Odisha news

ଗରୁଡ଼ ପୁରାଣ : ଆପଣ ଜାଣିଛନ୍ତି କି ଶରୀରର କେଉଁ ଅଙ୍ଗ ରୁ କିଭଳି ଯାଇଥାଏ ପ୍ରାଣ

0

ଗରୁଡ଼ ପୁରାଣ ରେ ମଣିଷ ର ଜନ୍ମ ଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ରହିଥାଏ l ଯେଉଁ ବିଷୟରେ ଆମେ ଆଜି ମଧ୍ୟ ଅଜ୍ଞ ସେହିଭଳି କିଛି ତଥ୍ୟ ବିଷୟରେ ଗରୁଡ଼ ପୁରାଣ ରେ ଉଲେଖ ରହିଛି l ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ଶାଶ୍ୱତ ଓ ସତ୍ୟ ଅଟେ l ଏହି ପୃଥିବୀ ରେ ଜୀଏବି ଜନ୍ମ ନେଇଛି ତାର ମୃତ୍ୟୁ ସୁନିଶ୍ଚିତ l ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ସମୟରେ ମନୁଷ୍ୟର ପ୍ରାଣ ତା ଶରୀର ମଧ୍ୟରୁ ୯ଟି ଦ୍ୱାର ମଧ୍ୟରୁ ଗୋଟିଏ ଦ୍ୱାର ଦେଇ ବାହାରି ଯାଇଥାଏ l

* ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ସମୟରେ ବ୍ୟକ୍ତି ର ପ୍ରାଣ ୨ ଆକ୍ଷି, ଦୁଇକାନ , ମୁହଁ, ନାକ କିମ୍ବା ଊତ୍ସର୍ଜନ ଅଙ୍ଗ ମଧ୍ୟରୁ କୌଣସି ଗୋଟିଏ ରାସ୍ତା ଦେଇ ବାହାରି ଯାଇଥାଏ l

* ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିର ପ୍ରାଣ କିପରି ଯାଇଥାଏ -:
– ଗରୁଡ଼ ପୁରାଣ ର ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ବଞ୍ଚିବାର ଅଧିକ ଇଛା ରଖିଥାଏ ଓ ମୃତ୍ୟୁ ର ସମୟ ପରିବାର ର ମୋହ ରୁ ବାହାରି ପାରି ନଥାଏ, ସେମାନଙ୍କ ପ୍ରାଣ ଆକ୍ଷି ବାଟରେ ବାହାରି ଯାଇଥାଏ l

– ନାକ ରୁ ପ୍ରାଣ ବାହାରିବା ସବୁଠୁ ଶୁଭ ହୋଇଥାଏ l ଯିଏକି ସମସ୍ତ କାର୍ଯ୍ୟ ଠିକ ଭାବରେ ସମ୍ପାଦନ କରିଥାଏ ଓ ସେ ନିଜର ମନକୁ ଭଗବାନ ଙ୍କ ନିକଟରେ ଲଗାଇଥାଏ , ତାର ପ୍ରାଣ ନାକ ବାଟ ଯାଇଥାଏ l

– ଗରୁଡ଼ ପୁରାଣ ଅନୁସାରେ ଯିଏ ଜୀବନ ସାରା ଧର୍ମ ର ମାର୍ଗ ରେ ଚାଲିଥାଏ, ତାର ପ୍ରାଣ ପାଟି ବାଟରେ ଯାଇଥାଏ l ଯିଏ ଜୀବନସାରା କେବଳ ଧନ ଅର୍ଜନ କରିବାରେ ଲାଗିଥାଏ, ତାର ପ୍ରାଣ ମଳ – ମୂତ୍ର ଦ୍ୱାର ଦେଇ ବାହାରି ଥାଏ l

– ଗରୁଡ଼ ପୁରାଣ ଅନୁସାରେ ମନୁଷ୍ୟର କର୍ମ କୁ ନେଇ ମଣିଷ ର ପ୍ରାଣ ତାର କର୍ମକୁ ନେଇ ଯାଇଥାଏ l ତେଣୁ ସର୍ବଦା ସତ୍କର୍ମ କରିବା ନିହାତି ଜରୁରୀ l

Har Ghar Tiranga

Leave A Reply