Odisha news

ଗଣିଆ ପ୍ରିମିୟର ଲିଗ ଉଦ୍‌ଘାଟିତ

0
ଗଣିଆ :  ଗଣିଆରେ ୨ୟଥର ପାଇଁ ଗଣିଆ ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ୪ଗୋଟି କ୍ରିକେଟ ଟିମକୁ ନେଇ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେଉଥିବାବେଳେ ଉଦ୍‌ଘାଟନ ଦିବସରେ ପ୍ରଥମ ମ୍ୟାଚରେ ବିକ୍ରମ ଟାଇଗର ବନାମ ବିଏନଏସ ଫ୍ଲାଇଙ୍ଗ ଇଲେଭେନ  ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ବିକ୍ରମ ଟାଇଗର ଟସ ଉଇନ କରି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୧୦ ଓଭରରେ ୯ଉଇକେଟ ହରାଇ ୧୩୮ ରନ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ବିଏନଏସ ଫ୍ଲାଇଙ୍ଗ ଇଲେଭେନ ବିଜୟର ପିଛାକରି ୧୦ ଓଭରରେ ୯ଉଇକେଟ କରି ୯୭ରନ କରି ୪୧ ରନରେ ପରାସ୍ତ ହୋଇଥିଲା । ସେହିପରି ୨ୟମ୍ୟାଚରେ ଭୀର ଇଲେଭେନ ବନାମ କ୍ରିକେଟ କିଙ୍ଗସ୍ ଇଲେଭେନ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଭୀର ଇଲେଭେନ ଟସ ଉଇନ କରି ବ୍ୟାଟିଂ କରି ୧୦ ଓଭରରେ ୫ଉଇକେଟ ହରାଇ ୧୦୦ ରନ କରିଥିଲା । ଜବାବରେ କ୍ରିକେଟ କିଙ୍ଗସ୍ ଇଲେଭେନ ୮ଓଭରରେ ସମସ୍ତ ଉଇକେଟ ହରାଇ ୯୧ ରନ କରି ୯ରନରେ ପରାସ୍ତ ହୋଇଥିଲା । ଆଜିର ଖେଳର ପ୍ରଥମ ମ୍ୟାଚରେ ମୁଖ୍ୟ ଅତିଥିଭାବେ ଗଣିଆ ସରପଂଚ ଗିରିଧାରୀ ସେଠୀ ଓ ସମ୍ମାନିତ ଅତିଥବଭାବେ ଗଣିଆ ସମିତିସଭ୍ୟ ଫକୀର ମୋହନ ଡାକୁଆ ଯୋଗଦାନ କରିଥିବାବେଳେ ୨ୟ ମ୍ୟାଚରେ ଅତିଥିଭାବେ ଲକି ମୋବାଇଲ ଆଣ୍ଡ ଗିଫ୍ଟର ମାଲିକ ପ୍ରାଣବନ୍ଧୁ ଦାଶ (ଟିକି) ଓ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ସଭ୍ୟ ଦିନେଶ ରାଉତରାୟ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ପରିଚାଳନା କରିଥିଲେ ବରିଷ୍ଠ ଖେଳାଳୀ ତ୍ରିଲୋଚନ ବସ୍ତି ଓ ପୁର୍ଣ୍ଣଚନ୍ଦ୍ର ବେହେରା ।
Nalco

Leave A Reply