Odisha news

ଦାଦା ବଟିକୁ କେନ୍ଦ୍ର କରି ଠିକାଦାରଙ୍କ କ୍ୟାମ୍ପକୁ ବୋମା ମାଡ ।

0

ଗୋପ: ଦୀର୍ଘ ୬ ମାସ ଧରି ଗୋପ ଥାନା ଅଞ୍ଚଳରେ ଲୁଟ ରାହାଜାନୀ , ଅପହରଣ ଭଳି ଦୁର୍ବୁତମାନେ ଲୋମ ହର୍ଷଣ କାରୀ ଘଟଣା ରଚି ଚାଲିଥିବା ବେଳେ ,ଗୁରୁବାର ରାତ୍ରୀରେ ଦୁର୍ବୁତ ମାନେ ପୁଣି ଠିକାଦାରଙ୍କ କ୍ୟାମ୍ପ କୁ ବୋମା ମାଡ ସହିତ ଠିକାଦାରଙ୍କର,ଟ୍ରାକ୍ଟର , ଜେସିବି ଓ କ୍ରେନ ୍କୁ ଜାଳି ଦେଇଛନ୍ତି । ଦୁର୍ବୁତ ମାନେ ଗୋପ ଥାନା ଅଞ୍ଚଳକୁ ବାରମାବର ଟାର୍ଗେଟ କରୁଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କୌଣସି ଦୁର୍ବତ ମାନଙ୍କ ସୁରାକ ପାଇ ପାରି ନାହିଁ । ଯାହା ପୋଲିସ ବାବୁଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାଟି ଘଟିଛି ଗୋପ ଥାନା ଅଧିନ ସୁବର୍ଣ୍ଣପୁର ଗ୍ରାମରେ । ଏକ ଅଟୋ ଡ୍ରାଇଭର ଠଅରୁ ଖବର ପାଇ ଗୋପ ପୋଲିସ ଘଟଣା ସ୍ଥଳରେ ପହଁଚି ଛାନ ଭିନ କରିଥିଲେ ମଧ୍ୟ ଦୁର୍ବୁତଙ୍କର କୌଣସି ସୁରାକ ପାଇ ପାରି ନଥିବା ଜଣାପଡିଛି ।

ଘଟଣା ଘଟାଇ ଦୁର୍ବୁତ ମାନେ ଫେରାର ହୋଇଯାଇଥିବା ବେଳେ ଠିକାଦାରଙ୍କ ଘର ନିକଟରେ ଟ୍ରାକ୍ଟର ଓ ଜେସିବି ପୋଡିବାକୁ ଉଦ୍ୟମ କରି ଅଧାପୋଡା କରି ଛାଡି ଚାଲିଯାଇଥିଭା ଘଟଣା ସିସି ଟିଭିରେ କଏଦ ହୋଇଛି । ସୁଚନା ଯୋଗ୍ୟ ଗୋପ ଥାନା ଅଧିନ ଗଣେଶ୍ୱରପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ଉମାକାନ୍ତ ସାହୁ ଚନ୍ଦନପୁର ଥାନା ଅଧିନ ଭାର୍ଗବୀ ନଦୀ ବ୍ରିଜ ସମେତ , ସୁଆଁଲୋ –ଢୋଲ ରାସ୍ତା ନିର୍ମାଣ କାର୍ଯ୍ୟ କରୁଛନ୍ତି । ୧୮କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କାର୍ଯ୍ୟ ଉପରେ କେତେକ ଦୁର୍ବୁତ ଉମା ସାହୁଙ୍କୁ ଦାଦା ବଟିି ମାଗିଥିଲେ । ମାତ୍ର ଉମା ସାହୁ ଦାଦାବଟି ନଦେବାରୁ ଦୁର୍ବୁତ ମାନଙ୍କ ସହ ତାଙ୍କର ଝଗଡା ହୋଇଥିଲା । ଏହାକୁ କେନ୍ଦ୍ରକରି ଗତ ୦୬.୧୧.୨୦୧୯ ତାରିଖ ଭୋରରୁ ୨ ଦୁର୍ବୁତ ଏକ ସ୍କୁଟିରେ ଆସି ତାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡି ନିର୍ଧୁମ ଛେଚା ଖାବଇ ସହ ପୋଲିସ ହେପାଜାତରେ ଜେଲ ଯାଇଥିଲେ । ହେଲେ ଏହାର ଠିକ ୪ ମାସ ପରେ ଗତ କାଲି ବିଳମ୍ବିତ ରାତ୍ରୀରେ କେତେକ ଦୁର୍ବୁତ ଠିକାଦାରଙ୍କ ଘର ସୂବର୍ଣ୍ଣପୁର ନିକଟରେ ପହଁଚି ତାଙ୍କ ଘରନିକଟରେ ଥିବା ଏକ ଜେସିବି ଓ ଟ୍ରାକ୍ଟର କୁ ନିଆଁ ଲଗାଇ ଦେଇଥିଲେ । ହେଲେ ଗାଡି ଦୁଇଟି ଅଳ୍ପକେ ପୋଡି ଯାଇଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା କେତେକ ବ୍ୟକ୍ତି ଉମାକୁ ଫୋନ କରିବାରେ ସେ ଘରୁ ବାହାରିବାରେ ଘଟଣା ସ୍ଥଳରୁ ଦୁର୍ବୁତ ମାନେ ଚମ୍ପଟ ମାରିଥିଲେ ।

ଯାହାକି ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସେହିପରି ଠିକାଦାର କାର୍ଯ୍ୟକରୁଥିବା ଗବ କୁଣ୍ଡ ଠାରେ ଠିକାଦାର କରିଥିବା କ୍ୟାମ୍ପ ଉପରକୁ ୨ ଟି ବୋମା ମାଡ କରିବା ସହ ସେଠାରେ ଥିବା କ୍ରେନ ୍, ଜେସିବି ଓ ଟ୍ରାକ୍ଟର ମଧ୍ୟ ପୋଡି ଦେଇଛନ୍ତି ।ଖବର ପାଇ ଗୋପ ପୋଲିସ ଠିକାଦାରଙ୍କ ଘର ସୁବର୍ଣ୍ଣପୁର କୁ ଯାଇ ତଦନ୍ତ କରିଥିବା ଜଣାପଡିଛି । ଏ ନେଇ ଉମା ସାହୁ ଥାନାରେ ଲିଖିତ ଏତଲା ଦେଇଥିବା ଜଣାପଡିଛି । ଏ ନେଇ ଗୋପ ଥାନାଅଧିକାରୀ ସୁଧିର କୁମାର ସାହୁଙ୍କୁ ପଚାରିବାରେ ସେ କହିଥିଲେ ତଦନ୍ତ ଚାଲିଛି ଖୁବ ଶୀଘ୍ର ଦୁର୍ବୁତ ମାନଙ୍କୁ ଧରାଯିବ ।

Nalco

Leave A Reply