Odisha news

ଗ୍ୟାସ ରିଲିଫ ପାଉଡର କଣ ଓ କଣ ତାର ସାଇଡ ଇଫେକ୍ଟ : କେମିତି କରିବେ ଉପଚାର

0

ଏସିଡ଼ିଟି ଓ ଅପଚ ଭଳି ସମସ୍ୟା ରୁ ଦୁରେଇ ରହିବା ପାଇଁ ଆମେ ସୋଡ଼ା ପିଇଥାଉ କିମ୍ବା ଗ୍ୟାସ ରିଲିଫ ଔଷଧ ର ବ୍ୟବହାର କରିଥାଉ l ଏହିସବୁ ଜିନିଷ ର ବ୍ୟବହାର ମଧ୍ୟ ଏସିଡ଼ିଟି ପାଇଁ ହୋଇଥାଏ l ଏବଂ ଅନେକ ସମୟରେ ଆମେ ଅନେକ ଗୁଡିଏ ଖାଦ୍ୟ ପଦାର୍ଥ କୁ ସଫ୍ଟ କରିବା ପାଇଁ କିମ୍ବା ଫୁଲେଇବା ପାଇଁ ମଧ୍ୟ ଏହିସବୁ ପାଉଡର ର ବ୍ୟବହାର କରିଥାଉ l କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଏହିସବୁ ପାଉଡର କୁ ଲଗାତାର ଭାବରେ ଖାଦ୍ୟରେ ସାମିଲ କରିବା ମଧ୍ୟ ସ୍ୱାସ୍ଥ୍ୟ ପକ୍ଷରେ ହାନିକାରକ l ବଜାରରେ ମିଳୁଥିବା ବିଭିନ୍ନ ଅଂଟାସିଡ଼ ପାଉଡର କୁ ଆମେ ପ୍ରାୟ ଖାଦ୍ୟ ସାମଗ୍ରୀ ରେ ବ୍ୟବହାର କରିଥାଉ

ଗ୍ୟାସ ରିଲିଫ ପାଉଡର କଣ –
ଏହା ଗୋଟିଏ ଅଂଟାସିଡ଼ ଅଟେ, ଯାହାକି ଗ୍ୟାସ, ଏସିଡ଼ିଟି ଓ ଅପଚ ଭଳି ସମସ୍ୟା ରୁ ଆରାମ ଦେଇଥାଏ l ଏହା ସୋଡିୟମ ବାଇକାର୍ବୋନେଟ, ସୋଡିୟମ କାର୍ବୋନେଟ ଓ ସାଇତ୍ରିକ ଏସିଡ ର ମିଶ୍ରଣ ଅଟେ l ଯେତେବେଳେ ପାଣିରେ ମିଶି ଯାଇଥାଏ ସେତେବେଳେ Co2 ଗ୍ୟାସ ଉତ୍ପନ ହୋଇଥାଏ l ପେଟ ମଧ୍ୟକୁ ଯାଇ ଏହା ଅମ୍ଳ ଜନିତ ସମସ୍ୟା ରୁ ଆରାମ ଦେଇଥାଏ l

* ଗ୍ୟାସ ରିଲିଫ ପାଉଡର ବ୍ୟବହାର କରିବାର ସାଇଡ ଇଫେକ୍ଟ –
– ଉଚ୍ଚ ରକ୍ତଚାପ ରୋଗୀ ଙ୍କ ପାଇଁ ଗ୍ୟାସ ରିଲିଫ ପାଉଡର ସେବନ କରିବା ଉଚିତ ନୁହେଁ l ଲଗାତାର ଏହାର ବ୍ୟବହାର ରକ୍ତଚାପ ବୃଦ୍ଧି କରିଥାଏ l ବିଶେଷ ଭାବରେ ଗ୍ୟାସ ରିଲିଫ ପାଉଡର ରେ ସୋଡିୟମ ବାଇକାର୍ବୋନେଟ ର ମାତ୍ରା ଅଧିକ ରହିଥାଏ ଯାହାକି ବିପି ପାଇଁ ଖୁବ କ୍ଷତି କାରକ l

– ଅଂଟାସିଡ଼ ଅତ୍ୟଧିକ ସେବନ କରିବା ଦ୍ୱାରା ହାର୍ଟ ସମସ୍ୟା ବୃଦ୍ଧି ହୋଇ ଯାଇଥାଏ l ଅଂଟାସିଡ଼ ରେ ରହିଥିବା ସୋଡିୟମ କାର୍ବୋନେଟ ଓ ସୋଡିୟମ ବାଇ କାର୍ବୋନେଟ ବ୍ଲଡ଼ ପ୍ରେସର ବୃଦ୍ଧି କରିଥାଏ l ଯାହାଦ୍ୱାରା ହାର୍ଟ ଆଟାକ ରିସ୍କ ବୃଦ୍ଧି ହୋଇଥାଏ l

– ଅଣ୍ଟାସିଡ଼ ପାଉଡର ର ସିଧାସଳଖ ପ୍ରଭାବ କିଡ୍ନୀ ଉପରେ ମଧ୍ୟ ପଡିଥାଏ l ଯଦି ଏହା ଲଗାତାର ବ୍ୟବହାର ହୋଇଥାଏ ତେବେ କିଡ୍ନୀ ଫେଲିଓର କାରଣ ହୋଇଥାଏ l ତେଣୁ ଅଂଟାସିଡ଼ ସେବନ ସୀମିତ ମାତ୍ରାରେ କରିବା ଜରୁରୀ l

– ଇନୋ, ଗ୍ୟାସ ଫାଷ୍ଟ ଇତ୍ୟାଦି ଅତ୍ୟଧିକ ବ୍ୟବହାର କରିବା ପୂର୍ବରୁ ସାବଧାନ ରୁହନ୍ତୁ l କାହିଁକି ନା ଏହାର ଏଲର୍ଜିକ ଋଆକ୍ସନ ରହିଥାଏ l ଏହା ଇମ୍ୟୁନ ସିଷ୍ଟମ କୁ ମଧ୍ୟ ପ୍ରଭାବିତ କରିଥାଏ l ଏହାଛଡା ଖାଦ୍ୟରେ ଏହାର ବ୍ୟବହାର ଫୁଡ ଏଲର୍ଜୀ ର କାରଣ ହୋଇଥାଏ l

Leave A Reply