Odisha news

ରୋଗୀ କଲ୍ୟାଣ ସମିତି ବୈଠକ

0

ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର : ଭଞ୍ଜନଗର ଉପଖଣ୍ଡ ରୋଗୀ କଲ୍ୟାଣ ସମିତି ର ବୈଠକ ଗୁରୁବାର ସ୍ଥାନୀୟ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।ମେଡିକାଲ ଅଧିକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଯୋଗଦେଇଥିଲେ।
ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଉପରେ ଗଞ୍ଜାମ ଜିଲ୍ଲାର ୮ ଟି ବ୍ଲକ ସମେତ ପଡୋଶୀ କନ୍ଧମାଳ ଜିଲ୍ଲାର ଜନସାଧାରଣ ନିର୍ଭର କରିଥାନ୍ତି।ପ୍ରତିଦିନ ସହଶ୍ରାଧିକ ଲୋକ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି।ହେଲେ ସେହି ଅନୁପାତରେ ଆବଶ୍ୟକ ଡାକ୍ତର ଏଠାରେ ନାହାନ୍ତି। ଆବଶ୍ୟକ ଡାକ୍ତର ପଦବୀ ପୁରଣ କରିବା ଦିଗରେ ପଦକ୍ଷେପ ନେବା ପାଇଁ ମତପ୍ରକାଶ ପାଇଛି।ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ବିଗତ ବୈଠକର ଆଲୋଚନା ଓ ଆୟବ୍ୟୟର ହିସାବ ଉପସ୍ଥାପନ ରଖିଥିଲେ।ବୈଠକରେ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ,ଡାକ୍ତର.ବି ପ୍ରଣାଵାନନ୍ଦ ପାତ୍ର, ସିଡିପିଓ ବିଷ୍ଣୁପ୍ରିୟା ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Nalco

Leave A Reply