Odisha news

ବୁଧବାର ଦିନ ଗଣେଶ ନିକଟରେ କରନ୍ତୁ ପାନ ପତ୍ର ଓ ଲବଙ୍ଗ ରେ ଏହି ଉପାୟ , ଅଟକି ଥିବା ଧନ ଫେରି ଆସିବ

0

ଧାର୍ମିକ କାର୍ଯ୍ୟରେ ଲବଙ୍ଗ ର ପ୍ରୟୋଗ ହୋଇଥାଏ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଖୁବ ଶୁଭ ଅଟେ l ଅନ୍ୟ ପକ୍ଷରେ ବାସ୍ତୁ ଶାସ୍ତ୍ର ଅନୁସାରେ ଲବଙ୍ଗ ର ବ୍ୟବହାର ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ଓ ଧନ ର ଆଗମନ ହୋଇଥାଏ l ଲବଙ୍ଗ ରେ କରାଯାଇ ଥିବା ଏହି ଜ୍ୟୋତିଷ ଉପାୟ ଜୀବନ ରେ ଆନନ୍ଦ ରେ ସଂଚାର ହୋଇଥାଏ , ଘରର ସମସ୍ତ ବିଘ୍ନ ଦୂର ହେବ , ଏବଂ ନକାରାତ୍ମକ ପ୍ରଭାବ ମଧ୍ୟ ଦୂର ହୋଇଥାଏ l

* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତିଦିନ ନିଜ ଘରେ ପୂଜା କରିବା ସମୟରେ ସକାଳେ ଓ ସନ୍ଧ୍ୟା ସମୟରେ କର୍ପୁର ଆଳତି ରେ ଲବଙ୍ଗ ପକାଇ ଆଳତି କରନ୍ତୁ l ଏହାଦ୍ୱାରା ବାତାବରଣ ସୁଧ ହୋଇଥାଏ ଓ ନକାରାତ୍ମକ ଶକ୍ତି ର ବିନାଶ ହୋଇଥାଏ l

* ଘରେ ଯଦି ସର୍ବଦା କଳହ ଓ କ୍ଳେଶ ଦେଖା ଦେଇଥାଏ ତେବେ ଏହା ନକାରାତ୍ମକ ଶକ୍ତି ର ପ୍ରଭାବ ଅଟେ l ଏହାଦ୍ୱାରା ଲବଙ୍ଗ ର ୭-୮ ଟି
ନେଇ ଗୋଟିଏ ପାତ୍ର ରେ ଜଳାଇ ନିଅନ୍ତୁ l ଏବଂ ଏହାକୁ ଘରର ଗୋଟିଏ କୋଣ ରେ ରଖି ନିଅନ୍ତୁ l ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ର ସଂଚାର ହେବ l ଏହି ଉପାୟ ସନ୍ଧ୍ୟା ସମୟରେ କରିବା ଖୁବ ପ୍ରଭାବଶାଳୀ ଅଟେ l

* ଯଦି ଆପଣଙ୍କ ଆପ୍ରାଣ ଚେଷ୍ଟା ଓ ପରିଶ୍ରମ ସତ୍ୱେ ଆପଣଙ୍କୁ ସଫଳତା ମିଳୁନାହିଁ କିମ୍ବା କାମ ହେଉ ହେଉ ବିଗିଡି ଯାଉଛି ନଚେତ ପଇସା କେଉଁଠି ଫସି ରହିଛି ତେବେ ବୁଧବାର ଦିନ ଗଣେଶ ଙ୍କ ନିକଟରେ ଗୋଟିଏ ପାନ ପତ୍ର ରେ ଗୁଆ, ଲବଙ୍ଗ ଓ ଗୁଜୁରାତି ଅର୍ପଣ କରନ୍ତୁ l ଏହାଦ୍ୱାରା ଆପଣଙ୍କ ର ଅଟକିଥିବା କାମ ଭଲରେ ହୋଇଯିବ l

* ଯଦି ଆପଣଙ୍କ କୁଣ୍ଡଳୀ ରେ ରାହୁ ଓ କେତୁ ଙ୍କ ସ୍ଥିତି ଠିକ ନାହିଁ ତେବେ ଅନେକ ଅସୁବିଧା ର ସମୁଖୀନ ହେବାକୁ ପଡିଥାଏ l ତେବେ ଏପରି ସ୍ଥିତି ରେ ଶନିବାର ଦିନ ଲବଙ୍ଗ ଦାନ କରନ୍ତୁ ଏବଂ ୪୦ ଦିନ ପର୍ଯ୍ୟନ୍ତ ଶିବ ଲିଙ୍ଗ ରେ ଲବଙ୍ଗ ଅର୍ପଣ କରନ୍ତୁ l

Nalco

Leave A Reply