ଗୋପ-ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଓ ପୁରୀ ଜିଲ୍ଲା ବନ ବିଭାଗ ପକ୍ଷରୁ ଗୋପ ବନ ବିଭାଗ ଅନ୍ତର୍ଗତ ଗୋପ-ଚାରିଛକ ରାସ୍ତାର ଯମରା ଛକ ନିକଟରେ ଥିବା ଦୁଇଟି ଚୋରା କରତ କଳ ଉପରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ କରାଯାଇଛି ।
ଏହି ଚଢ଼ାଉରେ ଭୁବନେଶ୍ୱର ଭିଜିଲାନ୍ସ ଡିଏସପି ବି ସି ବେହେରା,ପୁରୀ ଜିଲ୍ଲା ବନ ବିଭାଗ ଅଧିକାରୀ ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ପୋଲିସି ଫୋର୍ସ ମୂର୍ତୟନ ଥିଲେ।ତେବେ ଚଢ଼ାଉ ସମ୍ପର୍କରେ କୌଣସି ସୂଚନା ସ୍ଥାନୀୟ ବନବିଭାଗ କି ପୋଲିସିକୁ ଜଣାଇ ନଥିବାରୁ ଚଢ଼ାଉ ସଫଳ ହୋଇଥିବା ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ କହିଛନ୍ତି।