ଅଭିଷେକ ବଚନ ଓ ଐଶ୍ୱର୍ଯ୍ୟା ରାୟ ନେବେ କି ଗ୍ରେ ଡିଭୋର୍ସ ! ଆଜିକାଲି ଦୀର୍ଘଦିନ ର ବିବାହ ପରେ କାହିଁକି ନେଉଛନ୍ତି ଗ୍ରେ ଡିଭୋର୍ସ
ଅଭିଷେକ ବଚନ ଓ ଐଶ୍ୱର୍ଯ୍ୟା ରାଏଙ୍କ ସମ୍ପର୍କ କୁ ନେଇ ଅନେକ କଥା ଶୁଣିବାକୁ ପଡୁଛି ଏବଂ ଏହି ଖବର ମଧ୍ୟରେ ଗ୍ରେ ଡିଭୋର୍ସ ଚର୍ଚ୍ଚାର ବିଷୟ ପାଲଟିଛି l ବର୍ତମାନ ଉଭୟଙ୍କ ପ୍ରଶଂସକ ଏହି କଥାକୁ ନେଇ ଚିନ୍ତାରେ ଅଛନ୍ତି ଯେ ବୋଧହୁଏ ଐଶ୍ଵର୍ଯ୍ୟl ଓ ଅଭିଷେକ ଗ୍ରେ ଡିଭୋର୍ସ ନେଇ ପାରନ୍ତି l
କିନ୍ତୁ ଏହି ଗ୍ରେ ଡିଭୋର୍ସ କଣ ?
ଗ୍ରେ ଡିଭୋର୍ସ ବିଶେଷ ଭାବରେ ୫୦ ବର୍ଷ କିମ୍ବା ତଦୁର୍ଧ୍ୱ ବୟସର ବ୍ୟକ୍ତିଙ୍କ ମଧ୍ୟରେ ହୋଇଥାଏ , ଯଦି ଆମ ଦେଶରେ ଗ୍ରେ ଡିଭୋର୍ସ ର କଥା କହିବା ତେବେ ଅନେକ ଚଳଚିତ୍ର ଜଗତର ବ୍ୟକ୍ତି ବିଶେଷ ରହିଛନ୍ତି ଯେଉଁମାନେ କି ଗ୍ରେ ଡିଭୋର୍ସ ନେଇ ଛନ୍ତି l ଯେପରିକି କମଳ ହାସନ, ଅମୀର ଖାନ , ଅରବାଜ ଖାନ , ଆଶିଷ ବିଦ୍ୟାର୍ଥୀ ଏଭଳି ଅନେକ ବ୍ୟକ୍ତି ରହିଛନ୍ତି l
ଗ୍ରେ ଡିଭୋର୍ସ ର କାରଣ –
– ଗୋଟିଏ ନିର୍ଦ୍ଧିଷ୍ଟ ବୟସ ପରେ ଯେତେବେଳେ ଦମ୍ପତି ନିଜର ଦାୟିତ୍ୱ ସମ୍ପର୍ଣ କରିବା ପରେ ଫ୍ରି ହୋଇ ଯାଇ ଥାଆନ୍ତି , ସେତେବେଳେ ତାଙ୍କ ପିଲାମାନେ ବଡ଼ ହୋଇ ଅନ୍ୟତ୍ର ରହିବାକୁ ଲାଗନ୍ତି, ସେତେବେଳେ ସେମାନଙ୍କୁ ନିଜ ପାର୍ଟନର ନିକଟରୁ ଇମୋସନାଲ କନେକ୍ସନ ଆବଶ୍ୟକ ହୋଇଥାଏ l ଯଦି ପାର୍ଟନର ନିକଟରୁ ସେହି ଆଟେନ୍ସନ୍ ପାଆନ୍ତି ନାହିଁ ଏକୁଟିଆ ହୋଇ ଯାଆନ୍ତି ଯାହାକି ଅସହନୀୟ ହୋଇଥାଏ l ଏହି ସ୍ଥିତି ଡିଭୋର୍ସ ର କାରଣ ହୋଇଥାଏ l
– ଚାକିରିରୁ ଅବସର ନେବା ପରେ ଆର୍ଥିକ ଅସୁବିଧା କାରଣରୁ ଅନେକ ସମୟ ରେ ଝଗଡା ହୋଇଥାଏ, ଏବଂ ଏପରି ସ୍ଥିତିରେ ଦମ୍ପତି ଉଭୟ ଉଭୟଙ୍କ ଭୁଲ କୁ ଗ୍ରହଣ କରନ୍ତି ନାହିଁ l ଯାହାକି ଡିଭୋର୍ସ ର କାରଣ ହୋଇଥାଏ l
– ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସମ୍ବନ୍ଧ ରେ ଫାଟ ସୃଷ୍ଟି କରିଥାଏ, ଯେପରିକି ଦମ୍ପତିଙ୍କ ମଧ୍ୟରୁ କେହି ଯଦି ରୋଗ ଗ୍ରସ୍ତ ହୋଇଥାଏ ଓ ଠିକ ଭାବରେ କୌଣସି କାର୍ଯ୍ୟ କରିପାରି ନଥାଏ ଏହା ଝଗଡା ର ରୂପ ନେଇଥାଏ l ଯାହାକି ସମ୍ପର୍କ କୁ ଦୁର୍ବଳ କରିଥାଏ ଓ କଥା ଡିଭୋର୍ସ ରେ ପହଂଚିଥାଏ l
– ବିବାହ ରେ ଧୋକା ମିଳିବା ଏହା ଯେ କୌଣସି ବୟସରେ ମଧ୍ୟ ହୋଇପାରେ , ଯାହାକି ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ମଧ୍ୟ ଡିଭୋର୍ସ ର କାରଣ ହୋଇପାରେ l ଧୋକା ରେ ଡିଭୋର୍ସ ଯେ କୌଣସି ବୟସରେ ହୋଇଥାଏ l