Odisha news

ଏହି ୩ଟି ନିୟମ କୁ  ଆଜିହିଁ ନିଜ ରୁଟିନ ରେ ସାମିଲ କରନ୍ତୁ, ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ରହିବେ ଆକ୍ଟିଭ

0

ଆମେ ସମସ୍ତେ ନିରୋଗୀ ଓ ସୁସ୍ଥ ରହିବାକୁ ଚାହିଁଥାଉ , କିନ୍ତୁ ଆମର କିଛିଟା ଖରାପ ଅଭ୍ୟାସ ଆମକୁ ରୋଗ ଗ୍ରସ୍ତ କରି ଦେଇଥାଏ l ବିଶେଷ ଭାବରେ ବ୍ୟକ୍ତି ଵୃଦ୍ଧାଵସ୍ଥାରେ ଅଧିକ ରୋଗ ଗ୍ରସ୍ତ ହୋଇଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବୟସ ଥାଉ ଥାଉ ମଣିଷ ସେଥିପ୍ରତି ସତର୍କ ରହିବ ଆବଶ୍ୟକ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଆମେ କିପରି ରୋଗ ମୁକ୍ତ ଜୀବନ ବଂଚିବା ସେଥିପାଇଁ ୩ଟି ନିୟମ କୁ ନିଜ ଜୀବନ ରେ ସାମିଲ କରିବା ଜରୁରୀ l

– ଭୋକ ଠାରୁ ସାମାନ୍ୟ କମ ଖାଆନ୍ତୁ –
ଅର୍ଥାତ କମ ଖାଇବା ସୁସ୍ଥ ରହିବା l କମ ଖାଇବା ଦ୍ୱାରା କୌଣସି ରୋଗ ଦ୍ୱାରା ଆକ୍ରାନ୍ତ ହୁଅନ୍ତି ନାହିଁ l ଅଧିକ ଭୋଜନ ଦ୍ୱାରା ଓଜନ ବୃଦ୍ଧି , ମଧୁମେହ, ପାଚନ ସମ୍ବନ୍ଧିତ ସମସ୍ୟା ଇତ୍ୟାଦି ଦେଖା ଯାଇଥାଏ l
– ଧୀରେ ଧୀରେ ଖାଇବା ଜରୁରୀ l
– ଖାଇବା ସମୟରେ ଖାଦ୍ୟ ରେ ଧ୍ୟାନ ରହିବ ଜରୁରୀ l
– ଖାଇବାର ୩୦ମିନିଟ ପୂର୍ବରୁ ପାଣି ପିଇବା ଜରୁରୀ l
– ଭୋଜନ ସୀମିତ ମାତ୍ରାରେ ଖାଇବା ଆବଶ୍ୟକ l

– ପଜିଟିଭ ଥଟ୍ସ ରଖିବା ଆବଶ୍ୟକ –
ଆଜିକାଲି ମାନସିକ ରୋଗ ଅଧିକ ବୃଦ୍ଧି ହେଉଛି, ଭଲ ସ୍ୱାସ୍ଥ୍ୟ ପାଇଁ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଠିକ ହେବ ଜରୁରୀ l ସକାରାତ୍ମକ ଭାବନା ଦ୍ୱାରା ଇମ୍ୟୁନିଟି ବୃଦ୍ଧି ହୋଇଥାଏ l ଏବଂ ଆମେ ରୋଗ ମୁକ୍ତ ରହିଥାଉ l
– ନକାରାତ୍ମକ ବିଚାର ଓ ଚର୍ଚା ଠାରୁ ଦୁରେଇ ରୁହନ୍ତୁ l
– ନିଜର ସମ୍ପର୍କୀୟଙ୍କୁ ଆଦର ସମ୍ମାନ କରନ୍ତୁ l
– ନିଜକୁ ଯାହା ଭଲ ଲାଗୁଚି ସେହି କାର୍ଯ୍ୟ କରନ୍ତୁ l

– ଫିଜିକାଲ ଆକ୍ଟିଭିଟି ନିଜ ରୁଟିନ ରେ ସାମିଲ କରନ୍ତୁ –
ନିୟମିତ କିଛି ନ କିଛି ବ୍ୟାୟାମ କରିବା ଜରୁରୀ l  କେବଳ ଜିମ ଯିବା ଜରୁରୀ ନୁହେଁ, ଆପଣ ଘରେ ମଧ୍ୟ ଯୋଗ କରିପାରିବେ l ଏବଂ ପ୍ରତିଦିନ ୩୦ମିନିଟ ପର୍ଯ୍ୟନ୍ତ ଚାଲିବା ଜରୁରୀ l
– ଘରର କାର୍ଯ୍ୟରେ ସାମିଲ ରୁହନ୍ତୁ l
– ସିଡ଼ି ର ବ୍ୟବହାର କରନ୍ତୁ l
– ଯୋଗ ଓ ବ୍ୟାୟାମ କରନ୍ତୁ l
– ପ୍ରତିଦିନ ତଳେ ବସିବା ଓ ଉଠିବାର ଅଭ୍ୟାସ ରଖନ୍ତୁ l

Leave A Reply