Odisha news

ଫୋରମ୍ ଅଫ୍ ଏକାଡେମିକ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସଫଳତାର ଶୀର୍ଷରେ ପହଞ୍ଚି ଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

0

୨୧/୦୫ /୨୩ ରବିବାର  ଆଠଗଡ଼ ସ୍ଥିତ ଶ୍ରୀରାମ ପ୍ୟାଲେସ ଠାରେ ଫୋରମ୍ ଅଫ ଏକାଡେମୀ ଏବଂ ଆଠଗଡ଼ ବିଜୁଜନତା ଦଳ ତରଫରୁ ଚଳିତ ହାଇସ୍କୁଲ ପରୀକ୍ଷା ରେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ରେ ୯୦ ଶତକଡ଼ା ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥବା ୪୫ଜଣ ଏ୧ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବଦ୍ଧିତ କରିବା ସହିତ ଜୀବନରେ ଆଗକୁ ବଢିବା ପାଇଁ କେଉଁଭଳି ପ୍ରସ୍ତୁତ ହେବାକୁ ପଡିବ ଏବଂ  ପ୍ରତ୍ୟେକ ପିଲା ନିଜ ସଫଳତାର କାହାଣୀ ବକ୍ଷାଣିବା ସହ ଜୀବନରେ ଆଗକୁ କଣ କରିବାର ଇଛା ଅଛି ବୋଲି ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆଠଗଡ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ହେମନ୍ତ କୁମାର ସ୍ୱାଇଁ, ସମ୍ମାନୀତ ଅତିଥି ଭାବରେ ଇତିହାସ ବିଭାଗର ଅଧ୍ୟାପକ ଅଜୟ କୁମାର ସ୍ୱାଇଁ, ସୁପ୍ରିମକୋର୍ଟର ଯୁବ ଆଇନିଜୀବି ଆଦିତ୍ୟ ପ୍ରତାପ ସ୍ୱାଇଁ, ଶ୍ରୀ ଶ୍ରୀ ଧବଳେଶ୍ବର ମହାବିଦ୍ୟାଳୟର ଅଧ୍ୟକ୍ଷ ରାମଚନ୍ଦ୍ର ସାହୁ, ପୂର୍ବତନ ଶିକ୍ଷକ ନୀଳମଣି ନାୟକ, ଅବସରପ୍ରାପ୍ତ ଶିକ୍ଷକ ସୂଚିଧର ପ୍ରଧାନ ପ୍ରମୁଖ ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବା ପାଇଁ ପ୍ରେରଣା ଯୋଗାଇ ଥିଲେ । ଏହି ପରିପେକ୍ଷିରେ ଆଠଗଡ଼ ମାଟିର ଝିଅ ଜ୍ୟୋତି ଷଡଙ୍ଗୀ ଓଇଏସ ପରୀକ୍ଷା ରେ ଉତ୍ତୀର୍ଣ ହୋଇ ୨୪ନମ୍ବର ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି ମଂଚ ଫକ୍ଷରୁ ତାଙ୍କୁ ମଧ୍ୟ ସମ୍ବଦ୍ଧିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ସଭାପତି ସତ୍ୟପ୍ରିୟ ମହାନ୍ତି, ଶୁଭେନ୍ଦୁ ବେଉରା, ତୋଫାନି ସାମଲ, ମହମ୍ମଦ ଖଲିଦ, ପ୍ରଭଞ୍ଜନ ସେଠୀ, ବିକାଶ ଦୁଆରୀ ବହୁ ଛାତ୍ରନେତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply