Odisha news

କାରସହ ୫୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ

0

ବ୍ରହ୍ମପୁର,୨୧/୮- ଗଜପତି ଜିଲାରୁ ଵ୍ରହ୍ମପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ଟିମ ସୋମବାର  ସନ୍ଧ୍ୟରେ ବଡବ୍ଜ଼ାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ଛକରେ ଯାନବାହନ ଯାଞ୍ଚ କରୁଥିଲା। ଅବକାରୀ ଉପ ଅଧିକ୍ଷକ କୁବେର ସେଠୀଙ୍କ ନେତୃତ୍ୱରେ ଏକ ଟିମ ସେଠାରେ ମୁତୟନ ହୋଇଥିଲେ।  ଏକ କାର ନମ୍ବର ଓଡ଼ି୦୭ କେ- ୭୩୭୨ କୁ ଅଟକାଇ ଯାଞ୍ଚ କରିଥିଲା। ସେଥିରେ ୫୦ କେଜି ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଟିମ ଦୁଇ ଜଣ  ଯୁବକଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଗଜପତି ଜିଲା ମୋହନା ଥାନା ଖାରୀଗୁମା  ଗ୍ରାମର ସୁସ୍ଥିର ପାଳ (୨୧) ଓ ସଞ୍ଜୟ ପାଳ (୨୫)। ସେମାନେ ହେଲେ  ଉକ୍ତ ଗଞ୍ଜେଇ ଗଜପତି ରୁ ବେଆଇନ ଭାବେ ଵ୍ରହ୍ମପୁର ଦେଇ ଭୁବନେଶ୍ୱର ଚାଲାଣ କରୁଥିଲେ ବୋଲି ଟିମ ଜେରା ବେଳେ ଜାଣିବାକୁ ପାଇଛି। ଜବତ ଗଞ୍ଜେଇ ଓ ଗାଡିର ମୂଲ୍ୟ ୧୫ ଲକ୍ଷ  ହଜାର  ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି। ଏହି ଚଢଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ, ସବ ଇନ୍ସପେକ୍ଟର ଅଜିତ କୁମାର ନାୟକ, ଏଏସ୍‌ଆଇ ବ୍ରଜ ବିହାରୀ ନାୟକ, କନେଷ୍ଟେବଲ କପିଳାସ ଭତ୍ରା, କୁମୁଦ ପ୍ରଧାନ, ସନ୍ତୋଷ କୁମାର ନାୟକ, ବଳରାମ ଜେନା ପ୍ରମୁଖ ସାମିଲ ଥିଲେ।

Nalco

Leave A Reply