ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ପ୍ରଡକ୍ଟ ବିକ୍ରୀ କରାଯାଉଛି ଯାହାକି ଓଜନ ହ୍ରାସ ପାଇଁ ବ୍ୟବହାର ହେଉଛି l ଏବଂ ଲୋକେ ମଧ୍ୟ ଏଥିରେ ପଇସା ଖର୍ଚ୍ଚ କରି ସେବନ କରୁଛନ୍ତି l କିନ୍ତୁ ଏହିସବୁ ମେଡ଼ିସିନ ର ରହିଛି ଅନେକ ସାଇଡ ଇଫେକ୍ଟ l ୨୦୧୯ ରେ ଫ୍ରାନ୍ସ ର ଲୋକେ ଓଜନ ହ୍ରାସ ପାଇଁ କରୁଥିବା ଔଷଧ ର ବ୍ୟବହାର ଦ୍ୱାରା ମୃତ୍ୟୁ ମୁଖକୁ ଯାଇଥିଲେ l ଓଜନ ହ୍ରାସ ସର୍ବଦା ପ୍ରାକୃତିକ ଉପାୟ ରେ କରିବା ହିଁ ଜରୁରୀ l
* ବଜାରରେ ମିଳୁଥିବା ଓଜନ ହ୍ରାସ ପ୍ରଡକ୍ଟ ବ୍ୟବହାର କରି ଓଜନ ହ୍ରାସ କରିବା ଦ୍ୱାରା ଭବିଷ୍ୟତ ରେ ଥାଇରଏଡ ବାହାରିବାର ଅଧିକ ସମ୍ଭାବନା ରହିଥାଏ l
* ଏହିସବୁ ଔଷଧ ସେବନ କରିବା ଦ୍ୱାରା ଶରୀରରେ ହେମୋଗ୍ଲୋବିନ ର ମାତ୍ରା ହ୍ରାସ ହୋଇଥାଏ, ଏବଂ ଆମେ ରକ୍ତ ହୀନତାର ଶିକାର ହୋଇଥାଉ l
* ଏହିସବୁ ଔଷଧ ହେୟାର ଫଳ ର ମଧ୍ୟ କାରଣ ହୋଇଥାଏ, ଏଥିରେ ରହୁଥିବା କେମିକାଲ ମଣିଷ କୁ ରୋଗ ରେ ପୀଡିତ କରାଇଥାଏ l
* କୃତ୍ରିମ ଉପାୟରେ ଆମେ ଓଜନ ହ୍ରାସ କରୁଥିବାରୁ ଏହା ଆମ ମସଲସ କୁ ଦୁର୍ବଳ କରିଦେଇ ଥାଏ, ଏଜିଙ୍ଗ ଓ ପିଗମେଣ୍ଟେସନ ର ମଧ୍ୟ କାରଣ ହୋଇଥାଏ l
* ଏହିସବୁ ଔଷଧ ଫ୍ୟାଟ ଅବଜର୍ବ କରିବାର କାରଣ ହୋଇଥାଏ, ଏହାକୁ ଦୀର୍ଘ ସମୟ ଧରି ସେବନ କରିବା ଦ୍ୱାରା ଖାଦ୍ୟରୁ ମିଳୁଥିବା ପୋଷାକ ତତ୍ୱ ବନ୍ଦ ହୋଇଯାଇ ଥାଏ l
* ଶରୀରରେ ଭିଟାମିନ କମି ହେବାର ସମ୍ଭାବନା ଅଧିକ ବଢ଼ିଯାଇ ଥାଏ, ଏବଂ ବଡି ମଧ୍ୟ ଠିକ ଭାବରେ ଫଙ୍କସନ କରିନଥାଏ l
– ଯଦି ଓଜନ ବୃଦ୍ଧି ର ସମୁଖୀନ ହେଉଛନ୍ତି ତେବେ ଓଜନ ହ୍ରାସ କରିବା ପାଇଁ ନିୟମିତ ପୋଷାକ ଯୁକ୍ତ ଭୋଜନ କରନ୍ତୁ,
– ନିଜ ଭୋଜନ ରେ ସବୁଜ ପନିପରିବା, ସତେଜ ଫଳ, ବିଭିନ୍ନ ଶସ୍ୟ ଜାତୀୟ ଖାଦ୍ୟ ସାମିଲ କରନ୍ତୁ l
– ନିୟମିତ ଭାବରେ ପ୍ରାଣାୟାମ, ଯୋଗାସନ, ସୂର୍ଯ୍ୟ ନମସ୍କାର ଇତ୍ୟାଦି କରନ୍ତୁ ଓ ସନ୍ଧ୍ୟା ସମୟରେ ଚାଲନ୍ତୁ l