Odisha news

କେବଳ ଆମିଷ ନୁହେଁ ଭେଜିଟେରିଆନ ଖାଦ୍ୟରେ ମଧ୍ୟ ରହିଥାଏ ଓମେଗl -3 ଫ୍ୟାଟି ଏସିଡ, ଯାହା ଲୋ-ବୋନ ଡେଂସିଟି ପାଇଁ ଖୁବ ହିତକର

0

ଓ଼ମେଗା 3 ଫ୍ୟାଟି ଏସିଡ ହାଡ ପାଇଁ ଉପଯୋଗୀ ବୋଲି ଚିକିତ୍ସକ ମାନେ କହି ଥାଆନ୍ତି l ଏଥିପାଇଁ ବିଶେଷ ଭାବରେ ଆମେ ଆମିଷ ଖାଦ୍ୟ ଯେପରିକି ଟୁନା ଫିସ, ସାରଡ଼ାଇନ ଫିସ, ସାଲମନ ଫିସ କୁ ଓ଼ମେଗା 3 ଫ୍ୟାଟି  ଏସିଡ ର ଭଲ ସ୍ରୋତ ବୋଲି ଚିକିତ୍ସକ ଙ୍କ ନିକଟରୁ ଶୁଣିଥାଉ  l କିନ୍ତୁ ଯେଉଁମାନେ ଆମିଷ ଭୋଜନ କରନ୍ତି ନାହିଁ ସେମାନଙ୍କ ଏହା ଗୋଟିଏ ବଡ଼ ଚିନ୍ତାର ବିଷୟ ଅଟେ l କିନ୍ତୁ ଚିନ୍ତା କରିବାର ଆବଶ୍ୟକ ନାହିଁ l  ଏଭଳି କିଛି ଖାଦ୍ୟ ପଦାର୍ଥ ରହିଛି ଯାହାକି ଓ଼ମେଗା 3 ଫ୍ୟାଟି  ଏସିଡ ରେ ଭରପୁର ରହିଥାଏ l

ଆସନ୍ତୁ ଜାଣିବା ଭେଜିଟେରିଆନଙ୍କ ପାଇଁ କେଉଁ ଖାଦ୍ୟ ଜରୁରୀ –
= ସୋୟାବିନ –
ସୋୟାବିନ କୁ ପ୍ରୋଟିନ ର ଗୋଟିଏ ଭଲ ସ୍ରୋତ ବୋଲି ଆମେ ଭାବିଥାଉ, କିନ୍ତୁ ଆପଣ ବୋଧହୁଏ ଜାଣି ନାହାନ୍ତି ଓମେଗl 3 ଫ୍ୟାଟି ଏସିଡ ରେ ଭରପୁର ଅଟେ ସୋୟାବିନ, ଯାହାଦ୍ୱାରା ହାର୍ଟ ସୁରକ୍ଷିତ ରହିଥାଏ, ଏବଂ ଲୋ-ବୋନ ଡେଂସିଟି ସମସ୍ୟା ଦୂର ହୋଇଥାଏ l

= ଚିୟା ସିଡ୍ସ –
ଚିୟା ସିଡ୍ସ ଓ଼ମେଗା 3 ଫ୍ୟାଟି ଏସିଡ ରେ ଭରପୁର ଅଟେ l ଏହା ବ୍ରେନ ହେଲଥ କୁ ଠିକ ରଖିବା ସହିତ ଶରୀରର ଫୁଲ କମାଇ ଥାଏ l କୋଲେଷ୍ଟ୍ରଲ ସ୍ତର କୁ ହ୍ରାସ କରି ହାର୍ଟ କୁ ସୁରକ୍ଷିତ ରଖେ l ହାଡ଼ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦୂର କରେ l

= ଅଖରୋଟ –
ଶୀତ ଋତୁରେ ଶରୀର କୁ ଗରମ ରଖିବା ପାଇଁ ଅଖରୋଟ ଖାଇ ଥାଆନ୍ତି l ଅଖରୋଟ ଓ଼ମେଗା 3 ଓ ଓ଼ମେଗା  6 ର ଗୋଟିଏ ଭଲ ସନ୍ତୁଳନ ଅଟେ l ଅଖରୋଟ ନିୟମିତ ସେବନ ଦ୍ୱାରା ମାନସିକ ସନ୍ତୁଳନ ଠିକ ରହିଥାଏ, ଏବଂ ମେଣ୍ଟାଲ ହେଲଥ ରେ ସୁଧାର ଆଣିଥାଏ l ହାଡ଼କୁ ମଧ୍ୟ ସୁରକ୍ଷିତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ l

= ମେଥି ଦାନl  –
ମେଥି ଦାନା ରେ ଅଲ୍ଫା -ଲିନଲେନିକ ଏସିଡ ନାମକ ଓ଼ମେଗା 3 ଫ୍ୟାଟି ଏସିଡ ରହିଛି l ଏହା ଆମ ଡାଇଜେସନ ରେ ସୁଧାର ଆଣିବା ସହିତ ରୋଗ ନିକଟରୁ ରକ୍ଷା କରିଥାଏ l ଏବଂ କେଶର ଚମକ ଆଣିଥାଏ l ତ୍ୱଚା ରେ ଚମକ ଆସେ l ଆଉ ସ୍ହଉଠୁ ଗୁରୁତ୍ୱପୂର୍ଣ ହେଲା ହାଡ଼ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ l

Leave A Reply