Odisha news

ଆଜି ହେଉଛି ଗୁରୁ ଦିବସ : ଆସନ୍ତୁ ଜାଣିବା ଦେଶର ପ୍ରଥମ ମହିଳା ଶିକ୍ଷୟତ୍ରୀ କିଏ ଥିଲେ 

0
ସାରା ଭାରତ ରେ ସେପ୍ଟେମ୍ବର ୫ ତାରିଖ ଦିନ ଟିକୁ ଗୁରୁଦିବସ ଭାବରେ ପାଳନ କରାଯାଇ ଥାଏ  l ଏହିଦିନ ସର୍ବ ପଲ୍ଲୀ ରାଧା କିଶନ ଙ୍କ ଜନ୍ମଦିନ ଅଟେ l
ପିତାମାତା ହେଉଛନ୍ତି ଜୀବନ ର ପ୍ରଥମ ଗୁରୁ ଯିଏ କି ଆମକୁ ଜୀବନ କୁ ପ୍ରକୃତ ଶିକ୍ଷା ଦେଇଥାଆନ୍ତି l ଏବଂ ଈଶ୍ୱର ଙ୍କ ସ୍ଥାନର ଅଟନ୍ତି l ଏହାପରେ ଗୋଟିଏ ପିଲା ଜୀବନ ରେ ମୁଖ୍ୟ ଭୂମିକା ଗ୍ରହଣ କରି ଥାଆନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ, ଯେତେବେଳେ ପିଲାଟିଏ ଘର ଛାଡି ଓ ପିତାମାତାଙ୍କୁ ଛାଡି ବିଦ୍ୟାଳୟ ରେ ପାଦ ଥାପିଥାଏ, ସେତେବେଳେ ତାର ଜୀବନ କୁ ଗଢି ତୋଳିଥାଆନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ l ଯିଏକି ଜିବନର ଗୂଢ଼ ରହସ୍ୟ କୁ ବୁଝାଇ ଥାଆନ୍ତି l ସେଥି ମଧ୍ୟରୁ ଜଣେ ହେଉଛନ୍ତି ସାବିତ୍ରୀବାଈ ଫୁଲେ ଲକ୍ଷ୍ମୀ, ଯିଏକି ଖାଣ୍ଡଜି ନେବାସେ ପାଟିଲ ଙ୍କର ସବୁଠୁ ଛୋଟ ଝିଅ ଥିଲେ l ଯିଏ କି ୯ବର୍ଷ ବୟସ ରେ ଜ୍ୟୋତି ରାଓ ଫୁଲେ ଙ୍କୁ ବିବାହ କରିଥିଲେ l ଗୋଟିଏ ଧାରାରେ ସାବିତ୍ରୀ ବାଇ ପ୍ରଥମ ମହିଳା ଶିକ୍ଷିକା ସହିତ ସମାଜ ସୁଧାରକ ବା ସମାଜ ସେବି ଥିଲେ l
ସାବିତ୍ରୀ ବାଇ ଫୁଲେ ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉଠାଇଥିଲେ l ସେ କଲମ ର ସିପାହୀ କୁ ଏହି ସମାଜ ବିରୁଧ ରେ ସ୍ୱର ଉତୋଳନ କରିବା ପାଇଁ ଶିକ୍ଷା ଦେଇଥିଲେ l ଯାହାକି ମହିଳା ସଶକ୍ତୀକରଣ ପାଇଁ ଗୋଟିଏ ଅସ୍ତ୍ର ଭାବରେ ଠିଆ ହୋଇଥିଲା l ଖୁବ କମ ଲୋକ ଜାଣିଛନ୍ତି ଦେଶର ପ୍ରଥମ ମହିଳା ଶିକ୍ଷୟତ୍ରୀ ପିଲାଟି ଦିନରୁ ପାଠ ପଢି ନଥିଲେ l ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ପାଠ ପଢ଼ାଇଥିଲେ l ଏହାପରେ ସେ ନିଜକୁ ଟିଚର ଟ୍ରେନିଙ୍ଗ ପୋଗ୍ରାମ ପାଇଁ ରେଜିଷ୍ଟର କରାଇଥିଲେ l ସାବିତ୍ରୀବାଈ ପ୍ରଥମ ଭାରତୀୟ ମହିଳା ଶିକ୍ଷୟତ୍ରୀ ହୋଇ ସମ୍ମାନୀୟା ହୋଇଥିଲେ l
ସେ ନିଜ ସ୍ୱାମୀଙ୍କ ସହିତ ମିଶି ୧୮୪୮ ରେ ଭିଡ଼େ ବାଡା ରେ ଝିଅ ମାନଙ୍କ ପାଇଁ ଭାରତର ପ୍ରଥମ ସ୍କୁଲ ଆରମ୍ଭ କରିଥିଲେ l ସାବିତ୍ରୀବାଇ ଫୁଲେ ନିଜ ସ୍ୱାମୀଙ୍କ ସହିତ ମିଶି ବିଭିନ୍ନ ଜାତିର ପିଲାଙ୍କ ପାଇଁ ୧୮ଟି ସ୍କୁଲ ଖୋଲିଥିଲେ l ୧୮୫୨ ରେ ବ୍ରିଟିଶ ସରକାର ଶିକ୍ଷା କ୍ଷେତ୍ରରେ ତାଙ୍କ ପରିବାରର ଯୋଗଦାନ ପାଇଁ ବିଶେଷ ସମ୍ମାନିତ କରିଥିଲେ ଓ ସାବିତ୍ରୀ ବାଈଙ୍କୁ ସର୍ବଶ୍ରେଷ୍ଠ ଶିକ୍ଷିକା ନାମ ଦେଇଥିଲେ l ୧୮୫୫ ରେ କୃଷକ ଓ ଶ୍ରମିକ ଙ୍କ ପାଇଁ ଗୋଟିଏ ରାତ୍ରୀର ବିଦ୍ୟାଳୟ ଆରମ୍ଭ କରିଥିଲେ l ସାବିତ୍ରୀବାଇ ଫୁଲେ ଙ୍କର ମାର୍ଚ୍ଚ ୧୦ ୧୮୯୭ ରେ ଦେହାନ୍ତ ହୋଇଥିଲା l
Har Ghar Tiranga

Leave A Reply