Odisha news

ବଦ୍ରିଙ୍କ ନେତୃତ୍ବକୁ ଆସ୍ତା ପ୍ରକଟ କରି ବିଜେଡିରେ ଯୋଗଦେଲେ ଦରଡିପାଳ ପଞ୍ଚାୟତର ଯୁବ ନେତୃତ୍ବ

0
ଆନନ୍ଦପୁର: ଘଷିପୁରା ନିର୍ବାଚନ ମଣ୍ତଳି ଅନ୍ତର୍ଗତ  ଦରଡିପାଳ ପଞ୍ଚାୟତର  ଆଗଧାଡିର ଅନେକ ଯୁବକ  ଆନନ୍ଦପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଘଷିପୁରା ବିଧାୟକ ପ୍ରଫେସର ବଦ୍ରି ନାରାୟଣ ପାତ୍ରଙ୍କ ଦୃଢ଼ ନେତୃତ୍ବ ପ୍ରତି ଆସ୍ଥା ପ୍ରକଟ କରି  ମୂଖ୍ଯମନ୍ତ୍ରୀଙ୍କ ଆଦର୍ଶ କୁ ପାଥେୟ କରି  ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।ବିଧାୟକ ସମସ୍ତ ଯୁବକଙ୍କୁ ବିଜେଡି ଉତ୍ତୋରିୟ ପ୍ରଦାନ କରି ସ୍ବାଗତ କରିଛନ୍ତି।ବିଜେଡିରେ ସାମିଲ ହୋଇଥିବା ପ୍ରଭାତ ନାୟକ,ବିଭିଷଣ ନାୟକ,ସନ୍ଦିପ ମହାନ୍ତୀ,ବିଶ୍ବଜିତ ନାୟକ,ଆଲୋକ ନାୟକ,ପ୍ରଫୁଲ୍ଲ  ନାୟକ, ଲିବନ କୁମାର ନାୟକ ପ୍ରମୂଖ  ଦଳର ଜଣେ ଶୃଙ୍ଖଳିତ କର୍ମି ଭାବେ ଦଳର ନୀତି ଆଦର୍ଶ ମାନି କାର୍ଯ୍ଯ କରିବେ ବୋଲି ପ୍ରକାଶ କରିଛନ୍ତି।ମିଶ୍ରଣ ପର୍ବ ଅବସରରେ  ଯୁବ ସଭାପତି ଅଶ୍ବିନୀ ନାୟକ,ପ୍ରଦିପ ନାୟକ,ଲଲାଟେନ୍ଦୁ ନାୟକ,ଅମିତ୍ରଜିତ୍ ମହାପାତ୍ର ପ୍ରମୂଖ ଉପସ୍ଥିତ ଥିଲେ।
Har Ghar Tiranga

Leave A Reply