Odisha news

ଟ୍ୱେଫଲନ ଫ୍ଲୁ କଣ ? ଯାହା ବୃଦ୍ଧି ପାଉଛି ନନ ଷ୍ଟିକ ବାସନ ଦ୍ୱାରା ଏବଂ ଏହା ଶରୀର ପାଇଁ ଭୟଙ୍କର ସ୍ଥିତିର କାରଣ ହେଉଛି

0

ଯୁଗ ଯେତେ ଆଧୁନିକ ଆଡକୁ ଗତି କରୁଛି ମଣିଷ ସେତେ ଅଧିକ ରୋଗ ଗ୍ରସ୍ତ ହେଉଛି l ପୂର୍ବରୁ ଲୋକେ ମାଟି ପାତ୍ରର ର ବ୍ୟବହାର କରୁଥିଲେ, ଧୀରେ ଧୀରେ କଂସା ବାସନ ଯୁଗ ଆସିଲା ଏବଂ ଏହାପରେ ରସ ବାସନର ବ୍ୟବହାର ହେଲା , ଏବଂ ପରେ ଷ୍ଟିଲ ବାସନ ହେଲା ଏବଂ ବର୍ତମାନ ନନଷ୍ଟିକ ବାସନ ର ଯୁଗ l ଘରେ ଘରେ ନନଷ୍ଟିକ ବାଶନର ବ୍ୟବହାର ହେଉଛି ଏବଂ ଲୋକେ ମଧ୍ୟ ଏଥିରେ କମ ତେଲରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଉଚିତ ମନେ କରୁଛନ୍ତି l କିନ୍ତୁ ଏହି ନନଷ୍ଟିକ ବାସନ ହିଁ ଟ୍ୱେଫଳନ ଫ୍ଲୁ ର କାରଣ ହେଉଛି l

ଆମେରିକାରେ ବିଶ୍ୱ ସ୍ତରୀୟ ଗୋଟିଏ ଅଧୟନ ହୋଇ ସାରିଛି, ଯେଉଁଥିରେ ସାରା ବିଶ୍ୱର ଅନେକ ବୈଜ୍ଞାନିକ ଅନ୍ତର୍ଭୁକ୍ତ ଥିଲେ l ଏହି ଅଧୟନ ଅନୁସାରେ ଗତ ୨୦ ବର୍ଷରେ  ୟୁଏସ  ପଏଜନ ସେଣ୍ଟର ଦ୍ୱାରା ପୋଲିମର ଫ୍ୟୁମ ଫିବାର ର ୩,୬୦୦ ରୁ ଉର୍ଧ୍ଵ ରିପୋର୍ଟ ଦର୍ଜ ହୋଇ ଥିବାର ସୂଚନା ମିଳିଛି l ଯାହାକି ଗୋଟିଏ ନନଷ୍ଟିକ ପ୍ୟାନ କୋଟିଂସ ସହିତ ଜଡିତ ଫ୍ଲୁ ଅଟେ l

ଟ୍ୱେଫଲନ ଫ୍ଲୁ କଣ –
ଟ୍ୱେଫଲାନ ଫ୍ଲୁ, ଯାହାକୁ ପଲିମର ଫ୍ୟୁମ ଫିବାର ମଧ୍ୟ କୁହାଯାଇ ଥାଏ l ନନଷ୍ଟିକ ପାତ୍ର ଗରମ ହେବା ଦ୍ୱାରା ଏଥିରୁ ନିର୍ଗତ ହେଉଥିବା ବାଷ୍ପ କୁ ପ୍ରଶ୍ୱାସ ମାଧ୍ୟମରେ ଶରୀର ମଧ୍ୟକୁ ନେବା ଦ୍ୱାରା ଟ୍ୱେଫଲାନ ଫ୍ଲୁ ର ସମ୍ଭାବନା ରହିଥାଏ l ଟ୍ୱେଫଲନ କୋଟିଂ ନନଷ୍ଟିକ ବାସନ ଉପରେ ଦିଆଯାଇ ଥାଏ l ଏବଂ ଏଥିରେ ବିଶେଷ ପ୍ରକାରର କେମିକାଲ ର ପ୍ରୟୋଗ ହୋଇଥାଏ ଯାହାକି ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ଅଟେ l

ବିଶେଷ ଭାବରେ ନନଷ୍ଟିକ ପାତ୍ର ପୋଲିଟେଟ୍ରାଫ୍ଲୁଓରୋଇଥିଲୀନ ଦ୍ୱାରା ପ୍ରସ୍ତୁତ ପ୍ୟାନ ଅଟେ, ଯାହାକୁ ବିଶେଷ ଭାବରେ ଟ୍ୱେଫଲନ ଭାବରେ ଜଣାଶୁଣା ଅଟେ l ଏହାକୁ ୫୦୦ ଡିଗ୍ରୀ ଫାରେନହ୍ୱାଇଟ ରୁ ଉର୍ଧ୍ଵ ରେ ଗରମ କରିବା ଦ୍ୱାରା ଏଥିରୁ ଧୁଆଂ ଉତ୍ପନ୍ନ ହୋଇଥାଏ l ଏହି ଧୁଆଂ ରେ ଥିବା ବିଷାକ୍ତ ରସାୟନ ଶରୀର ପାଇଁ କ୍ଷତିକାରକ ଅଟେ l

ଟ୍ୱେଫଲନ ଫ୍ଲୁ ର ଲକ୍ଷଣ –
– ମୁଣ୍ଡରେ ଯନ୍ତ୍ରଣା
– ଶୀତୁଆ ଲାଗିଥାଏ
– ଜ୍ୱର ଓ ବାନ୍ତି ଲାଗିବା
– ପ୍ରଶ୍ୱାସ ରେ ଅସୁବିଧା
– କାଶ
– ଗଳାରେ କିଚ କିଚ
ଏହିସବୁ ଲ;ଆଖ୍ୟାନ ସାଧାରଣ ଭାବରେ କିଛିଦିନ ପର୍ଯ୍ୟନ୍ତ ଦେଖା ଦେଇଥାଏ , କିନ୍ତୁ ଦୀର୍ଘଦିନ ରହିବା ଦ୍ୱାରା ସ୍ଥିତି ଗମ୍ଭୀର ହୋଇଥାଏ l

କିପରି ରଖିବେ ନିଜକୁ ସୁସ୍ଥ –
– ନିର୍ଦ୍ଧିଷ୍ଟ ତାପମାତ୍ରାରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ l
– ରୋଷେଇ ଘରେ ଭେଣ୍ଟିଲେସନ ରଖନ୍ତୁ l
– ଦୀର୍ଘଦିନ ର ନନଷ୍ଟିକ ବ୍ୟବହାର କରନ୍ତୁ ନାହିଁ l
– ଏହାର କୋଟିଂ ନଷ୍ଟ ହୋଇଗଲେ ବ୍ୟବହାର କରିବା ଉଚିତ ନୁହେଁ l

Leave A Reply