Odisha news

ଇଲେଭେନ ଏ ସାଇଡ ନକ୍ ଆଉଟ୍ ରୁରାଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0

ପା ଞ୍ଚ ପୀଢ ୨୧/୭ କରଞ୍ଜିଆ ଆଥଲେଟିକ ଆସୋସିଏସନ୍ ଆନୁକୂଲ୍ୟରେ କରଞ୍ଜିଆ ଷ୍ଟାଡିୟମ ଠାରେ ଆଜି ଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଇଲେଭେନ ଏ ସାଇଡ ନକ୍ ଆଉଟ୍ ରୁରାଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍ ୩୨ ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି। ଆଜି ୩ଟି ମ୍ୟାଚ୍ ଖେଳାଯାଇଥିଲା।ପ୍ରଥମ ମ୍ୟାଚ ଜରକିବେଡା ଓ ଚଉଠିଆ, ଦ୍ୱିତୀୟ ମ୍ୟାଚ ମର୍ଣିଙ୍ଗ ଷ୍ଟାର କରଞ୍ଜିଆ ଓ ଘୋଡାଗାଗୁରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତୃତୀୟ ମ୍ୟାଚରେ ଆଜିର ଉଭୟ ବିଜେତା ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ଦିବସର ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ସଂଘ ଉପସଭାପତି ଡଃ ଜନାର୍ଦ୍ଦନ ଚୌଧୁରୀ ଓ ପୂର୍ବତନ କରଞ୍ଜିଆ ଓକିଲ ସଂଘ ସମ୍ପାଦକ କୁମାର ଦେବାଶିଷ ବେହେରା ଯୋଗଦେଇ ପ୍ରାରମ୍ଭରେ ଉଭୟ ଦଳର ଖେଳାଳୀମାନଙ୍କ ସହ ପରିଚୟ ଆଦାନ ପ୍ରଦାନ କରିଥିଲେ। ଏହି ମ୍ୟାଚରେ ଖେଳ ଶେଷ ସୁଦ୍ଧା ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଖେଳ ଅମିମାଂସତ  ରହିବାରୁ ପେନାଲ୍ଟି ସୁଟ ଆଉଟ୍ ରେ ଜରକିବେଡା ୫-୪ ଗୋଲ୍ ବ୍ୟବଧାନରେ ବିଜୟୀ ହୋଇଥିଲା। ପରବର୍ତ୍ତୀ ମ୍ୟାଚ ମର୍ଣିଙ୍ଗ ଷ୍ଟାର କରଞ୍ଜିଆ ଓ ଘୋଡାଗାଗୁରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ମର୍ଣିଙ୍ଗ ଷ୍ଟାର କରଞ୍ଜିଆ ଦଳ ୨-୦ ଗୋଲ ବ୍ୟବଧାନରେ ବିଜୟୀ ହୋଇଥିଲା।ଶେଷ ମ୍ୟାଚରେ ଉଭୟ ବିଜୟୀ ଦଳ ଜରକିବେଡା ଓ ମର୍ଣିଙ୍ଗ ଷ୍ଟାର କରଞ୍ଜିଆ ମଧ୍ୟରୁ ଜରକିବେଡା ଦଳ ୨-୧ ଦଳ ଗୋଲ ବ୍ୟବଧାନରେ ବିଜୟୀ ହୋଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନିତ ହୋଇଥିଲା। ଆଜିର ଖେଳ ଗୁଡ଼ିକରେ ରେଫରୀ ଭାବେ ବାଲକ ମୁର୍ମୁ,ବିଜୁ ମୁର୍ମୁ,ହରିଆଲ ଚାତାର ଓ କଲ୍ୟାଣ କୁମାର ନାଏକ ଖେଳ ପରିଚାଳନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ, ରନର୍ସ ଅଫ୍, ଏବଂ ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳକୁ ଯଥାକ୍ରମେ ୧୫,୧୦,୭ ଓ ୫ ହଜାର ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଫୁଟବଲ ସମ୍ପାଦକ କଲ୍ୟାଣ କୁମାର ନାଏକ ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟକୁ ସରସ ସୁନ୍ଦର କରିବା ପାଇଁ ବରିଷ୍ଠ ଖେଳାଳି ଗୌରୀ ଶଙ୍କର ସିହ୍ନା, ସନ୍ତୋଷ କୁମାର ଦାସ, ଅଭିମନ୍ୟୁ ତ୍ରିପାଠୀ, ଜୟନ୍ତ କୁମାର ମହାନ୍ତ ତଥା ଅନ୍ୟ ସଦସ୍ୟମାନେ ସହଯୋଗ ପ୍ରଦାନ କରିଥିଲେ

Leave A Reply