Odisha news

ଯୁବକଙ୍କୁ ଅପହରଣ ଅଭିଯୋଗ ୪ ଯୁବ ବିଜେଡି କର୍ମୀ ଅଟକ , ୬ ଘଣ୍ଟା ପରେ ଥାନାରୁ ଖସାଇ ନେଲେ ବିଜେଡି କର୍ମୀ 

ଥାନା ପରିସରରେ ଉତ୍ତେଜନା - ବିଜେପି କର୍ମୀଙ୍କ ଧାରଣା

0
ଗୋପ :  ଗୋପ ଥାନା ଅଧୀନ ଅଣ୍ଡରା ଇଚ୍ଛାପୁର ପଞ୍ଚାୟତ ସ୍ଥିତ ଗବସିଙ୍ଗା ଗ୍ରାମର ଜଣେ ଯୁବକଙ୍କୁ ରାଜନୈତିକ ଦଳର ୪ ଜଣ ଯୁବକ ଅପହରଣ କରିଥିବା ଶୁକ୍ରବାର ଗୋପ  ଥାନାରେ ଅଭିଯୋଗ ହୋଇଥିଲା | ଗୋପ ପୁଲିସ୍ ଘଟଣାର ତଦନ୍ତ କରିବାସହ ଘଟଣାରେ ସମ୍ପୃକ୍ତି ଥିବାନେଇ ୪ଜଣ ଶାସକ ବିଜୁ ଜନତା ଦଳର ଯୁବ କର୍ମୀଙ୍କୁ ଥାନାକୁ ଡାକି ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖି ପଚରା ଉଚରା କରିଥିବା ବେଳେ କେତେକ ସାକ୍ଷୀଙ୍କୁ ମଧ୍ୟ ଜେରା କରିଥିଲା | ଅପରାହ୍ନରେ  କେତେକ ଉତ୍ତେଜିତ ବିଜେଡି କର୍ମୀ ଅତିରିକ୍ତ ଏସ୍ପି ବିଷ୍ଣୁପ୍ରସାଦ ପତିଙ୍କ ଉପସ୍ଥିତରେ ଥାନା ପରିସରରୁ ୪ଜଣ ଅଟକ ଯୁବକଙ୍କୁ  ଫେରାର କରିଦେଇଥିଲେ|  ଏହି ଘଟଣାକୁ ଜଣେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ମୋବାଇଲରେ ରେକଡ଼ିଂ କରୁଥିଲେ ତାଙ୍କୁ ମଧ୍ୟ ବିଜେଡି କର୍ମୀମାନେ ଠେଲାପେଲା କରିବା ସହ ମୋବାଇଲ ଓ ସୁନାଚେନ ଛଡାଇ ନେଇଥିବା ଅନ୍ୟ ଏକ ଅଭିଯୋଗ ହୋଇଛି ତେବେ ଏହି ଘଟଣାକୁ ନେଇ କେତେକ ବିଜେପି କର୍ମୀ ଓ ସାମ୍ବାଦିକ  ଥାନା ସମ୍ମୁଖରେ ଧାରଣା ଦେଇଥିବା ବେଳେ ଥାନାରୁ ଖସିଥିବା ଯୁବକ ମାନେ ପୁନରାୟ ଥାନାକୁ ଆସିଥିବା ଦେଖିବାକୁ ମିଳିଛି ଏହି ଘଟଣାକୁ ନେଇ ଗୋପ ଥାନାରେ ଉତ୍ତେଜନା ଲାଗିରହିଛି|ଖବର ଲେଖା ହେବାପର୍ଯ୍ୟନ୍ତ ଥାନାରେ ବିଜେପି କର୍ମୀ ମାନେ ଧାରଣାରେ ବସିରହିଥିବା ବେଳେ ଅତିରିକ୍ତ ଏସ୍ପି କାର୍ଯ୍ୟାନୁଷ୍ଠାନ ପ୍ରତିଶୁତି ଦେବାପରେ ଧାରଣା ଉଠିଛି  |  ସୂଚନା ଅନୁସାରେ,ଗୋପ ଥାନା ଅଧୀନ ଅଣ୍ଡରା-ଇଚ୍ଛାପୁର ପଞ୍ଚାୟତ ଗବସିଙ୍ଗା ଗ୍ରାମର ରାଧାଶ୍ୟାମ ଭୋଳଙ୍କୁ ଶୁକ୍ରବାର ସୁବର୍ଣପୁର ଛକରୁ କୌଣସି କାରଣକୁ ନେଇ  ଦୁଇଟି ମୋଟର ସାଇକଲରେ ବିଯୁଜନତା ଦଳର ଯୁବନେତା ମନ୍ଦୀପ ପାଇକରାୟ,ସୁମନ୍ତ ବାରିକ,ଦେବାଶିଷ ପାଇକରାୟ,ଚନ୍ଦନ କୁମାର ପ୍ରଧାନ ପ୍ରମୁଖ ଗାଳିଗୁଲଜ କରିବାସହ ରାଧାଶ୍ୟାମଙ୍କୁ ଅପହରଣ କରିନେଇଥିବା ତାଙ୍କ ପତ୍ନୀ ପୁଷ୍ପଲତା ଗୋପ ଥାନାରେ ଅଭିଯୋଗ କରିଥିଲେ | ଅପହରଣ ହୋଇଥିବା ରାଧେଶ୍ୟାମଙ୍କ ପତା ମିଳୁନଥିବା ବେଳେ ଗୋପ ପୋଲିସ ୩୬୩/୨୩ ରେ ଏକ ଅପହରଣ ମାମଲା ରୁଜ୍ଜୁ କରିଥିଲା | ଏହି ଘଟଣାର ତଦନ୍ତ ଲାଗି ଯୁବନେତା ମନ୍ଦୀପ ପାଇକରାୟ,ସୁମନ୍ତ ବାରିକ,ଦେବାଶିଷ ସାହୁ,ଚନ୍ଦନ ପ୍ରଧାନଙ୍କୁ ପୋଲିସ ଥାନାକୁ ଡ଼ାକିଥିବା ବେଳେ ଅତିରିକ୍ତ ଏସ୍ପି ବିଷ୍ଣୁ ପ୍ରସାଦ ପତି,ନିମାପଡା ଏସ୍ଡ଼ିପିଓ ଦେବାଶିଷ ମିଶ୍ର,ଗୋପ ଥାନା ଅଧିକାରୀ ମହେଶ୍ୱର ସେଠି,ପ୍ରମୁଖ ପଚରାଉଚରା କରିଥିଲେ ତେବେ ଅପହରଣ ହୋଇଥିବା ରାଧେଶ୍ୟାମଙ୍କ ମୋବାଇଲ କଲରେକର୍ଡ ଯାଞ୍ଚ କରି କେତେକ ଶାସକଦଳର ନେତାଙ୍କ ସହ ସମ୍ପର୍କୀୟଙ୍କୁ ଥାନାକୁ ଡାକି ପଚାରାଉଚରା କରୁଥିବା ବେଳେ ଅପରାହ୍ନରେ କେତେକ ଶାସକ ବିଯୁଜନତା ଦଳର କର୍ମୀ ଉତେଜିତ ହୋଇ ଥାନାରେ ଦୀର୍ଘ ସମୟ ପର୍ଯନ୍ତ ଅଟକଥିବା ୪ ଜଣ ଯୁବବିଜେଡି କର୍ମୀ ମାନଙ୍କୁ ପୋଲିସ ଉପସ୍ଥିତରେ ଖସାଇ ନେଇଥିଲେ |ଏହି ଘଟଣାକୁ  ସାମ୍ବାଦିକ ପ୍ରଦ୍ୟୁନ ବେହେରା ନିଜ ମୋବାଇଲରେ ରେକଡ଼ିଂ କରୁଥିବା ବେଳେ କେତେକ କର୍ମୀ ଠେଲା ପେଲା କରିବା ସହ ତାଙ୍କ ମୋବାଇଲ ଓ ସୁନା ଚେନ  ଛଡାଇନେଇଥିଲେ ଏହି ଘଟଣା ପ୍ରଚାରିତ ହେବାପରେ ଗୋପ ଥାନାରେ ବିଜେପି କର୍ମୀ ମାନେ ଧାରଣା ଦେଇଥିଲେ ପରେ ଥାନାରୁ ଖସିଥିବା ଯୁବକ ମାନେ ପୁଣି ଥାନାକୁ ଆସି ଅଟକ ଥିବା ଜଣାପଡିଛି |ଗୋପ ଥାନାରେ ବିଜେପି  ନାରୀନେତ୍ରୀ ପ୍ରଭାତୀ ପରିଡା,ବରିଷ୍ଟ କର୍ମୀ ଦିଲୀପ ନାୟକ ଓ ଶତାଧିକ କର୍ମୀ ପହଞ୍ଚି କାର୍ଯ୍ୟାନୁଷ୍ଟାନ ଦାବି କରିବାପରେ ସାମ୍ବାଦିକଙ୍କ ଅଭିଯୋଗକୁ ନେଇ ଆଉ ଏକ ମାମଲା ରୁଜ୍ଜୁ କରାଯିବ ଓ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଏସ୍ପି ଶ୍ରୀ ପତି ପ୍ରତିଶୁତି ଦେବାପରେ ଧାରଣା ଉଠିଥିବା ଜଣାପଡିଛି ,ଶାସକ ଦଳର ଗୋଷ୍ଟି କନ୍ଦଳ କୁ ନେଇ ଏଭଳି ଘଟଣା ଘଟିଥିବା ଚର୍ଚା ଜୋର ଧରିଛି |ଅଟକ ଯୁବକଙ୍କୁ ଧାରା ୪୧ ଅନୁଯାଇ ବେଲ କରାଯାଇଥିବା ଅତିରିକ୍ତ ଏସ୍ପି ଗଣମାଧ୍ୟମ କୁ କହିଛନ୍ତି |
Nalco

Leave A Reply