ପାକିସ୍ତାନ କ୍ରିକେଟ ବୋର୍ଡ ଓ ବିବାଦ ର ସମ୍ପର୍କ ଖୁବ ପୁରୁଣା ଅଟେ, ବର୍ତମାନ ପାକିସ୍ତାନ କ୍ରିକେଟ ବୋର୍ଡ ଗୋଟିଏ ନୂଆ ବିବାଦ କୁ ନେଇ ଫସି ଯାଇଛି, ପୂର୍ବ ପାକିସ୍ତାନ ର କ୍ରିକେଟ ଟିମ ର ମୁଖ୍ୟ କୋଚ ଯେସନ ଗିଲେସ୍ଟି ଗୋଟିଏ ଆକ୍ଷି ଖୋଲି ଗଲାଭଳି ଖୁଲାସା କରିଛନ୍ତି l ସେ କହିଛନ୍ତି ଯେ ଇସ୍ତଫା ଦେବାର ଚାରିମାସ ପରେ ମଧ୍ୟ ତାଙ୍କର ବାକିଆ ପଇସା ତାଙ୍କୁ ଦିଆଯାଇ ନାହିଁ l ଗେଲେପ୍ସି ଙ୍କର ଏହି ଖୁଲାସା ପରେ କ୍ରିକେଟ ଜଗତରେ ପାକିସ୍ତାନ ଉପରେ ସମସ୍ତେ ଛେପ ପକାଉଛନ୍ତି l
ଗୋଟିଏ ସ୍ଥାନୀୟ ଡିଜିଟାଲ ପ୍ଲାଟଫର୍ମ କୁ ଦେଇଥିବା ଇଣ୍ଟରଭିୟୁ ରେ ଗେଲେପ୍ସି କହିଛନ୍ତି ଯେ ଆଶା ରହିଛି ଯେ ବର୍ତମାନ ମାମଲା ଜଲଦି ସମାଧାନ ହୋଇଯିବ l ଡିସେମ୍ବର ୨୦୨୪ ରେ ପାକିସ୍ତାନ ଟେଷ୍ଟ ଟିମ ର ମୁଖ୍ୟ କୋଚ ଥିଲେ l ଗେଲେପ୍ସି ଅଷ୍ଟ୍ରେଲିଆ ର ପୂର୍ବତନ ଦ୍ରୁତତମ ବୋଲର ଥିଲେ l ଗେଲେପ୍ସି ଙ୍କ ଏହି ଖୁଲାସା ପିସିବି ର କାର୍ଯ୍ୟଶୈଳୀ ଗୋଟିଏ ବଡ଼ ପ୍ରଶ୍ନ ଠିଆହଇଛି l ଏହି ଛବି କ୍ରିକେଟ ର ଛବି କୁ ମଧ୍ୟ ତଳକୁ ନେଇଯାଇଛି l
ନିଜ କାର୍ଯ୍ୟକାଳ ସମୟ ରେ ଗେଲେପ୍ସି ପାକିସ୍ତାନ କ୍ରିକେଟ ଜଗତକୁ ଖୁବ ଭଲରେ ଅନୁଧ୍ୟାନ କରିଛନ୍ତି ସେଥିପାଇଁ ସେ କହିଛନ୍ତି ଯେ ପାକିସ୍ତାନ କ୍ରିକେଟ ର ଅସ୍ତିତ୍ବ ଖୁବ ଜରାଜୀର୍ଣ୍ଣ ଅଟେ l ଯେଉଁଥିରେ ଖେଳାଳି ମାନଙ୍କ ଭବିଷ୍ୟତ ଖୁବ ଅସୁବିଧାରେ l