Odisha news

ମହିଳାଙ୍କ ଓଜନ ବୃଦ୍ଧିର ରହିଛି ଏହି ୫ଟି କାରଣ ଏବଂ ନିରାକରଣ ପାଇଁ କରନ୍ତୁ ଏହି ସବୁ ଉପାୟ

0

ଅନେକ ସମୟରେ କିଛିଟା ମହିଳାଙ୍କ ନିକଟରେ ଆମେ ଦ୍ରୁତ ବେଗରେ ଓଜନ ବୃଦ୍ଧି ଦେଖିବାକୁ ପାଇଥାଉ, କିନ୍ତୁ ଏହାକୁ କେହି ଖାଇବା ଯୋଗୁଁ ହେଉଛି ବୋଲି ଭାବି ଥାଆନ୍ତି ତ ଆଉ କେହି ଏହାକୁ ଅଳସୁଆମୀ ବୋଲି ଭାବି ଥାଆନ୍ତି l କିନ୍ତୁ ଅଚାନକ ଭାବରେ ଯେଉଁ ମହିଳା ଓଜନ ବୃଦ୍ଧିର ଶିକାର ହେଉଛନ୍ତି ତାହା ପଛରେ ୫ଟି କାରଣ ରହିଛି ବୋଲି ବୈଜ୍ଞାନିକ ମାନେ ଦର୍ଶାଇ ଛନ୍ତି l

ବିଶେଷଜ୍ଞଙ୍କ ମତରେ ଅନେକ ସମୟରେ କମ ଭୋଜନ ଗ୍ରହଣ କଲେ ସୁଧା ଏବଂ ନିୟମିତ ଓଜନ ବୃଦ୍ଧି ହୋଇଥାଏ , ଏବଂ ତାହା ପୁଣି ଦ୍ରୁତ ଗତିରେ ହୁଏ l ପ୍ରାରମ୍ଭିକ ସ୍ଥିତିରେ ଏହାକୁ ଆମେ ଅଣଦେଖା କରିଦେଇ ଥାଉ, କିନ୍ତୁ ଏହା ଆଗକୁ ଯାଇ ବଡ଼ ସମସ୍ୟାର କାରଣ ହୋଇଥାଏ l

କାରଣ ଗୁଡିକ କଣ ?-
– ଅତ୍ୟଧିକ ମାତ୍ରାରେ ଲୁଣ ଓ ଚିନିର ସେବନ ମଧ୍ୟ ଓଜନ ବୃଦ୍ଧିର କାରଣ ହୋଇପାରେ, ତେଣୁ ଆବଶ୍ୟକତା ଠାରୁ ଅଧିକ ଏହି ୨ଟି ଜିନିଷ କୁ ସେବନ କରିବାରୁ ଦୁରେଇ ରହିବା ଜରୁରୀ l

– ଅତ୍ୟଧିକ ଚିନ୍ତା ଓ ମାନସିକ ଉତେଜନା ମଧ୍ୟ ଓଜନ ଦ୍ରୁତ ଗତିରେ ବଢିବାର କାରଣ ଅଟେ, ବିଶେଷଜ୍ଞ ଙ୍କ ମତରେ ଅତ୍ୟଧିକ ମାନସିକ ଉତେଜନା କାରଣରୁ ଶରୀରରେ କାର୍ଟି ସୋଲ ର ମାତ୍ର ଅଧିକ ବଢ଼ିଯାଇ ଥାଏ, ଯେଉଁ କାରଣରୁ ଶରୀରରେ ଜଳ ର ମାତ୍ରା ଅଧିକ ବୃଦ୍ଧି ହୋଇଥାଏ ଏବଂ ଓଜନ ବୃଦ୍ଧି ମଧ୍ୟ ଦ୍ରୁତ ବେଗରେ ହୋଇଥାଏ l

– ପିରିୟଡଶ ସମୟ ରେ ମହିଳାଙ୍କ ଶରୀରରେ ଅନେକ ପ୍ରକାରର ହର୍ମୋନସ ରେ ପରିବର୍ତନ ହୋଇଥାଏ, ଯେଉଁ କାରଣରୁ ଓଜନ ବୃଦ୍ଧି ହେବାର ଦେଖାଯାଇ ଥାଏ l

– ଅନେକ ସମୟ ରେ ଔଷଧ ର ସାଇଡ ଇଫେକ୍ଟ କାରଣରୁ ମଧ୍ୟ ଓଜନ ବୃଦ୍ଧି ହୋଇଥାଏ , ବିଶେଷ ଭାବରେ ଆଣ୍ଟି-ଡିପ୍ରେସନ , ଆଣ୍ଟି-ସାଇକୋଟିକ୍ସ ଓ କାରଟି କୋଷ୍ଟେରାଇଡସ ଭଳି ଔଷଧ ସେବନ କରିବା ଦ୍ୱାରା ଦ୍ରୁତ ଗତିରେ ଓଜନ ବୃଦ୍ଧି ହୁଏ l

– ଅନେକ ମହିଳାଙ୍କର ନିର୍ଦ୍ଧିଷ୍ଟ ବୟସ ପରେ ଶରୀରରେ ପାଣି ଜମି ଫୁଲିଯିବା ଦ୍ୱାରା ମଧ୍ୟ ଓଜନ ବୃଦ୍ଧି ହୋଇଥାଏ, ଯାହାକୁ ଆଣେ କେହି ଗୁରୁତ୍ୱ ଦେଇ ନଥାଉ l

* ଏହି ଯେଉଁ ଓଜନ ବୃଦ୍ଧି ହୋଇଥାଏ ଏଥିପାଇଁ ନିୟମିତ କିଛିଟା କଥାକୁ ଗୁରୁତ୍ୱ ଦେବା ଜରୁରୀ , ଯେପରିକି –
– ନିୟମିତ କିଛି ସମୟ ଚାଲିବ ଆବଶ୍ୟକ କିମ୍ବା ବ୍ୟାୟାମ କରନ୍ତୁ
– ଏବଂ ନିୟମିତ ସନ୍ତୁଳିତ ଭୋଜନ ଗ୍ରହଣ କରନ୍ତୁ
– ଫ୍ୟାଟ ଯୁକ୍ତ ଆହାର ଠାରୁ ମଧ୍ୟ ଦୂରେଇ ରୁହନ୍ତୁ
– ସେଥିପାଇଁ ନିୟମିତ ମେଥି ପାଣି ଖାଲି ପେଟରେ ସେବନ କରନ୍ତୁ ଏବଂ ମେଥି କୁ ଭାଜି ତାର ଗୁଣ୍ଡ କୁ ସକାଳୁ ଉଷୁମ ପାଣି ସହିତ ସେବନ କରନ୍ତୁ l

Har Ghar Tiranga

Leave A Reply