Odisha news

କେନାଲ ପାଣିରେ ଢାଳିଦେଲେ କୁଇଣ୍ଟାଲ କୁଇଣ୍ଟାଲ ଚାଉଳ : ଅର୍ପଣ ଚାଉଳ ନେଇ ସନ୍ଦେହ, ତଦନ୍ତ ଦାବି

0
ଗୋପ : ବୁଧବାର ମଧ୍ୟାହ୍ନ ୧୨ଟା ସମୟରେ ଏକ ମିନିଟ୍ରକରେ କିଛି ଲୋକେ ନିମାପଡା-ଗୋପ ବ୍ରାଞ୍ଚ କେନାଲ ପାଣିରେ  କୁଇଣ୍ଟାଲ କୁଇଣ୍ଟାଲ ଅରୁଆ ଚାଉଳକୁ ଫିଙ୍ଗୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।,ଏଭଳି ଅଭାବନୀୟ ଘଟଣା ଘଟିଛି ଗୋପ ବ୍ଲକ ଠାରୁ ମାତ୍ର ଶହ ମିଟର ନିକଟ ବାୟାକୁଦା କେନାଲ ବ୍ରିଜ ନିକଟରେ,ଗୋଟିଏ ୪୦୭ ମିନି ଟ୍ରକରେଯାହାର ନମ୍ବର-ଓଆର ୦୨ବି ୫୮୯୯ ଗାଡ଼ିରେ କିଛି ୭ରୁ ୮ଜଣ ଲୋକ କେନାଲ ବ୍ରିଜ ଉପରେ ଗାଡ଼ି ରଖି ଚାଉଳ ବସ୍ତାକୁ କାଟି ପାଣିରେ ଫିଙ୍ଗୁଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା।କିନ୍ତୁ ସେମାନେ କୌଣସି ଉତର ନଦେଇ ତୁରନ୍ତ ଚାଉଳକୁ ଫିଙ୍ଗି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ଚିତ୍ର ଉତ୍ତୋଳନ କରିଥିଲେ।ତେବେ ଏତେ ପରିମାଣର କୁଇଣ୍ଟାଲ କୁଇଣ୍ଟାଲ  ଚାଉଳ କେଉଁଠୁ ଆସିଲା ତାକୁ ନେଇ ଏବେ ଉଠିଛି ପ୍ରଶ୍ନ।ତେବେ ଏନେଇ ଶ୍ରମିକ ମାନେ କୌଣସି ଉତର ନଦେଇ ତୁରନ୍ତ ଚାଉଳ ଫିଙ୍ଗି ଖସି ପଳାଇଯାଇଥିଲେ। ଉକ୍ତ ମିନି ଟ୍ରକରେ ଥିବା ଚାଉଳ ବସ୍ତା ଗୁଡିକ ଭିର୍ଣ୍ଣ ଭିର୍ଣ୍ଣ ବସ୍ତାରେ ଥିବାରୁ ଏହି ଚାଉଳ ସବୁ ଗ୍ରାମଞ୍ଚଳରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅର୍ପଣ ଚାଉଳ ବୋଲି ସନ୍ଦେହ ହେଉଛି।ଖାଦ୍ୟ ମୁଠେ ପାଇଁ ଲୋକମାନେ ଦିନରାତି ସଂଘର୍ଷ କରୁଥିବା ବେଳେ କୁଇଣ୍ଟାଲ କୁଇଣ୍ଟାଲ ଚାଉଳ କେନାଲ ପାଣିରେ ଫିଙ୍ଗିବା ଅଧିକ ସନ୍ଦେହ ସୃଷ୍ଟି କରିଛି। ତେବେ ଏତେ ବଡ ଘଟଣା ଘଟିଥେଲ ମଧ୍ୟ ଜିଲ୍ଲା ପ୍ରଶାସନ କି ଗୋପ ବ୍ଲକ ପ୍ରଶାସନ ଦୃଷ୍ଟି ଆକର୍ଷଣ ନକରିବା ସଧାରଣରେ ସନ୍ଦେହ ଉପୁଜିବା ସହିତ ଏକ ବଡ଼ ରାକେଟ ଏହି ଚାଉଳ ଘୋଟାଲରେ ସମ୍ପୂକ୍ତି ଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି।ତେବ ଏନେଇ ଗୋପ ବ୍ଲକ ଯୋଗାଣ ବିଭାଗ ଅଧିକାରୀ ପ୍ରଦୀପ୍ତ ସେଠୀଙ୍କୁ ପଚାରିବାର ସେକହିଥିଲେ ପିଡ଼ିଏସ ଚାଉଳ ଠିକ ଅଛି।ତେବେ ଏହା ଉପରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
Har Ghar Tiranga

Leave A Reply