Odisha news

ଖାଦ୍ୟରେ ମାଇକ୍ରୋ ପ୍ଲାଷ୍ଟିକ କୁ ନେଇ FSSAI ର ପ୍ଲାନ, ସୁରକ୍ଷିତ ଭୋଜନ ପାଇଁ ପ୍ରସ୍ତୁତ ହେବ ପ୍ରୋଟକଲ

0

ଖାଦ୍ୟ ପେୟ ରେ କ୍ଷତିକାରକ ମାଇକ୍ରୋ ପ୍ଲାଷ୍ଟିକ ଥିବାର ଜଣା ପଡିବା ପାଇଁ ଫୁଡ ସେଫଟି ଏଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ଖୁବ ଶୀଘ୍ର ଗୋଟିଏ ଆକ୍ସନ ନେବାକୁ ଯାଉଛନ୍ତି l ସୂଚନା ଯୋଗ୍ୟ ଯେ ନିକଟରେ ଟକ୍ସିକ ଲିଙ୍କ ର ଷ୍ଟଡି ରେ ଦେଶରେ ସମସ୍ତ ପ୍ରକାର ଲୁଣ ଓ ଚିନି ର ବ୍ରାଣ୍ଡ ରେ ମାଇକ୍ରୋ ପ୍ଲାଷ୍ଟିକ ଥିବାର ଜଣା ପଡିଛି l ଏହି ସୂଚନା ପରେ  FSSAI ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯିବ ବୋଲି ନିର୍ଦେଶ ଦିଆଯାଇଛି l

ପିଟିଆଇ ର ରିପୋର୍ଟ ଅନୁସାରେ ଏହି ଷ୍ଟଡି ର ନାମ ମାଇକ୍ରୋ ପ୍ଲାଷ୍ଟିକ ଇଂ ସ୍ଲଟ ଏଣ୍ଡ ସୁଗାର ରଖ ଯାଇଛି, ଏହି ଷ୍ଟଡି ରେ ଟେବୁଲ ସ୍ଲଟ, ସୈନ୍ଧବ ଲବଣ , ସମୁଦ୍ର ଲୁଣ, ସ୍ଥାନୀୟ ଲୁଣ ସମେତ ୧୦ ପ୍ରକାରର ଲୁଣ କୁ ଯାଞ୍ଚ ରେ ସାମିଲ କରାଯାଇଛି l ଏହାଛଡା ୫ ପ୍ରକାରର ଚିନି କୁ ମଧ୍ୟ ଯାଞ୍ଚ ରେ ସମ୍ପୃକ୍ତ କରାଯାଇଛି , ଯାହାକି ଅନଲାଇନ ଓ ଲୋକାଲ ମାର୍କେଟ ରୁ କିଣା ଯାଇଥିଲା l ଏହି ଷ୍ଟଡି ରେ କୁହାଯାଇଛି ଯେ ଏହି ଲୁଣ ଓ ଚିନି ରେ ମାଇକ୍ରୋ ପ୍ଲାଷ୍ଟିକ ରହିଥିଲା l ଏହି ମାଇକ୍ରୋ ପ୍ଲାଷ୍ଟିକ ର ଆକାର ୦.୧ mm କୁ ନେଇ ୫ mm ପର୍ଯ୍ୟନ୍ତ ରହିଥିଲା l

କଣ ରହିବ ଏହି ପ୍ରୋଜେକ୍ଟ ରେ –
ଏହି ଷ୍ଟଡି ରେ ଗମ୍ଭୀରତା କୁ ନେଇ  FSSAI ପକ୍ଷରୁ ଖାଦ୍ୟ ପଦାର୍ଥ ରେ ମାଇକ୍ରୋପ୍ଲାସ୍ଟିକ ଥିବାର ଜଣା ପଡିଥିଲା , ଏହାପରେ  FSSAI ପକ୍ଷରୁ ଗୋଟିଏ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି l ଏହି ଯୋଜନା ଅନୁସାରେ ଖାଦ୍ୟ ପଦାର୍ଥ ରେ ମାଇକ୍ରୋ ନାନୋ ପ୍ଲାଷ୍ଟିକ ଥିଲେ ସେହି ଖାଦ୍ୟ ପଦାର୍ଥ କୁ ଭାରତରେ ରଦ୍ଧ କରାଯିବ l ଏହି ଷ୍ଟଡି ଅନୁସାରେ  FSSAI ସୁନିଶ୍ଚିତ କରିବ ଯେ କେଉଁ ଖାଦ୍ୟପେୟ କୁ ଏଥିରେ ସାମିଲ କରାଯିବ ଏବଂ ଏହାକୁ ଲୋକ ମାନଙ୍କୁ ସେବନ ପାଇଁ ବାରଣ କରାଯିବ l

Har Ghar Tiranga

Leave A Reply