିକ କଥାରେ ଉଲେଖ କରାଯାଇଛି l ଆଜିର କାହାଣୀରେ ଆମେ ହନୁମାନଙ୍କର ଜନ୍ମ କଥା ବିଷୟରେ କହୁଛୁ l ହନୁମାନଙ୍କର ଜନ୍ମ କଥା ବହୁତ ରୋଚକ ଅଟେ l ସେ ମାତା ଅଂଜନୀ ଓ ବନରରାଜ କେଶରୀଙ୍କର ପୁତ୍ର ଥିଲେ l କୁହାଯାଏ ଯେ ତାଙ୍କର ଜନ୍ମ କୌଣସି ସାଧାରଣ ସଂଯୋଗରେ ହୋଇ ନଥିଲା ,ବରଂ ସମସ୍ତ ଦେବତା ଗଣ ,ନକ୍ଷତ୍ର ଓ ସମସ୍ତ ଭଗବାନଙ୍କ ଆଶୀର୍ବାଦ ଦ୍ୱାରା ପୃଥିବୀରୁ ପାପର ବିନାଶ କରିବା ପାଇଁ ହୋଇଥିଲା l
ମାନ୍ୟତା ଅନୁସାରେ ମାତା ଅଂଜନୀଙ୍କୁ ବରଦାନ ମିଳିଥିଲା କି ତାଙ୍କ ଗର୍ଭରୁ ଜନ୍ମ ହେବା ପୁତ୍ର ଶିବଙ୍କର ଅଂଶ ଅଟେ l ଏହା ବ୍ୟତୀତ ଆହୁରି ଗୋଟିଏ ମାନ୍ୟତା ଏହା ମଧ୍ୟ ରହିଛି ଯେ ଯେତେବେଳେ ହନୁମାନଙ୍କର ଜନ୍ମ ହେଲା ସେତେବେଳେ ରାବଣଙ୍କ ଘରେ ମଧ୍ୟ ଗୋଟିଏ ପୁତ୍ର ଜନ୍ମ ନେଇଥିଲା l ଏହି ସଂଯୋଗ ଦୁନିଆରେ ଭଲ ଓ ଖରାପର ସନ୍ତୁଳନକୁ ରଖିବା ପାଇଁ କରାଯାଇଥିଲା l ଏହା ସତ୍ୟ ଯୁଗର କଥା ଅଟେ ,ଯେତେବେଳେ ମାତା ଅଂଜନୀ ଗୋଟିଏ ଜଙ୍ଗଲରେ ବସି ପୁତ୍ରପ୍ରାପ୍ତି ପାଇଁ ଭଗବାନ ଶିବଙ୍କୁ ପୂଜା କରୁଥିଲେ l
ସେ ହାତ ଯୋଡି ଆଖି ବନ୍ଦ କରି ତପସ୍ୟାରେ ଲୀନ ଥିଲେ l ସେତେବେଳେ ତାଙ୍କ ଆଗରେ ଥୁଅ ହୋଇଥିବା ଗୋଟିଏ ପାତ୍ରରେ ଏକ ଫଳ ଆସି ପଡିଲା l ମାତା ଅଂଜନୀ ସେହି ଫଳଟିକୁ ପ୍ରସାଦ ଭାବରେ ଦେଖି ସେବନ କରିଥିଲେ l ଯେତେବେଳେ ଅଂଜନୀ ତପସ୍ୟାରେ ଲୀନ ଥିଲେ ସେହି ସମୟରେ ଅଯୋଧ୍ୟାର ରାଜା ଦଶରଥ ପୁତ୍ର ପ୍ରାପ୍ତି ପାଇଁ ଶିବଙ୍କ ଯଜ୍ଞ କରୁଥିଲେ l ଏହି ଯଜ୍ଞ ପରେ ରୁଷି ମାନେ ରାଜା ଦଶରଥଙ୍କୁ ତିନି ରାଣୀଙ୍କ ପାଇଁ ଫଳ ଦେଇଥିଲେ ଯାହାକୁ ଖାଇବା ପରେ ସେମାନେ ପୁତ୍ରଲାଭ କରିଥିଲେ l କୁହାଯାଏ ଯେ ଏହି ଫଳରୁ ଗୋଟିଏ ଫଳକୁ ଗୋଟିଏ ଚଢେଇ ଉଠାଇ ନେଇ ଉଡ଼ିଗଲା ,ଯାହା ମାତା ଅଂଜନୀଙ୍କ ଆଗରେ ଖସି ପଡିଥିଲା l ସେହି ଫଳଟିକୁ ମତ ଅଂଜନୀ ଗ୍ରହଣ କରି ହନୁମାନଙ୍କୁ ଜନ୍ମ ଦେଲେ l
Comments are closed.