ହେଲଦି ଓ ଫିଟ ରହିବା ପାଇଁ ଲାଇଫଷ୍ଟାଇଲ ଓ ଖାଦ୍ୟପେୟ ସୁସ୍ଥ ହେବା ନିହାତି ଜରୁରୀ ଅଟେ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଯଦି ଆମେ ଏହି ୨ଟି କାର୍ଯ୍ୟକୁ ଠିକ ଭାବରେ ଆପଣାଇ ନେଇଥାଉ ଅନେକ ଗୁଡିଏ ରୋଗ ଆମ ନିକଟରୁ ଦୁରେଇ ଯାଇଥାଏ l ଆମର ଖରାପ ଜୀବନଚର୍ଯ୍ୟା ଓ ଖାଦ୍ୟପେୟ ଆମ ଶରୀର ଉପରେ ଅନେକ ପ୍ରଭାବ ପକାଉଛି l ଯେଉଁ କାରଣରୁ ଆମେ ଅନେକ ଗୁଡିଏ ରୋଗ ଆଡକୁ ଆପେ ଆପେ ଟାଣି ହୋଇ ଯାଉଛୁ l ଯାହାକି ଆମକୁ ରୋଗଗ୍ରସ୍ତ କରାଇ ମୃତ୍ୟୁ ଆଡକୁ ଟାଣିନେଇ ଯାଇଥାଏ l ଏହି ରୋଗ ଗୁଦିକ ମଧ୍ୟରେ ଏଭଳି ୪ଟି ରୋଗ ରହିଛି ଯାହାକି ମଣିଷର ମୃତ୍ୟୁର କାରଣ ହୋଇଥାଏ l
– ମାନସିକ ଚାପ ବା ଡିପ୍ରେସନ –
ମଣିଷ ମାନସିକ ଚାପ ବା ଡିପ୍ରେସନ ରେ ପୀଡିତ ହେବା ଦ୍ୱାରା ସର୍ବ ପ୍ରଥମେ ନିଦ୍ରା ହୀନତାର ଶିକାର ହୋଇଥାଏ l ନିଦ୍ରା ହୀନତାକୁ କଦାପି ସହଜ ରେ ନେବା ଉଚିତ ନୁହେଁ l କାରଣ ନିଦ ନହେବା ଦ୍ୱାରା ମଣିଷ ମେଣ୍ଟାଲ ଡିଜଅର୍ଡର ଦ୍ୱାରା ପ୍ରଭାବିତ ହୋଇଥାଏ l ଏପରି ସ୍ଥିତି ରେ ମେଣ୍ଟାଲ ଷ୍ଟ୍ରୋକ ହେବାର ମଧ୍ୟ ସମ୍ଭାବନା ରହିଥାଏ l ଏହି ସ୍ଥିତି ଶାରୀରିକ ଓ ମାନସିକ ଭାବରେ ମଣିଷକୁ ପ୍ରଭାବିତ କରିଥାଏ l
– ଫ୍ୟାଟି ଲିଭର ଓ ମୋଟାପା –
ଲିଭର ରେ ଫ୍ୟାଟ ବଢିବା ଖୁବ ସାଧାରଣ ଅଟେ l ମଦ୍ୟ ପାନ କରୁଥିବା ବ୍ୟକ୍ତି ଓ ମଦ୍ୟ ପାନ ନକରୁଥିବା ବ୍ୟକ୍ତି ଉଭୟ ଫ୍ୟାଟି ଲିଭର ସମସ୍ୟା ଦ୍ୱାରା ଆକ୍ରାନ୍ତ ହୋଇ ଥାଆନ୍ତି l ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଏହି ସମସ୍ୟା କୁ ସାଇଲେଣ୍ଟ କିଲର ବୋଲି କହି ଥାଆନ୍ତି l ଅନେକ ସମୟରେ ଫ୍ୟାଟି ଲିଭର ସମସ୍ୟା ଲିଭର ସରିଆସିସ ର କାରଣ ହୋଇଥାଏ l ଲିଭର ସମସ୍ୟାକୁ ଆପଣ ଅଣଦେଖା କରି ଅନେକ ରୋଗ କୁ ନିମନ୍ତ୍ରଣ କରି ଥାଆନ୍ତି l ଏହାଛଡା ଓଜନ ବୃଦ୍ଧି ଦ୍ୱାରା ମଧ୍ୟ ଆମେ ଅନେକ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଉ l ଯେପରିକି ମେଦ ବୃଦ୍ଧି କାରଣରୁ ହାର୍ଟ ଷ୍ଟ୍ରୋକ ହେବାର ମଧ୍ୟ ସମ୍ଭାବନା ରହିଥାଏ l
– ଉଚ୍ଚ ରକ୍ତଚାପ ଓ ମଧୁମେହ –
ଉଚ୍ଚ ରକ୍ତଚାପ ଓ ମଧୁମେହ ଏହି ୨ଟି ରୋଗ ମଣିଷ ଜୀବନ ପାଇଁ ବିପଦ ନେଇଆସି ଥାଏ l who ର ସୂଚନା ଅନୁସାରେ ଦୁନିଆରେ ୩୦ – ୭୯ ଆୟୁ ବର୍ଗରେ ୧.୨୮ ବିଲିୟନ ଲୋକ ଉଚ୍ଚ ରକ୍ତଚାପ ଦ୍ୱାରା ପୀଡିତ ରହୁଛନ୍ତି l ଏହା ହାର୍ଟ ରୋଗ ର ପ୍ରମୁଖ କାରଣ ଅଟେ l ଉଚ୍ଚ ରକ୍ତଚାପ ଦ୍ୱାରା ହାର୍ଟ ଆଟାକ ରିସ୍କ ବଢି ଯାଇଥାଏ l ରକ୍ତ ଶର୍କରା ବଢିବା ଆଜି ଗୋଟିଏ ସାଧାରଣ ସମସ୍ୟା ହୋଇ ଗଲାଣି l ଏହି କାରଣରୁ ଓଜନ ହ୍ରାସ, ଥକା ଲାଗିବା ଓ କିଡ୍ନୀ ପ୍ରଭାବିତ ହେବା ଠାରୁ ନେଇ ହାର୍ଟ ମଧ୍ୟ ଗମ୍ଭୀର ସ୍ଥିତି କୁ ଯାଇଥାଏ l