Odisha news

କେବେଠାରୁ ଭାରତରେ ଆରମ୍ଭ ହୋଇଛି ଗଣେଶ ଉତ୍ସବ ଓ ଗଣପତି ବାପା ମୋରୀଆ ଜୟ ଧ୍ୱନୀ ପଛର କରଣ କଣ

0

ପ୍ରାଚୀନକାଳ ରୁ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିରେ ଶ୍ରୀଗଜାନନ ନ୍କ ଜନ୍ମ ଉତ୍ସବ ପାଳନ କରାଯାଇ ଥାଏ l ଏହି ସମୟରେ ଭାରତର ସହର ଗ୍ରାମ ଓ ପୁରପଲ୍ଲୀ ସୁସଜିତ ପେଣ୍ଡାଲ ରେ ଶୋଭା ପାଇଥାଏ l ଏହା ହିନ୍ଦୁ ମାନଙ୍କର ଗୋଟିଏ ପୁରୁଣା ପାରମ୍ପରିକ ଉତ୍ସବ l ସାର୍ବଜନିକ ଭାବରେ ଗଣେଶ ଚତୁର୍ଥୀ ଇଂରେଜ ମାନଙ୍କ ସମୟ ରୁ ପାଳନ କରାଯାଉଛି l ବିଶେଷ ଭାବରେ ମହାରାଷ୍ଟ୍ରରେ ଗଣପତି ଙ୍କ ଜନ୍ମ ଉତ୍ସବ ଜାକଜମକ ରେ ପାଳିତ ହୋଇଥାଏ l ଗଣପତି ଉତ୍ସବ ମହାରାଷ୍ଟ୍ର ରେ ୧୮୯୩ ରୁ ଆରମ୍ଭ ହୋଇ ଆସୁଛି , ଯାହାକୁ ଲୋକମାନ୍ୟ ବାଲ ଗଙ୍ଗାଧର ତିଳକ ଆରମ୍ଭ କରିଥିଲେ

ସେହି ସମୟରେ ତିଳକ ଯୁବା କ୍ରାନ୍ତିକାରୀ ନେତା ଭାବରେ ଜଣାଶୁଣା ଥିଲେ l ସେହି ସମୟରେ ଇଂରେଜ ସରକାର ଙ୍କର ମଧ୍ୟ ତିଳକ ଙ୍କ ପ୍ରତି ଖୁବ ଭୟ ଥିଲା l ତିଲକ ଜାଣିଥିଲେ ଯେ ଯଦି ତିଲକ କୌଣସି ମଞ୍ଚ ରେ ଭାଷଣ ଦେବେ ତେବେ ସେଠାରେ ଅଗ୍ନି ବର୍ଷା ହେବ l ତିଳକ ସ୍ୱରାଜ ପାଇଁ ସଂଘର୍ଷ କରୁଥିଲେ ଓ ସେ ନିଜର ମନ୍ତବ୍ୟ ଲୋକ ମାନଙ୍କ ନିକଟରେ ପହଞ୍ଚାଇବାକୁ ଚାହୁଁଥିଲେ l ସେ ଲୋକ ମାନଙ୍କ ମନର ଭାବକୁ ପଢିବାରେ ମାହିର ଥିଲେ l ତେଣୁ ସେ ଗଣପତି ଉତ୍ସବ କୁ ଗୋଟିଏ ମାଧ୍ୟମ ଭାବରେ ଗ୍ରହଣ କରିଥିଲେ l ଏହାପରେ ଗଣପତି ଉତ୍ସବ କୁ ଗୋଟିଏ ଭବ୍ୟ ରୂପ କେବଳ ମହାରାଷ୍ଟ୍ରରେ ନୁହେଁ, ସାରା ଭାରତରେ ଆମେ ଦେଖିବାକୁ ପାଉଛେ l

କାହିଁକି କୁହାଯାଏ ଗଣପତି ବାପା ମୋରୀଆ -:
ଚଳିତ ଥର ଗଣପତି ଉତ୍ସବ ସେପ୍ଟେମ୍ବର ୧୯ ରୁ ଆରମ୍ଭ ହେବାକୁ ଯାଉଛି l ୧୦ ଦିନ ପର୍ଯ୍ୟନ୍ତ ମହାରାଷ୍ଟ୍ର ରେ ଗଣେଶ ଉତ୍ସବ ପାଳନ ହେବ l ଏହି ସମୟରେ ଭାରତର ପ୍ରାୟ ସମସ୍ତ ସ୍ଥାନରେ ଗଣପତିଙ୍କ ଉଦେଶ୍ୟ ରେ ‘ଗଣପତି ବାପା ମୋରୀୟା ‘ ଗୁଞ୍ଜରଣ ହୋଇଥାଏ l ଏହାପଛରେ ଗୋଟିଏ ବିଶେଷ କାରଣ ରହିଛି l ଚତୁର୍ଦଶ ଶତାବ୍ଦୀ ବେଳକୁ ପୁନେ ନିକଟରେ ଚି଼ଞ୍ଚବଡ଼ ରେ ମୋରୟl ନାମକ ଗୋସ୍ୱାମୀ ନାମକ ସୁ ବିଖ୍ୟାତ ଗଣେଶ ଭକ୍ତ ରହୁଥିଲେ l ସେ ଜଣେ ବିଖ୍ୟାତ ଗଣେଶ ସାଧକ ଥିଲେ l କୁହାଯାଏ ଯେ ମୋରୟା ଗୋସ୍ୱାମୀ ଏଠାରେ ଜୀବନ୍ତ ସମାଧି ନେଇଥିଲେ l ସେବେଠାରୁ ଏଠାରେ ଗଣେଶ ମନ୍ଦିର ବିଖ୍ୟାତ ହୋଇଛି ଏବଂ ଗଣପତି ଙ୍କ ନାମ ସହିତ ଭକ୍ତ ମାନେ ମୋରୟl ଙ୍କ ନାମକୁ ମୋରୀଆ ନାମରେ ଉଚ୍ଚାରଣ କରି ଥାଆନ୍ତି l ଏବଂ ଜୟ ଧ୍ୱନି ଦେଇ ଥାଆନ୍ତି l

Nalco

Leave A Reply