Odisha news

ଗୁରୁବାର ରେ ସ୍ତ୍ରୀ ମାନେ କାହିଁକି ସ୍ୱାମୀଙ୍କ ହାତରୁ ସିନ୍ଦୁର ଲଗାଇବା ଜରୁରୀ, କଣ ରହିଛି ଏହାର ଶାସ୍ତ୍ର ରେ ମାନ୍ୟତା ?  

0

ସନାତନ ଧର୍ମ ରେ ବିବାହ ପରେ ମୁଣ୍ଡରେ ସିନ୍ଦୁର ଧାରଣ କରିବା ସୌଭାଗ୍ୟ ର ପ୍ରତୀକ ଅଟେ, ସିନ୍ଦୁର କେବଳ ସ୍ୱାମୀଙ୍କୁ ଦୀର୍ଘାୟୁ କରି ନଥାଏ , ବରଂ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ନିବିଡ଼ତା ବୃଦ୍ଧି କରିଥାଏ l ସିନ୍ଦୁର ଗୋଟିଏ ବିବାହିତା ନାରୀର ବଡ଼ ଅଳଙ୍କାର ଅଟେ l ଯେବେବି ଆପଣ ସିନ୍ଦୁର ମସ୍ତକରେ ଧାରଣ କରୁଛନ୍ତି ସେତେବେଳେ ମାତା ପାର୍ବତୀ ଙ୍କୁ ଧ୍ୟାନ କରନ୍ତୁ l କାହିଁକି ନା ମାତା ପାର୍ବତୀ ହେଉଛନ୍ତି ଅଖଣ୍ଡ ସୌଭାଗ୍ୟ ର ବରଦାନ l

ସାଧାରଣ ଭାବରେ ଆମେ ଜାଣିଚୁ ବିବାହ ଦିନ ସ୍ୱାମୀ ନିଜ ସ୍ତ୍ରୀଙ୍କ ମସ୍ତକ ରେ ସିନ୍ଦୁର ଦେଇ ଥାଆନ୍ତି , ଏହାପରେ ପ୍ରତ୍ୟେକ ମହିଳା ନିଜ ହାତରେ ମସ୍ତକରେ ସିନ୍ଦୁର ଲଗାଇ ଥାଆନ୍ତି, କିନ୍ତୁ ଶାସ୍ତ୍ର ଦୃଷ୍ଟିରେ ଯଦି ଆପଣ ପ୍ରତିଦିନ ସ୍ୱାମୀଙ୍କ ହାତରୁ ସିନ୍ଦୁର ଲଗାଇ ପାରୁ ନାହାନ୍ତି ସପ୍ତାହ ରେ ଗୋଟିଏ ଦିନ ଗୁରୁବାର ରେ ନିଜ ସ୍ୱାମୀଙ୍କ ହାତରୁ ସିନ୍ଦର ଲଗାନ୍ତୁ l ଏହାଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l

ଶାସ୍ତ୍ର ମତରେ କିଛିଟା ବିଶେଷ ଦିନ ସାବିତ୍ରୀ ବ୍ରତ, ମହାଷ୍ଟମୀ ବ୍ରତ ଏବଂ ଅନ୍ୟ କିଛି ପୂଜା ବ୍ରତ ରେ ଯଦି ଆପଣଙ୍କ ସ୍ୱାମୀଙ୍କ ହାତରୁ ସିନ୍ଦୁର ଲଗାଉଛି ତେବେ ଏହା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ନିବିଡ଼ତା ଆଣିଥାଏ, ଏବଂ ସ୍ୱାମୀଙ୍କ ସହିତ ଆପଣଙ୍କ ଜୀବନ ର ମଧ୍ୟ ସମସ୍ତ କଷ୍ଟ ଦୂର ହୋଇଥାଏ l

ମହିଳାମାନେ କେଶ ଧୋଇବା ପରେ ତୁରନ୍ତ ପରେ ମସ୍ତକ ରେ ସିନ୍ଦୁର ଧାରଣ କରି ନିଅନ୍ତି, କିନ୍ତୁ ଓଦା କେଶ ରେ ସିନ୍ଦୁର ତୁରନ୍ତ ଲଗାଇବା ଦ୍ୱାରା ସୌଭାଗ୍ୟ ରେ ବାଧା ଆସିଥାଏ ଏବଂ ନକାରାତ୍ମକ ପ୍ରଭାବ ପଡିଥାଏ ଓ ଧନହାନୀ ହୋଇଥାଏ l

ଯଦି ମସ୍ତକ ରେ ସିନ୍ଦୁର ଧାରଣ କରିବା ସମୟ ରେ ନାକ କିମ୍ବା କପାଳ ରେ ପଡିଥାଏ ତେବେ ଏହା ଶୁଭ ହୋଇଥାଏ l ଏହାର ଅର୍ଥ ହେଉଛି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରମ ର ବନ୍ଧନ ଅଧିକ ନିବିଡ଼ ଅଟେ l ସିନ୍ଦୁର ସର୍ବଦା ଡାହାଣ ହାତରେ ଲଗାଇବା ଜରୁରୀ, ବାମ ହାତରେ ଲଗାଇଲେ ଲକ୍ଷ୍ମୀଙ୍କ ଅନାଦର ହୋଇଥାଏ l ଯାହାକି ଜୀବନ ରେ ଦୁଃଖ ଆଣିଥାଏ l

Leave A Reply