Odisha news

ଗରୁଡ଼ ପୁରାଣ ଅନୁସାରେ ମିଥ୍ୟା କହୁଥିବା ବ୍ୟକ୍ତିକୁ ନର୍କ ରେ ମଧ୍ୟ ସ୍ଥାନ ମିଳି ନଥାଏ

0

ଆପଣ ନିଜ ଜୀବନ ରେ ଭଲ ଓ ଖରାପ ଯାହାବି କର୍ମ କରିଥାଆନ୍ତି , ତାର ହିସାବ ସ୍ୱୟଂ ଭଗବାନ ରଖନ୍ତି ଏବଂ ମୃତ୍ୟୁ ପରେ ଏହାର ଫଳ ନିଶ୍ଚିନ୍ତ ମିଳିଥାଏ ବୋଲି ଗରୁଡ଼ ପୁରାଣରେ ବର୍ଣନା ରହିଛି l ଗରୁଡ଼ ପୁରାଣ ହିନ୍ଦୁ ଧର୍ମର ୧୮ ଟି ମହାପୁରାଣ ମଧ୍ୟରୁ ଗୋଟିଏ ଅଟେ l ଯେଉଁଥିରେ ଜନ୍ମ ଠାରୁ ନେଇ ମୃତ୍ୟୁ, ସ୍ୱର୍ଗ, ନର୍କ, ଯମ ଲୋକ, ପୁନର୍ଜନ୍ମ, ଆଦି ବିସ୍ତାର ଭାବରେ ବର୍ଣନା ହୋଇଛି l

ଗରୁଡ଼ ପୁରାଣରେ କୁହାଯାଇଛି ମୃତ୍ୟୁ ପରେ ଖରାପ କର୍ମ କରୁଥିବା ଆତ୍ମା ସିଧାସଳଖ ନର୍କ କୁ ଯାଇଥାଏ l ଗରୁଡ଼ ପୁରାଣରେ ବିଶେଷ ଭାବରେ ୧୬ ଟି ନର୍କ ବିଷୟରେ କୁହାଯାଇଛି l ଏବଂ ଏହି ୧୬ ଟି ନର୍କ ରେ ପାପ ଅନୁସାରେ ଦଣ୍ଡ ମିଳିଥାଏ l

ଗରୁଡ଼ ପୁରାଣ ଅନୁସାରେ ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥାଏ, ସେତେବେଳେ ତାର ଆତ୍ମାକୁ ଯମ ରାଜ ଙ୍କ ଦରବାର କୁ ଯମଦୂତ ମାନେ ନେଇ ଥାଆନ୍ତି l ଏବଂ ଚିତ୍ରଗୁପତ ସେଠାରେ ତାର କର୍ମ ଅନୁସାରେ ଦଣ୍ଡ ସ୍ଥିର କରି ଥାଆନ୍ତି l ତେଣୁ ଗରୁଡ଼ ପୁରାଣ ଅନୁସାରେ ବ୍ୟକ୍ତି ଭଲ କର୍ମ ସହିତ ସର୍ବଦା ସତ୍ୟ କହିବା ଜରୁରୀ l

* ମିଥ୍ୟା କହୁଥିବା ବ୍ୟକ୍ତିକୁ ମିଳିଥାଏ ଏହି ଦଣ୍ଡ –
– ମିଛ କହୁଥିବା ବ୍ୟକ୍ତି ନର୍କ ରେ ଅଲଗା ପ୍ରକାରର ଦଣ୍ଡ ଲାଭ କରିଥାଏ, ଆମେ ଭାବିଥାଉ ଯେ ମିଛ କହିଲେ କେହି ଜାଣି ପାରନ୍ତି ନାହିଁ, କିନ୍ତୁ ଏହା ଭୁଲ ଅଟେ l ମିଛର ଦଣ୍ଡ ଆମକୁ ଭୋଗିବାକୁ ହିଁ ପଡିଥାଏ l

– ମିଥ୍ୟା କହୁଥିବା ବ୍ୟକ୍ତିକୁ ସବୁଠୁ ସାଙ୍ଘାତିକ ଦଣ୍ଡ ଦିଆଯାଇ ଥାଏ, କାହିଁକିନା ଏହା ସେ ଜାଣିଶୁଣି କରିଥାଏ l ମିଥ୍ୟା ବାଦୀ କୁ ଉତ୍ତପ୍ତ ନିଆଁ ମଧ୍ୟରେ ରଖାଯାଇ ଥାଏ ବୋଲି ଗରୁଡ଼ ପୁରାଣରେ ବର୍ଣନା ହୋଇଛି l  ଏବଂ ଏଠାରେ ତାର ଆତ୍ମାକୁ ଅନେକ ଯନ୍ତ୍ରଣା ଦିଆଯାଇ ଥାଏ ଓ ଯେପରି ପର ଜନ୍ମ ଏଭଳି କୌଣସି ଭୁଲ ନକରେ ସେଥିପ୍ରତି ସଚେତନ କରାଯାଏ l

– ମିଥ୍ୟାବାଦୀ ବ୍ୟକ୍ତିକୁ ତାର ଜୀବନ ସାରା ର କର୍ମର ଫଳ ଏଭଳି ମିଳିଥାଏ ଯାହାକି ତାକୁ ପରଜନ୍ମ ରେ ଗୋଟିଏ ସୁଧ ଆତ୍ମା କରି ତିଆରି କରିଥାଏ l

Leave A Reply