Odisha news

ଜାତୀୟ ମାନବାଧିକାର ସାମାଜିକ ନ୍ୟାୟ ପରିଷଦ ଓଡିଶା ପାଇଁ ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲେ ପ୍ରଦୀପ୍ତ

0
ଗୋପ : ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ପୟରା ପଞ୍ଚାୟତ ବାସୁଦେବପୁରଗାଁ ଚିତ୍ରସେନ ନାୟକଙ୍କ ପୁଅ ପ୍ରଦୀପ୍ତ କୁମାର ନାୟକ  ଜାତୀୟ ମାନବାଧିକାର ( ସାମାଜିକ ନ୍ୟାୟ ପରିଷଦ ) ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ବିଭିର୍ଣ ମହଲରୁ ଶୁଭେଚ୍ଛାର ସୁଅଛୁଟିଛି l ପ୍ରଦୀପ୍ତ ଜଣେ ଚାଷୀ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି ଆଉ ପଛକୁ ଚାହଁନାହାନ୍ତି। ଗୋପ କଲେଜରୁ କଳାରେ ଯୁକ୍ତ ତିନି ଅଧ୍ୟୟନ କରୁଥିବା ସମୟରେ  ଜାତୀୟ ସେବା ଯୋଜନାରେ ଅନୁପ୍ରାଣିତ ହୋଇ ନିଜର ସେବାକାର୍ଯ୍ୟ ଆରମ୍ଭ କରିଥିଲେ | ପରବର୍ତ୍ତୀ ପର୍ଯ୍ୟାୟରେ  ଉର୍ଜାବାନ ଓଡିଶା , ଆଟା, ଏମ, ବି, ସି,ସାହିଭାଈ, ଭଳି ଓଡ଼ିଶାର ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ରହିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଅସହାୟ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇ ପ୍ରଶାସନିକ ସ୍ତରରେ ଅବଗତ କରାଇଥାନ୍ତି  l  ନିଜର ସେବା କାର୍ଯ୍ୟ ସହିତ ଅସହାୟ ରୋଗୀଙ୍କୁ କିପରି ସ୍ୱାସ୍ଥ୍ୟ ସେବା ଦିଆଯାଇପାରିବ ସେଥିପାଇଁ ସଦାସର୍ବଦା ତତ୍ପରତା ଅବଲମ୍ବନ କରୁଥିଲେ l  ରକ୍ତ ଦାନ ଶିବିର ଆୟୋଜନ କରିବା ସହିତ ରକ୍ତର  ଆବଶ୍ୟକତା ପଡୁଥିବା ଗରିବ ରୋଗୀଟି କିପରି ରକ୍ତ ପାଇପାରିବ   ସେଥିପାଇଁ ସଦା ଚେଷ୍ଟିତ   l ସମାୟାନୁ ବର୍ତିତ  ଡିଜିଟାଲ ଦୁନିଆରେ  ଟ୍ୱିର୍ଟର   ମାଧ୍ୟମରେ କିପରି  ସାଧାରଣ ଲୋକଙ୍କ ସମସ୍ୟା କୁ ପ୍ରଶାସନ ପାଖରେ ପହଞ୍ଚାଇ ତାହାର ସମାଧାନ କରିବା ଏଭଳି ଅନେକ କାର୍ଯ୍ୟ କରିଆସୁଛନ୍ତି | ସେଥିପାଇଁ ତାଙ୍କୁ  ଅନେକ ସଂଗଠନ ତରଫରୁ ରକ୍ତବୀର,ସେବାରତ୍ନ,ଏଭଳି ଅନେକ ସମ୍ମାନରେ ସନ୍ମାନିତ ହୋଇଛନ୍ତି l ସମଗ୍ର ପୁରୀ ଜିଲ୍ଲା  ପାଇଁ ଗୌରବ ମଧ୍ୟ ଆଣିଛନ୍ତି  l ତାଙ୍କୁ ଗତ  ୧୧-୧୦-୨୦୨୩ ରିଖରେ  ଜାତୀୟ ମାନବାଧିକାର (ଭାରତୀୟ ସମାଜିଜ ନ୍ୟାୟ ପରିଷଦ) ଗ୍ଲୋବାଲ ତରଫରୁ  ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବାରୁ  ଭାରତୀୟ ସମାଜିଜ ନ୍ୟାୟ ପରିଷଦକୁ ଶ୍ରୀ ନାୟକ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି|
Nalco

Leave A Reply