Odisha news

ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଉଥିବା ସମୟରେ  ବିଏସଏଫ ଯବାନ ପ୍ରତାପ ରଞ୍ଜନ ପରିଡାଙ୍କ ଏକ ବାମ୍ଫି ବା କୂଅରେ ପଡି ମୃତ୍ୟୁ।

0
ଗୋପ : ଦେଶ ହରାଇଲା ବୀର ଯବାନ,ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଉଥିବା ସମୟରେ  ବିଏସଏଫ ଯବାନ ପ୍ରତାପ ରଞ୍ଜନ ପରିଡାଙ୍କ ଏକ ବାମ୍ଫି ବା କୂଅରେ ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିବା ବେଳେ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଥିବା କାରଣରୁ ପରବାର ଲୋକେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ।୧୯୯୪ ମସିହାରୁ ପଞ୍ଜାବରେ ବିଏସଏଫ ଯବାନ ଭାବେ ଯୋଗ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ମେଘାଳୟ ସୁରାରେ ବିଏସଏଫ ଭାବେ କାର୍ଯ୍ୟରତ ଥିବାବେଳେସେ ଗତକାଲି ସେ ସାଇକେଲରେ ଡିଉଟିକୁ ଯାଉଥିବା ସମୟରେ ଏକ ବାମ୍ଫିରେ ପଡି ମୃତୁବରଣ କରିଥିବା ସୂଚନା ମିଳିଛି ।ମୃତ୍ୟୁ ଖବର ଜନ୍ମ ମାଟି ଗୋପ ଥାନା ବଡ଼ତରା ପଞ୍ଚାୟତ ମଲ୍ଲଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।ପରିବାର ନିକଟରେ ନିମାପଡା ବିଧାୟକ ସାମୀର ରଞ୍ଜନ ଦାଶ ପହଞ୍ଚି ପରିବାରକୁ   ସମବେଦନା ଜଣାଇଛନ୍ତି ।ନିମାପଡା ନିର୍ବାଚନ ମଣ୍ଡଳୀର ପ୍ରଥମ ସହୀଦ ହୋଇଥିବା ବେଳେ ତାଙ୍କ ମରଶରୀର ପହଁଚିବା ପରେ ବିପୁଳ ପରିମାଣରେ ସ୍ୱାଗତ ପାଇଁ ବ୍ୟବସ୍ଥା କରାଯିବ ବୋଲି ବିଧାୟକ ଶ୍ରୀ ଦାସ କହିଛନ୍ତି ଅନ୍ୟ ପକ୍ଷରେ ଶହୀଦ ଯବାନ ପ୍ରତାପଙ୍କ ପତ୍ନୀ ସତ୍ୟ ଭାମା ପରିଡା ,କିଡିନି ହୃଦ ରୋଗ ଭଳି ଗୁରୁତର ରୋଗରେ ପୀଡିତ ଥିବା ବେଳେ ତାଙ୍କର ଏକ ୧୧ବର୍ଷୀୟ ପୁଅ ଓ ୧୫ ବର୍ଷୀୟ ଝିଅ ଥିବା ଜଣାପଡିଛି ।
Nalco

Leave A Reply