Odisha news

ବାସ୍ତୁଶାସ୍ତ୍ର ଅନୁସାରେ ନିଜ ହାତର ଏହି ଆଙ୍ଗୁଳୀରେ ପିନ୍ଧି ଦିଅନ୍ତୁ ଗୋଟିଏ କଇଁଛ ଚିତ୍ର ଥିବା ମୂଦି, କଦାପି ଅସଫଳ ହେବେ ନାହିଁ ବ୍ୟବସାୟ ଓ ଚାକିରୀ ରେ

0

ବାସ୍ତୁଶାସ୍ତ୍ରରେ ଏଭଳି ଅନେକ ନିୟମ ରହିଛି ଯାହାକି ଆମର ଖରାପ ସମୟ କୁ ଭଲ ସମୟରେ ପରିବର୍ତନ କରିଥାଏ l ସେଥି ମଧ୍ୟରୁ ଗୋଟିଏ ହେଉଛି ମୁଦ୍ରିକା ଧାରଣ କରିବା l ଆପଣ ଅନେକ ଲୋକଙ୍କୁ ଦେଖିଥିବେ କଇଁଛ ମୂଦି ହାତରେ ଧାରଣ କରିବା l କଣ ଆପଣ ଏହାକୁ ପିନ୍ଧିବାର ଲାଭ ବିଷୟରେ ଜାଣିଛନ୍ତି l

– ମାନ୍ୟତା ରହିଛି ଯେ ହାତରେ କଇଁଛ ଚିତ୍ର ଥିବା ମୂଦି ଧାରଣ କରିବା ଦ୍ୱାରା ଏହା ଧନ କୁ ଆକର୍ଷିତ କରିଥାଏ l କୁହାଯାଏ ଯେ ଏହାକୁ ଧାରଣ କରୁଥିବା ବ୍ୟକ୍ତି ନିକଟରେ କଦାପି ଧନ ର ଅଭାବ ରହି ନଥାଏ l ଅର୍ଥାତ ଯେଉଁ ବ୍ୟକ୍ତି କଇଁଛ ଚିତ୍ର ଥିବା ମୂଦି ନିଜ ହାତରେ ଧାରଣ କରିଥାଏ ତା ଉପରେ ସଦା ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ l

– ଫେଙ୍ଗସୁଇ ବସ୍ତୁ ଶାସ୍ତ୍ର ଅନୁସାରେ ଏହି ମୂଦି ମନରେ ସକାରାତ୍ମକ ବିଚାର ଆଣିଥାଏ ଓ ସମସ୍ତ କାର୍ଯ୍ୟରେ ସଫଳତା ଦେଇଥାଏ l କିନ୍ତୁ ଏହାକୁ ଧାରଣ କରିବାର କିଛିଟା ବିଶେଷ ନିୟମ ରହିଛି, ଏହାକୁ ଧାରଣ କରୁଥିବା ବ୍ୟକ୍ତି କଦାପି ଏହିସବୁ ଭୁଲ କରିବା ଉଚିତ ନୁହେଁ l

– ପ୍ରଥମ ନିୟମଟି ହେଲା ସବୁବେଳେ ଚାନ୍ଦି ତିଆରି ହୋଇଥିବା କଇଁଛ ମୂଦି ପିନ୍ଧିବା ଜରୁରୀ l ଏହା ଅନ୍ୟ କୌଣସି ଧାତୁର ହୋଇ ନଥିବା ଆବଶ୍ୟକ l

– ମୂଦି ଟିକୁ ପ୍ରଥମେ ଦୁଗ୍ଧ ଓ ପରେ ଗଙ୍ଗାଜଳ ରେ ଧୋଇ ଶୁଦ୍ଧି କରିବା ଜରୁରୀ , ଏହାପରେ ମାତା ଲକ୍ଷ୍ମୀଙ୍କ ଶ୍ରୀଚରଣ ରେ ରଖି ଶ୍ରୀସୁକ୍ତ ପାଠ କରନ୍ତୁ ଓ ଏହାପରେ ଧାରଣ କରନ୍ତୁ l

-ମୂଦି ଟି ଧାରଣ କରିବା ସମୟରେ ଧ୍ୟାନ ଦେବେ ଯେ କଇଁଛ ର ମୁହଁ ଆପଣଙ୍କ ଆଡକୁ ହୋଇଥିବା ଜରୁରୀ l ଏହାଦ୍ୱାରା ଧନ ଆପଣଙ୍କ ଆଡକୁ ଆକର୍ଷିତ ହେବ l

– ଏହି ମୂଦି କୁ ଡାହାଣ ହାତର ୨ଟି ଆଙ୍ଗୁଳି ରେ ପିନ୍ଧି ପାରିବେ, ମଧ୍ୟମା ଆଙ୍ଗୁଳି ଓ ତର୍ଜନୀ ଆଙ୍ଗୁଳି l ଯାହାଦ୍ୱାରା ସକାରାତ୍ମକ ପ୍ରଭାବ ଜୀବନ ଉପରେ ପଡିବ l

Leave A Reply