Odisha news

ଗଙ୍ଗାଜଳ କାହିଁକି ଖରାପ ହୋଇନଥାଏ ? କଣ ରହିଛି ଏହା ପଛର ବୈଜ୍ଞାନିକ କାରଣ : ରିସର୍ଚ୍ଚ

0

ଭାରତରେ କେବଳ ନୁହେଁ ସାରା ବିଶ୍ୱରେ ଗଙ୍ଗାନଦୀ ଗୋଟିଏ ପବିତ୍ର ନଦୀ ଭାବରେ ସ୍ଥାନ ପାଇଛି l ପ୍ରତ୍ୟେକ ଶୁଭ ଓ ପବିତ୍ର କାର୍ଯ୍ୟରେ ଗଙ୍ଗାଜଳ କୁ ମହତ୍ୱ ଦିଆଯାଇ ଥାଏ l ହୋମ ହେଉ କିମ୍ବା ଯଜ୍ଞ ସବୁଠି ସର୍ବ ପ୍ରଥମେ ଗଙ୍ଗାଜଳ ର ଆବଶ୍ୟକତା ପଡିଥାଏ l ଆମେ ପ୍ରାୟ ଶୁଣିଛୁ କେବଳ ଗଙ୍ଗାନଦୀ ର ପାଣି କୁ ଜଳ ବୋଲି ସମ୍ବୋଧନ କରାଯାଇ ଥାଏ l ଏହାଛଡା ଅନ୍ୟ ସମସ୍ତ ନଦୀର ପାଣି କୁ କେବଳ ପାଣି ବୋଲି କୁହାଯାଏ l ଭାରତରେ ୨୦୦ ରୁ ଉର୍ଧ୍ଵ ନଦୀ ରହିଛନ୍ତି ଏବଂ ଏଥିରୁ ୭ରୁ ୮ଟି ନଦୀର ଅନେକ ମହତ୍ୱ ରହିଛି l

ଗଙ୍ଗାଜଳ କୁ ନେଇ ସନାତନ ଧର୍ମରେ ଲୋକଙ୍କ ମଧ୍ୟରେ ଗୋଟିଏ ଅଲଗା ସ୍ପର୍ଦ୍ଧା ରହିଛି l ପ୍ରତ୍ୟେକ ହିନ୍ଦୁ ଧର୍ମର ଲୋକଙ୍କ ପରିବାରରେ ଆମେ ଗଙ୍ଗାଜଳ ଦେଖିବାକୁ ପାଇଥାଉ l କିନ୍ତୁ କଣ ଆପଣ ଭାବିଛନ୍ତି ଏହି ଗଙ୍ଗାଜଳ ବର୍ଷ ବର୍ଷ ଧରି ଘରେ ରଖିଲେ ମଧ୍ୟ ଖରାପ ହୋଇ ନଥାଏ l ଏବଂ ବର୍ଷ ବର୍ଷ ଧରି ଏହା କିପରି ଶୁଦ୍ଧ ରହିଥାଏ ?ଯଦି ଆପଣ ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ବିଶ୍ୱର ବୈଜ୍ଞାନିକ ମାନେ କେଉଁ ତଥ୍ୟ ଦେଇଛନ୍ତି ?

ବିଶ୍ୱର ଅନେକ ଦେଶର ମାଇକ୍ରୋ ବାୟୋଲୋଜିଷ୍ଟ ମାନେ ନିଜର ଅଧ୍ୟୟନ ରେ ଜାଣିବାକୁ ପାଇଛନ୍ତି ଯେ ଗଙ୍ଗାନଦୀ ଜେଲରେ ଅନେକ ଗୁଡିଏ ବେଟ୍ରୀୟlଫୋସ ରହିଛି l ଏହି ବେଟ୍ରୀୟl ଫାଓସ ପାଣିରେ ଥିବା ବ୍ୟାକ୍ଟେରିଆ କୁ ନଷ୍ଟ କରିଦେଇ ଥାଏ l ଗଙ୍ଗାନଦୀ ର ପାଣିରେ ଅନେକ ମାତ୍ରାରେ ସଲଫର ରହିଛି, ଏହାଛଡା ମଧ୍ୟ ଏହି ପାଣିରେ ଏଭଳି କିଛି ବ୍ୟାକ୍ଟେରିଆ ରହିଛନ୍ତି ଯାହାକି ଏହାକୁ ଖରାପ ହେବାକୁ ଦେଇ ନଥାଆନ୍ତି l ୨୦୧୬ ରେ IMTECH ଏଭଳି କିଛି ଗୁଡ଼ ବ୍ୟାକ୍ଟେରିଆ ଜଳରେ ପାଇଛନ୍ତି ଯାହାକି ପାଣିକୁ ଅଶୁଦ୍ଧ ହେବାକୁ ଦେଇ ନଥାଏ l ଏହିଭଳି ଭାବରେ ବିଜ୍ଞାନ ସହିତ ଲୋକ ମାନଙ୍କ ଶ୍ରଦ୍ଧାରେ ଯୋଡି ହୋଇଛି ଗଙ୍ଗାନଦୀ l

Nalco

Leave A Reply