ଲିଭର ର ମୁଖ୍ୟ କାର୍ଯ୍ୟ ହେଲା ଭୋଜନ ଓ ଔଷଧ କୁ ପ୍ରୋସେସ କରିବା ସହିତ ରକ୍ତ ଜରିଆରେ ବିଷାକ୍ତ ପଦାର୍ଥ କୁ ବାହାର କରି ଦେଇଥାଏ l ଆମ ସ୍ୱାସ୍ଥ୍ୟ ପାଇଁ ଏହି ଅଙ୍ଗ ଠିକ ଭାବରେ କାମ କରିବା ଜରୁରୀ ହୋଇଥାଏ l ଏଭଳି ଅନେକ ରୋଗ ଥାଏ ଯାହାକି ଲିଭର ଫଙ୍କସନ ଉପରେ ଖରାପ ପ୍ରଭାବ ପକାଇଥାଏ l ଏହି ଗୁଡିକ ହେଲା ହେପାଟାଇଟିସ , ଷୋରିଆସିସ , ଲିଭର କ୍ୟାନ୍ସର, ଲିଭର ଫେଲିଅର , ଷ୍ଟୋନ , ଏହା ସହିତ ଫ୍ୟାଟି ଲିଭର ସମସ୍ୟା l ଲିଭର କୁ ସୁସ୍ଥ ରଖିବା ପାଇଁ ଏହି ୩ଟି ଅଭ୍ୟାସ କୁ ତୁରନ୍ତ ତ୍ୟାଗ କରନ୍ତୁ l
= ସୁଗାର ଯୁକ୍ତ ଡ୍ରିଂକ୍ସ ଠାରୁ ଦୁରେଇ ରୁହନ୍ତୁ –
ଗରମ ଦିନ ହେଉ କି ଥଣ୍ଡା ଦିନ ଆମେ ଅନେକ ଏଭଳି ଡ୍ରିଂକ୍ସ ପିଇଥାଉ ଯେଉଁଥିରେ ଭରପୁର ମାତ୍ରାରେ ସୁଗାର ରହିଥାଏ, ଆଜିକାଲି ବିଶେଷ ଭାବରେ ୟଙ୍ଗ ଏଜ ର ପିଲାମାନେ କୋଲ୍ଡ଼ ଡ୍ରିଂକ୍ସ ପିଉଛନ୍ତି l ଯେଉଁଥିରେ ଭରପୁର ମାତ୍ରାରେ ସୁଗାର ରହିଥାଏ l ଏବଂ ଏହି ଡ୍ରିଂକ୍ସ ଫ୍ୟାଟି ଲିଭର ର କାରଣ ଅଟେ l
= ହେଲଦି ଫ୍ୟାଟ ସେବନ କରନ୍ତୁ –
ଆଜିର ଖାଦ୍ୟ କୁ ଷ୍ଟାଇଲ ଭାବରେ ଥଣ୍ଡା ପାନୀୟ ସହିତ ଚିପ୍ସ, କୁରକୁରେ, ରେଡ ମିଟ ଫ୍ରେଞ୍ଚ ଫ୍ରାଏଜ ସବୁକିଛି ଫ୍ୟାଟି ଲିଭର କାରଣ ହୋଇ ଯାଉଛି l କିନ୍ତୁ ଏହାର ଅର୍ଥ ନୁହେଁ ଯେ ସମ୍ପୂର୍ଣ ଭାବରେ ଆମେ ଫ୍ୟାଟ କୁ ଛାଡ଼ିଦେବା l ଏହା ବଦଳରେ ଆମେ ହେଲଦି ଫ୍ୟାଟ ଖାଇବା ଯାହାକି ଆମକୁ ସୁସ୍ଥ ରଖିବ l
= ମଦ୍ୟ ପାନ ର ଅଭ୍ୟାସ –
ଯଦି ଆପଣ ଫ୍ୟାଟି ଲିଭର ସମସ୍ୟା ସହିତ ଜଡିତ ତେବେ ମଦ୍ୟପାନ ଅଭ୍ୟାସ କୁ ସମ୍ପୂର୍ଣ ଛାଡି ଦିଅନ୍ତୁ l ଏହା କେବଳ ସମାଜ ଉପରେ ପ୍ରଭାବ ପକାଇ ନଥାଏ ବରଂ ଅନେକ ରୋଗର କାରଣ ମଧ୍ୟ ଅଟେ l ଆଜିକାଲି ପ୍ରାୟ ଯୁବକ ଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ମଦ୍ୟପାନ ର ଶିକାର ହେଉଛନ୍ତି ଏବଂ ଏହି ସମସ୍ୟା ଫ୍ୟାଟି ଲିଭର ର କାରଣ ହୋଇଥାଏ l