ଫ୍ୟାଟି ଲିଭର ସମସ୍ୟା ଗୋଟିଏ ଗମ୍ଭୀର ସମସ୍ୟା l ଏହାଦ୍ୱାରା ଲିଭର ଠିକ ଭାବରେ କାର୍ଯ୍ୟ କରିନଥାଏ l ଏହାର ମୁଖ୍ୟ କାରଣ ଆଲକୋହଲ ଓ ଅନହେଲଦି ଖାଦ୍ୟ l ଖାଦ୍ୟପେୟ ର ସମ୍ପୂର୍ଣ ଖରାପ ପ୍ରଭାବ ଲିଭର ଉପରେ ପଡିଥାଏ l ବିଶେଷ ଭାବେ ଫ୍ୟାଟି ଲିଭର ର ପ୍ରାରମ୍ଭିକ ଲକ୍ଷଣ କୁ ଆମେ ଅଣଦେଖା କରିଦେଇ ଥାଉ l ସମୟ ସହିତ କିନ୍ତୁ ଏହି ସମସ୍ୟା ଗମ୍ଭୀର ରୂପ ନେଇଥାଏ l
ଫ୍ୟାଟି ଲିଭର ସମସ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ ଏହିସବୁ ଶାରୀରିକ ସମସ୍ୟା –
– ଉଚ୍ଚ ରକ୍ତଚାପ ସମସ୍ୟା
– ଲିଭର କ୍ୟାନ୍ସର
– ମଧୁମେହ
-କିଡ୍ନୀ ସମସ୍ୟା
– ହାର୍ଟ ସମ୍ବନ୍ଧୀୟ ସମସ୍ୟା
ଡାଏଟ ର ଧ୍ୟାନ ରଖିବା ଜରୁରୀ –
– ନିଜ ଡାଏଟ ରେ ଫଳମୂଳ ଓ ପନିପରିବା ଭଲ ମାତ୍ରାରେ ଶାମିଲ କରନ୍ତୁ l ଏହାଛଡା ମୋଟା ଶସ୍ୟ ଯେପରିକି ଗହମ, ବାଜରା, ମକା, ମାଣ୍ଡିଆ ଇତ୍ୟାଦି ସାମିଲ କରିବା ଆବଶ୍ୟକ l
– ପ୍ରୋଟିନ ଆମ ଶରୀର ପାଇଁ ସବୁଠୁ ଜରୁରୀ l କିନ୍ତୁ ଫ୍ୟାଟି ଲିଭର ରୋଗୀ ମାନେ ଲୀନ ପ୍ରୋଟିନ ନିଜ ପାଇଁ ବାଛିବା ଜରୁରୀ l ଯେପଈକି ମାଛ, ଟୋଫୁ, ଚିକେନ ବ୍ରେଷ୍ଟ, ଗ୍ରୀନ ମଟର, କାବୁଲି ବୁଟ, ସୋୟାବିନ, ଚିନା ବାଦାମ ଇତ୍ୟାଦି l
– ଫ୍ୟାଟି ଲିଭର କୁ ସୁସ୍ଥ ରଖିବା ପାଇଁ ନିଜ ଭୋଜନ ରେ ହେଲଦି ଫ୍ୟାଟ ଆଡ଼ କରନ୍ତୁ l ସେଥିପାଇଁ ଏଭକୋଡା, କଖାରୁ ମଞ୍ଜି, ଫ୍ଲେକ୍ସ ସିଡ୍ସ, ଅଲିଭ ଅଏଲ ସାମିଲ କରନ୍ତୁ l
– ସାଚୁରେଟେଡ଼ ଫ୍ୟାଟ ଠରୁ ଦୁରେଇ ରୁହନ୍ତୁ l ବିଶେଷ ଭାବରେ ରେଡ ମିଟ, ଫ୍ରାଏଡ ଫୁଡ, ପ୍ରୋସେସଡ଼ ଫୁଡ ସେବନ କରିବା ବନ୍ଦ କରନ୍ତୁ l ଏହା ଫ୍ୟାଟି ଲିଭର ସମସ୍ୟା ପାଇଁ ଖୁବ ଭୟଙ୍କର l
– ଲିଭର କୁ ସୁସ୍ଥ ରଖିବା ପାଇଁ ସୁଗାର ଓ ରିଫାଇଣ୍ଡ କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ କୁ କମ କରନ୍ତୁ l ତେଣୁ ଏଭଳି କିଛି ଖାଦ୍ୟ ରହିଛି ଯେପରିକି ପ୍ରସେସ ଫୁଡ ଠାରୁ ବିଶେଷ ଭାବେ ଦୂରେଇ ରୁହନ୍ତୁ l
– ଲିଭର କୁ ହେଲଦି ରଖିବା ପାଇଁ କିଛି ହର୍ବସ କୁ ଶାମିଲ କରନ୍ତୁ l ଏଥିରେ ବିଶେଷ ଭାବେ ହଳଦୀ ଓ ଅଦା କୁ ସାମିଲ କରନ୍ତୁ l ଏହା ଲିଭର କୁ ଡିଟକ୍ସ ରଖିଥଏ l
– ଲିଭର ପାଇଁ କଫି ଖୁବ କ୍ଷତି କାରକ l ଲିଭର କୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ରାତିରେ କଫି ସେବନ କରନ୍ତୁ ନାହିଁ l
– ପ୍ରତିଦିନ ସୁଧ ପାଣି ଅଧିକ ମାତ୍ରାରେ ସେବନ କରନ୍ତୁ l ଏହା ଲିଭର ଓ ଶରୀର କୁ ହାଇଦ୍ରେଟ ରଖିଥାଏ l