Odisha news

ଗରୁଡ଼ ପୁରାଣ ଅନୁସାରେ ଅହଂକାରୀ ଓ କ୍ରୋଧୀ ବ୍ୟକ୍ତି ନିକଟରେ ଲକ୍ଷ୍ମୀ ସ୍ଥିର ହୋଇ ରୁହନ୍ତି ନାହିଁ

0

ଗରୁଡ଼ ପୁରାଣ ରେ କିଛି ଏଭଳି କାର୍ଯ୍ୟ ର ବର୍ଣନା କରାଯାଇଛି, ଯାହାକି ମଣିଷ ଜୀବନ ପାଇଁ ଖୁବ ଜରୁରୀ l ଗରୁଡ଼ ପୁରାଣ ବିଶେଷ ଭାବରେ ମଣିଷ ଜୀବନ ର ସତ୍ୟତା ପ୍ରତିପାଦିତ ହୋଇଥାଏ l କୁହାଯାଏ ଯେ ମୃତ୍ୟୁ ପରବର୍ତୀ ସମୟରେ କଣ ସବୁ ଘଟିଥାଏ ମଣିଷ ଜୀବନ ରେ ତାହା ଗରୁଡ଼ ପୁରାଣ ରେ ବର୍ଣିତ ହୋଇଥାଏ l

– ଗରୁଡ଼ ପୁରାଣ ଅନୁସାରେ ମଣିଷ ସର୍ବଦା ନିଜ ଓଜନ ଅନୁସାରେ ଦାନ କରିବା ଜରୁରୀ l ଆବଶ୍ୟକତା ଠାରୁ ଅଧିକ ଦାନ ମଣିଷ କୁ ଦରିଦ୍ରତା ଆଡକୁ ଟାଣି ନେଇଥାଏ l ଏବଂ ମଣିଷ ସବୁବେଳେ ଉଚିତ ପାତ୍ର ରେ ଦାନ କରିବା ଆବଶ୍ୟକ l ଅପାତ୍ର ରେ ଦାନ ଦ୍ୱାରା ଜୀବନ ରେ ବିଭିନ୍ନ ଅସୁବିଧା ଦେଖା ଦେଇଥାଏ l

– ମଣିଷ ସର୍ବଦା ଦାନ କରିବା ସମୟରେ ସ୍ଵଚ୍ଚ ମନ ରେ ରହିବା ଆବଶ୍ୟକ l କୁଣ୍ଠିତ ହୋଇ କଦାପି ଦାନ ଦେବା ଆବଶ୍ୟକ ନୁହେଁ l ଏହାଦ୍ୱାରା ଦାନ ର ଓଲଟା ପ୍ରଭାବ ଜୀବନ ଉପରେ ପଡିଥାଏ l

– ଗରୁଡ଼ ପୁରାଣ ଅନୁସାରେ ମଣିଷ ସବୁବେଳେ ସଚୋଟତା ର ସହିତ ଧନ ଅର୍ଜନ କରିବା ଜରୁରୀ l କାହିଁକି ନା ଲୋଭ ର ବଶବର୍ତ୍ତୀ ହୋଇ ଅର୍ଜନ କରିଥିବା ଧନ କଦାପି ସତ କାର୍ଯ୍ୟ ରେ ଲାଗି ନଥାଏ l ଏବଂ ଚୋରୀ କିମ୍ବା ଅସତ ଉପାୟ ରେ ଅର୍ଜିତ ଧନ କୁ ଭଲ କାର୍ଯ୍ୟ ରେ ନିୟୋଜିତ କରିବା ଦ୍ୱାରା ଜୀବନ ରେ ଦୁଃଖ ଦୁର୍ଦଶା ଦେଖା ଦେଇଥାଏ l ଏବଂ ଏଭଳି ବ୍ୟକ୍ତି ଙ୍କ ନିକଟରେ ସର୍ବଦା ଦରିଦ୍ରତା ଲାଗି ରହିଥାଏ l

– ଗରୁଡ଼ ପୁରାଣ ଅନୁସାରେ ମଣିଷ କଦାପି ପଇସାର ଅହଂକାର କରିବା ଉଚିତ ନୁହେଁ l ଯେଉଁମାନେ ଧନ ର ଅହଂକାର କରି ଥାଆନ୍ତି ସେମାନଙ୍କ ନିକଟରେ କଦାପି ମାଲକ୍ଷ୍ମୀ ରୁହନ୍ତି ନାହିଁ l

– ଗରୁଡ଼ ପୁରାଣ ଅନୁସାରେ ନିୟମିତ ମତ ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ତୁଳସୀ ପୂଜା ଘରେ କରିବା ଜରୁରୀ l ଯେଉଁ ଘରେ ଲକ୍ଷ୍ମୀ ଙ୍କୁ ପୂଜାର୍ଚନା କରାଯାଇ ଥାଏ ସେହି ଗୃହ ରେ ସୁଖସମୃଦ୍ଧି ର ବାସ ହୋଇଥାଏ l

Nalco

Leave A Reply