Odisha news

ବ୍ଲକ ସ୍ତରୀୟ ବର୍ଜ୍ୟବସ୍ତୁ ପରିଚାଳନା ତାଲିମ ଶିବିର।

0
 ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ସଭାଗୃହ ମଧ୍ୟରେ ଶୁକ୍ରବାର ଗ୍ରାମ୍ୟଜଳ ପରିମଳ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ବର୍ଜ୍ୟବସ୍ତୁ ପରିଚାଳନା ତାଲିମ ଶିବିର(ସ୍ଵଛ ଓଡିଶା କାର୍ଯ୍ୟକ୍ରମ) ଅନୁଷ୍ଠିତ ହୋଇଯାଇଛି।ଏଥିରେ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ରାୟ,ଗ୍ରାମ୍ୟଜଳ
ଯୋଗାଣ ବିଭାଗୀୟ ସହକାରୀ ନିର୍ବାହୀଯନ୍ତ୍ରୀ ଶରତ ଚନ୍ଦ୍ର ସାହୁ,ମିଶନ ଶକ୍ତି ତାଲିମଦାତା ଅଶ୍ମିନି କୁମାର ପଟନାୟକ,ଡି ଏଲ ସି ମହେଶ ତରାଇ ପ୍ରମୁଖ ଯୋଗଦେଇ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଆଲୋଚନା କରିବା ସହ ପରିବେଶ କିପରି ସ୍ଵଛତା ରଖାଯାଇ ସ୍ୱଚ୍ଛ ଓଡିଶା ମିଶନ ସଫଳ ହୋଇପାରିବ ସେ ସମ୍ବନ୍ଧ ରେ ଆଲୋକପାତ କରିଥିଲେ।ଶେଷରେ ପ୍ରୋଜେକ୍ଟର ଦ୍ଵାରା ସ୍ଵଛତାର ଉପକାରୀତା ଓ ଅପକାରିତା ସମ୍ପର୍କରେ ପ୍ରଦର୍ଶିତ କରାଯାଇଥିଲା। କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଜେ ଇ( 2) ମମତା ଗୌଡ଼,କାଇଁଚ ପୁର ସରପଞ୍ଚ ସନ୍ତୋଷ ରେଡି,ସନ୍ତୋଷପୁର ସରପଞ୍ଚ ନିରଞ୍ଜନ ରେଡି,ହୁମ୍ମା ସରପଞ୍ଚ ଚନ୍ଦ୍ର ମୋହନ ସାହୁ ଙ୍କ ସମେତ ସମସ୍ତ ଜି ଆର ଏସ ,ଭି ଏଲ ଡବ୍ଲୁ,ବ୍ଲକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply