Odisha news

ପଞ୍ଚାୟତ ରାଜ , ଗଣଶିକ୍ଷା ଓ କ୍ରୀଡା ମନ୍ତ୍ରୀଙ୍କ ଦ୍ୱାରା ଗୋପ ବ୍ଲକରେ ଭତ୍ତା ବଣ୍ଟନ ନାଗପୁର ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ଜମି ଚିହ୍ନଟ ।

0

ଗୋପ:ରାଜ୍ୟରେ ୩ଜଣ ପ୍ରମୁଖ ବରିଷ୍ଟ ମନ୍ତ୍ରୀ ଆଜି ଗୋପ ବ୍ଲକରେ ପହଁଚି ଭତ୍ତା ବଣ୍ଟନ ମେଳାରେ ସାମିଲ ହୋଇ ୧୬୯୧ ଜଣ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରିଥିବା ସହ ନାଗପୁର ପଞ୍ଚାୟତର ନାଗପୁର ବଜାରରେ ଥିଭା ହଳଦୀ ଗାଡିଆ ଉପରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ସ୍ଥାନ ନିରୁପଣ କରି ଥିଲେ । ଆଜି ପୂର୍ବାହ୍ନ୧୦.୩୦ ମି ସମୟରେ ରାଜ୍ୟର ୩ ଜଣ ମନ୍ତ୍ରୀ ତଥା ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା , ନିମାପଡା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ , କାକଟପୁର ବିଧାୟକ ତଥା କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୋପରେ ପହଁଚିବା ପରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିରାଟ ଶୋଭା ଯାତ୍ରାରେ ନାଗପୁରକୁ ନେଇଥିଲେ ।

ସ୍ଥାନୀୟ ସରପଞ୍ଚ ଅକ୍ଷୟ ନିଶଙ୍କ ଓ ଜଗତସିଂପୁର ଶାଂସଦଙ୍କ ପ୍ରତିନିଧି ସୁକାନ୍ତ ମହାନ୍ତି , ଗୋପ ବ୍ଲକ ବିଜୁ ଜନତା ଦଳ ସଭାପତି ମଧୁସୁଧନ ପାଇକରାୟ ପୁଷ୍ପ ଗୁଚ୍ଛ ଦେଇ ସମ୍ବୋର୍ଦ୍ଧିତ କରିବା ପରେ ସେଠାରେ ଥିବା ହଳଦୀ ଗାଡିଆ ଉପରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଯାଗା ଚିହ୍ନଟ କରିବା ସହ ଏକ ସାଧାରଣ ସଭାରେ ମନ୍ତ୍ରୀ ମାନେ ଅଭିଭାଷଣ ରଖିଥିଲେ ।

ସେହିଭଳି ମନ୍ତ୍ରୀ ମାନେ ଗୋପ ବ୍ଲକ କାର୍ଯ୍ୟାଳୟରେ ପହଁଚିବା ପରେ ସ୍ଥାନୀୟ ବିଡିଓ ଦିପ୍ତୀରାଣୀ ଦାସ ପୁଷ୍ପ ଗୁଚ୍ଛ ଦେଇ ସଭାସ୍ଥଳକୁ ମନ୍ତ୍ରୀ ମାନଙ୍କୁ ପାଛୋଟି ନେବା ପରେ ବ୍ଲକର ୩୧ଟି ପଞ୍ଚାୟତର ବିଭିନ୍ନ ବର୍ଗର ୧୬୯୧ଜଣ ହିତାଧିକାରୀ ଯଥା ବାର୍ଦ୍ଧକ୍ୟ ଭତ୍ତା ୧୪୩୦ ଜଣ , ବିଧବା ଭତ୍ତା ୧୦୪ଜଣ ,ସ୍ୱାମୀ ପରିତ୍ୟକ୍ତା ୧୩୨ ଜଣ , ଭିନ୍ନକ୍ଷମ ୧୪୬ ଜଣ , ଅବିବାହିତ ମହିଳା ୭୯ ଜଣଙ୍କୁ ଭତ୍ତା ବଣ୍ଟନ କରିବା ସହ ସମାଜର ମୁଖ୍ୟ ଶୋ୍ରତରେ ଚାଲିବା ପାଇଁ ମନ୍ତ୍ରୀ ମାନେ ହିତାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

Har Ghar Tiranga

Leave A Reply