ନୂଆଦିଲ୍ଲୀ : ହ୍ଵାଟ୍ସଆପ ଦୁନିଆରେ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ଚାଟିଙ୍ଗ ଆପ ମାନଙ୍କ ମଧ୍ୟରୁ ଗୋଟିଏ ,ନିକଟରେ କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ୫୦୦ ମିଲିୟନରୁ ଅଧିକ ଦୈନିକ ଭାରତରେ ଏହାକୁ ବ୍ୟବହାର କରି ଥାନ୍ତି l ଏଥିରେ ଅନ୍ୟ ମୁଦା ଗୁଡିକ ମଧ୍ୟ ରହିଛି ଯେଉଁଥିରେ ନକଲି ଖବର ସ୍ପାମ ଓ ଘୋଟଲା ସନ୍ଦେଶ ସାମିଲ ରହିଛି ଯାହା ଉପଭୋକ୍ତା ମାନଙ୍କୁ ଧୋକା ଦେବାପାଇଁ ଡିଜାଇନ କରାଯାଇଛି l ଗୋଟିଏ ନୂଆ ନକଲି ସନ୍ଦେଶ ବର୍ତ୍ତମାନ ଘୁରି ବୁଲୁଚି ,ଉପଭୋକ୍ତା ମାନଙ୍କୁ ସୂଚେଇ ଦେଉଛି ଯେ ଆମାଜୋନ ନିଜର ୩୦ ବର୍ଷ ପୂର୍ତ୍ତି ଅବସରରେ ଉପଭୋକ୍ତା ମାନଙ୍କୁ ଉପହାର ଦେଉଛି l
.
ଫ୍ୟାକ୍ଟ ଚେକିଂ ୱେବସାଇଡ ନିୟୁଜ ମିଟରର ଏକ ସୂଚନା ଅନୁସାରେ ,ହ୍ଵାଟ୍ସଆପରେ ଉପଭୋକ୍ତା ମାନଙ୍କୁ ଫରୱାଡ ଭାବରେ ଯେଉଁ ଭାଇରାଲ ମେସେଯେ ମିଳୁଛି ,ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ ,ଯାହାକୁ କଥିତ ଭାବରେ ଆମାଜୋନର ଗ୍ରାହକ ସେବା ଦ୍ୱାରା ପୁଷ୍ଟି ମଧ୍ୟ କରାଯାଇଛି l ଘୋଟଲାର ସନ୍ଦେଶର କୌଣସି ସେପରି ବିବୃତି ନାହିଁ କିନ୍ତୁ ଯେଉଁ ଲିଙ୍କ୍ ଟି ସେୟାର କରାଯାଇଛି ତାହାର ପୂର୍ବ ଅବଲୋକନ ଆମାଜୋନର ୩୦ ବର୍ଷ ପ୍ରତି ଉତ୍ସବ କୁହାଯାଉଛି ,କିନ୍ତୁ ଲିଙ୍କ୍ ଟି ଦୁର୍ଭାଗ୍ୟ ବସତ ଏକ ନକଲି URL govspourt ଚର୍ଚା କରାଯାଉଛି -ଯାହା ନିଶ୍ଚିତ ଭାବରେ ଆମାଜୋନ ୱେବସାଇଡର ନୁହେଁ l
ଲିଙ୍କ୍ ଉପରେ କ୍ଲିକ କରୁଥିବା ଉପଭୋକ୍ତା ମାନଙ୍କୁ ଗୋଟିଏ ୱେବସାଇଡ଼କୁ ନେଇ ଯାଉଛି ଯାହା କିଛି ପରିମାଣରେ ଅଧିକାରିକ ୱେବସାଇଡ ସହିତ ମିଶୁଛି l ଉପଭୋକ୍ତା ମାନଙ୍କୁ ଜଣାଉଛି ଯେ କମ୍ପାନୀ ଗୋଟିଏ Huawei ସହିତ ପ୍ରୋ 5G କୁ ଭାଗ୍ୟଶାଲୀ ଉପଭୋକ୍ତାଙ୍କୁ ପ୍ରଦାନ କରୁଛି l ଏହା ପ୍ରତେକ ଅଂଶଗ୍ରହଣ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଘୋଷଣା କରାଯାଉଛି କି ସେମାନେ ସ୍ମାର୍ଟ ଫୋନ ଜିତିଛନ୍ତି ,ଏହାପରେ କିଛି ନିୟମକୁ ଶୂଚିବଧ କରାଯାଉଛି ,ଯାହାକୁ ଉପଭୋକ୍ତା ମାନେ ନିଜର ପୁରସ୍କାର ଦାବି ପାଇଁ ପାଳନ କରିବା ବଶ୍ୟକ l
ଏହି ନକଲି ୱେବସାଇଡ଼ଟି ଉପଭୋକ୍ତା ମାନଙ୍କୁ କହୁଛି ଯେ ସେମାନଙ୍କୁ ୫ଟି ଗ୍ରୁପ କିମ୍ବା ୨୦ ଟି ବନ୍ଧୁଙ୍କୁ ପଠାଇବା ଆବଶ୍ୟକ ,ଏହାପରେ ସେମାନେ ନିଜର ଠିକଣା ଦର୍ଜ କରି ପାରିବେ ଓ ଆଉ ଗୋଟିଏ ଆପ ଡାଉନଲୋଡ଼ କରି ପାରିବେ ଏହାପରେ “୫ରୁ ୭ ଦିନ ମଧ୍ୟରେ ତାଙ୍କର ଉପହାର ତାଙ୍କୁ ମିଳିଯିବ l “ଏହି ମେସେଜ ଦ୍ୱାରା ଲୋକମାନେ ମିଛର ଶିକାର ହୋଇ ନିଜ ବନ୍ଧୁ ମାନଙ୍କୁ ସେୟାର କରୁଛନ୍ତି l
ଏହା ଦ୍ୱାରା କୌଣସି ସାଇଡ ବ୍ୟକ୍ତିଗତ ତଥ୍ୟ ମାଗୁଛି ଓ ଉପଭୋକ୍ତା ମାନଙ୍କୁ ନିଜର ତଥ୍ୟ ଦର୍ଜ କରିବା ପାଇଁ ତତ୍କାଳୀନ ୱେବପେଜ୍ ଟାଇମର ସହିତ ଯୋଡି ଦେଉଛି l ଏହି ୱେବସାଇଡରେ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିବା ଦ୍ୱାରା ,ବ୍ୟକ୍ତିଗତ ତଥ୍ୟ ଓ ପଇସା ଠକେଇର କ୍ଷତି ହୋଇପାରେ l ଏହି ୱେବସାଇଡ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିବା ପାଇଁ ଏହି ଆପକୁ ଡାଉନଲୋଡ଼ କରିବାକୁ ମନ କରୁଛି ,ତା ସହିତ ଅଜ୍ଞାନତା ୱେବସାଇଡ଼କୁ ନିଜର ତଥ୍ୟ ଦେବା ପାଇଁ ମନା କରୁଛି l
Comments are closed.