Odisha news

ଗୀତା ଜୟନ୍ତୀ କେବେ ଏବଂ ଏହିଦିନର କଣ ରହିଛି ମହତ୍ୱ

0

ମାର୍ଗଶୀର ମାସ ଶୁକ୍ଲପକ୍ଷ ର ଏକାଦଶୀ କୁ କୁହାଯାଇ ଥାଏ ମୋକ୍ଷଦା ଏକାଦଶୀ ଏବଂ ଏହିଦିନ କୁ ମଧ୍ୟ ଗୀତା ଜୟନ୍ତୀ ପାଳନ କରାଯାଇ ଥାଏ l କାହିଁକିନା ଏହିଦିନ ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ରେ ଅର୍ଜୁନ ଙ୍କୁ ଗୀତାର ଜ୍ଞାନ ଦେଇଥିଲେ l ଚଳିତ ବର୍ଷ ଡିସେମ୍ବର ୧୧ ତାରିଖ ବୁଧବାର ଦିନ ଗୀତା ଜୟନ୍ତୀ ପାଳନ କରାଯିବ l ମାନ୍ୟତା ରହିଛି ଯେ ଏହିଦିନ ଉପବାସ କରିବା ଦ୍ୱାରା ମନ ପବିତ୍ର ହୋଇଥାଏ ଏବଂ ଶାରୀରିକ ସୁସ୍ଥତା ମିଳିଥାଏ ଏବଂ ଜୀବନ ରେ ସୁଖ ଶାନ୍ତି ର ଆଗମନ ହୋଇଥାଏ l

କଣ ରହିଛି ଗୀତା ଜୟନ୍ତୀ ର ମହତ୍ୱ =
* ଯେଉଁଦିନ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ଗୀତା ଜ୍ଞାନ ଦେଇଥିଲେ ସେହି ଦିନ ମାର୍ଗଶିର ଶୁକ୍ଲପକ୍ଷ ଏକାଦଶୀ ତିଥି ଥିଲା l ତେଣୁ ଏହିଦିନ କୁ ଗୀତା ଜୟନ୍ତୀ ପାଳନ କରାଯାଇ ଥାଏ l
* ଏହିଦିନ କୁରୁକ୍ଷେତ୍ର ରେ ମହାଭାରତ ଯୁଦ୍ଧ କରା ଯାଇଥିଲା, ଏବଂ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ପ୍ରାପ୍ତି କରିଥିଲେ l
* ଆର୍ଯ୍ୟଭଟ ଙ୍କ ମତ ଅନୁସାରେ ମହାଭାରତ ଯୁଦ୍ଧ ୩୧୩୭ ଖ୍ରୀଷ୍ଟ ପୂର୍ବ ପୂର୍ବରୁ ହୋଇ ସାରିଥିଲା l ତେଣୁ ଏହିଦିନ ଉପବାସ କରିବା ଦ୍ୱାରା ମନ ଶାନ୍ତ ରହିଥାଏ ଓ ରୋଗ ବୈରାଗ ଦୂର ହୋଇଥାଏ l
* ଏହିଦିନ ଗୀତା ପାଠ କଲେ କିମ୍ବା ଗୀତ ଶୁଣିଲେ ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ l ଏହିଦିନ ବିଷ୍ଣୁ ଙ୍କ ନିକଟରେ ଆରାଧନା କରିବା ଦ୍ୱାରା କୃପା ଲାଭ ହୋଇଥାଏ l
* ଗୀତl  ଜୟନ୍ତୀ ଦିନ ଗୋ-ସେବା କରିବା ଦ୍ୱାରା ସମସ୍ତ ପାପ ରୁ ମୁକ୍ତି ମିଳିଥାଏ, ଏବଂ ଶ୍ରୀହରୀ ଙ୍କ କୃପା ଲାଭ ହୋଇଥାଏ l
* ଏହିଦିନ ମଧ୍ୟ ନାରାୟଣ ସେବା କରିବା ଜରୁରୀ, କାହିଁକିନା ଶାସ୍ତ୍ରରେ କୁହାଯାଇଛି ନର ଦେହେ ନାରାୟଣ ତେଣୁ ଏହିଦିନ ନାରାୟଣ ସେବାର ଅନେକ ମହତ୍ୱ ରହିଛି l

Leave A Reply