Odisha news

ଗରୁଡ଼ ପୁରାଣ ଅନୁସାରେ କେଉଁ ସ୍ୱଭାବର ବ୍ୟକ୍ତିଙ୍କ ଆତ୍ମା ଶରୀରର କେଉଁ ଦ୍ୱାର ଦେଇ ଯାଇଥାଏ

0

ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ଏବଂ ଆତ୍ମା ସମ୍ବନ୍ଧୀ ରହସ୍ୟ ର ଉପଚାର କରିଥାଏ, ଗରୁଡ଼ ପୁରାଣ ଅନୁସାରେ ଶରୀରର ୯ଟି ଦ୍ୱାର ରହିଥାଏ, ଏବଂ ମୃତ୍ୟୁ ସମୟ ରେ ଆତ୍ମା ଶରୀର ର ଏହି ୯ଟି ଦ୍ୱାର ମଧ୍ୟରୁ ଗୋଟିଏ ଦ୍ୱାର ଦେଇ ବାହାରି ଯାଇଥାଏ l

ଯେତେବେଳେ କୌଣସି ବ୍ୟକ୍ତି ର ମୃତ୍ୟୁ ହୋଇଥାଏ ସେତେବେଳେ ଆତ୍ମା ଶରୀରର କୌଣସି ଅଙ୍ଗ ଦେଇ ବାହାରି ଯାଇଥାଏ, ଗରୁଡ଼ ପୁରାଣ ଅନୁସାରେ କୁହାଯାଇଛି ଯେ ବ୍ୟକ୍ତି ର ପ୍ରାଣ ମଧ୍ୟ ଅଲଗା ଅଲଗା ଅଙ୍ଗରୁ ବାହାରି ଯାଇଥାଏ l

କିପରି ସ୍ଥିର ହୋଇଥାଏ କେଉଁ ଅଙ୍ଗରୁ ଯାଇଥାଏ ପ୍ରାଣ –
କୌଣସି ମନୁଷ୍ୟ ର ପ୍ରାଣ ଶରୀରର କୌଣସି ଦ୍ୱାର ଦେଇ ଯାଇଥାଏ, ଏହା ସେହି ମନୁଷ୍ୟ ର ସ୍ଵଭାଵ ଏବଂ କର୍ମ କୁ ନେଇ ସ୍ଥିର ହୋଇଥାଏ, ଉଦାହରଣ ସ୍ୱରୂପ ଯେତେବେଳେ କୌଣସି ବ୍ୟକ୍ତି ର ମୃତ୍ୟୁ ହୋଇଥାଏ ତେବେ ସାଧାରଣ ଭାବରେ ମୁଖ କିମ୍ବା ଆଖି ଖୋଲା ରହିଥାଏ, ଏହା ଏଥିପାଇଁ ହୋଇଥାଏ କାହିଁକି ନା ତାର ପ୍ରାଣ ତାର ମୁଖ କିମ୍ବା ଚକ୍ଷୁ ରୁ ବାହାରି ଯାଇଥାଏ l

କେଉଁ କେଉଁ ଅଙ୍ଗରୁ ବାହାରି ଥାଏ ପ୍ରାଣ –
ଶରୀରର ୯ ଦ୍ୱାର ଦ୍ୱାରା ଆତ୍ମା ଦେହ ତ୍ୟାଗ କରିଥାଏ, ଏହି ୯ ଦ୍ୱାର ହେଉଛି -୨ଟି ଆକ୍ଷି, ୨ଟି କାନ , ମୁଖ, ଦୁଇ ନାକ ପୁଡା, ୨ଟି ଉତସର୍ଜନ ଅଙ୍ଗ, ଏହି ମଧ୍ୟରୁ ଗୋଟିଏ ବାଟ ଦେଇ ଆତ୍ମା ଶରୀର ତ୍ୟାଗ କରିଥାଏ l

କେଉଁ ସ୍ଵଭାଵ ର ବ୍ୟକ୍ତି ଙ୍କର କେଉଁ ପଟରୁ ପ୍ରାଣ ଯାଇଥାଏ –
* ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ନିଜର ସମ୍ପୂର୍ଣ ଜୀବନ ଭଗବାନ ଙ୍କ ଭକ୍ତି ରେ ଲୀନ ହୋଇଥାଏ , ତାର ପ୍ରାଣ ନାକ ପୁଡା ବାଟରେ ଯାଇଥାଏ l ଏହା ଶୁଭ ଅଟେ l

* ସ୍ୱଅର୍ଥୀ, ଲୋଭି, କାମ ବାସନାରେ ଲୀନ ଥିବା ବ୍ୟକ୍ତି ଙ୍କ ପ୍ରାଣ ଉତସର୍ଜନ ମାର୍ଗ ଦେଇ ଯାଇଥାଏ, ଏହା ଅଶୁଭ ଅଟେ l ପାପୀ ବ୍ୟକ୍ତି ମୃତ୍ୟୁ ନିକଟତର ହେବା ସମୟ ରେ ଯମ ଦେଵତା ଙ୍କୁ ଦେଖି ଭୟଭୀତ ହୋଇ ଯାଆନ୍ତି, ଏବଂ ସେମାନଙ୍କ ଆତ୍ମା ତଳକୁ ମୁଖ କରି ବାହାରିବାକୁ ଚେଷ୍ଟା କରିଥାଏ, ତେଣୁ ଏହିଭଳି ବ୍ୟକ୍ତିଙ୍କ ପ୍ରାଣ ମଳ କିମ୍ବା ମୂତ୍ର ଦ୍ୱାର ଦେଇ ଯାଇଥାଏ l

* ଗରୁଡ଼ ପୁରାଣ ଅନୁସାରେ  ଯେଉଁ ବ୍ୟକ୍ତି ମୋହ ମାୟା ଗ୍ରାସିତ ଅଟନ୍ତି, ଏବଂ ଜୀବନ ପ୍ରତି ଅଧିକ ଲୋଭ ରହିଥାଏ, ସେମାନଙ୍କ ପ୍ରାଣ ଆକ୍ଷି ବାଟରେ ଯାଇଥାଏ, ଯମରାଜ ଙ୍କ ଦୂତ ବଳ ପୂର୍ବକ ସେମାନଙ୍କ ପ୍ରାଣ ହରଣ କରନ୍ତି, ତେଣୁ ସେମାନଙ୍କ ଆକ୍ଷି ଖୋଲା ରହିଥାଏ l

* ଯେଉଁ ବ୍ୟକ୍ତି ସର୍ବଦା ଧର୍ମ ର ମାର୍ଗ ରେ ଯାଇଥାଏ ତାର ମୁଖ ରୁ ପ୍ରାଣ ଯାଇଥାଏ, ଏହିଭଳି ଆତ୍ମା ସ୍ୱର୍ଗ କୁ ଯାଇଥାଏ l

Leave A Reply