Odisha news

ଏହି ୧୦ଟି ଜିନିଷକୁ ଛାଡି ଦିଅନ୍ତୁ ମାତ୍ର ୩ମାସ ପାଇଁ, ଦୂରେଇଯିବ ଆପଣଙ୍କ ଶରୀରରୁ ସମସ୍ତ ରୋଗ

0

ଆଜିକାଲି ମୋଟା ଲୋକ ହୁଅନ୍ତୁ କିମ୍ବା ପତଳା ଲୋକ ପ୍ରାୟ ସମସ୍ତେ କୌଣସି ନା କୌଣସି ରୋଗରେ ଆକ୍ରାନ୍ତ ହେଉଛନ୍ତି, କିନ୍ତୁ ଏହା ପଛରେ କଣ ରହିଛି କାରଣ ତାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଅନେକ ଅଧ୍ୟୟନ କରିଥିଲେ l ଏହାପରେ ବିଶେଷ ଭାବରେ ମଣିଷ ର ଖାଦ୍ୟପେୟ କୁ ଦାୟୀ କରାଯାଇ ଥିଲା l ଏହି ଅଧ୍ୟୟନ ରେ ବିଭିନ୍ନ ଆୟୁବର୍ଗ ର ୫୦ଜଣ ଲୋକ ଙ୍କୁ ଶାମିଲ କରାଯାଇ ଥିଲା, ଯିଏକି କୌଣସି ନା କୌଣସି ରୋଗରେ ପୀଡିତ ଥିଲେ l

ଏଥିରେ ସେମାନଙ୍କ ଜୀବନଶୈଳୀ ଓ ଖାଦ୍ୟପେୟ କୁ ଗୁରୁତ୍ୱ ଦିଆଯାଇଥିଲା l ଯାହାକି ତାଙ୍କ ଦୈନନ୍ଦିନ ଜୀବନ କୁ ପ୍ରଭାବିତ କରିବା ସହିତ ବିଭିନ୍ନ ରୋଗର କାରଣ ମଧ୍ୟ ହୋଇଥିଲା l ଆମେ ନିୟମିତ ଯାହା ଖାଦ୍ୟ ଖାଇଥାଉ ଓ ଯେଉଁ କାର୍ଯ୍ୟ କରିଥାଉ ତାହା ଜୀବନଶୈଳୀ କୁ ପ୍ରଭାବିତ କରିଥାଏ l ତେଣୁ ସେଥିପ୍ରତି ସମସ୍ତେ ସତର୍କ ରହିବା ମଧ୍ୟ ଜରୁରୀ l

ଏହି ଅଧ୍ୟୟନ ରେ ବିଶେଷ ଭାବରେ କୁହାଯାଇଥିଲା ଯଦି ପ୍ରତ୍ୟେକ ବ୍ୟକ୍ତି ମାତ୍ର ୩ମାସ ପାଇଁ ୧୦ ଟି ଖାଦ୍ୟ ପଦାର୍ଥ ନିକଟରୁ ଦୁରେଇ ରହିବେ ତେବେ ବିଭିନ୍ନ ପ୍ରକାରର ମାରାତ୍ମକ ବ୍ୟାଧି ଯେପରିକି ହାର୍ଟ ଷ୍ଟ୍ରୋକ, ବ୍ରେନ ଷ୍ଟ୍ରୋକ, ମଧୁମେହ, ଉଚରକ୍ତଚାପ, କୋଲେଷ୍ଟ୍ରଲ, କିଡ୍ନୀ ଫେଲିଓର ଭଳି ସମସ୍ୟାରୁ ଦୁରେଇ ରହିପାରିବେ l

– ଲୁଣ – ଧଳା ଲୁଣ ଛାଡି ସୈନ୍ଧବ ଲୁଣ ନିୟମିତ ଖାଆନ୍ତୁ l ଯାହାକି ଶରୀର ପାଇଁ ଖୁବ ଲାଭଦାୟକ l

– ତେଲ- ଆପଣ ରିଫାଇନାରୀ ତେଲ ବଦଳରେ ଦେଶୀ ଘିଅ କୁ ନିଜ ଖାଇବାରେ ସାମିଲ କରନ୍ତୁ କିମ୍ବା ସୂର୍ଯ୍ୟମୁଖୀ, ଅଲିଭ ଅଏଲ ମଧ୍ୟ ସେବନ କରିପାରିବେ l

– ଚିନି – ଚିନି ସ୍ଥାନରେ ନିଜ ଚା ରେ ଗୁଡ଼ ର ବ୍ୟବହାର କରନ୍ତୁ, ରିଫାଇନାରୀ ସ୍ଲଟ ଶରୀର ପାଇଁ କ୍ଷତିକାରକ l

– ଆଳୁ – ଆଳୁ ଖାଇବା କମାଇ ଦିଅନ୍ତୁ, ଏବଂ ଭାତ ମଧ୍ୟ କମ ଖାଆନ୍ତୁ l

– ମଇଦା – ମଇଦାରେ ପ୍ରସ୍ତୁତ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ, କାରଣ ଏହା ରିଫାଇନାରୀ ଖାଦ୍ୟ ଅଟେ l

– ବେସନ- ବେସନ କିମ୍ବା ବେସନ ରେ ପ୍ରସ୍ତୁତ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ l

–  ନିଶା- ବିଭିନ୍ନ ନିଶା ଯୁକ୍ତ ଦ୍ରବ୍ୟ ଠାରୁ ଦୁରେଇ ରହିବା ନିହାତି ଜରୁରୀ, ନଚେତ ଏହା ବିଭିନ୍ନ ବ୍ୟାଧି ଆଡକୁ ଟାଣି ନେବ l

– ଫାଷ୍ଟ ଫୁଡ- ବଜାରରେ ମିଳୁଥିବା ଫାଷ୍ଟ ଫୁଡ, ପ୍ରୋସେସଡ଼ ଫୁଡ, ଫ୍ରଜୋନ ଫୁଡ  ଠାରୁ ଦୂରତା ରଖନ୍ତୁ l

– ପ୍ୟାକେଟ ମିଲକ ପ୍ରଡକ୍ଟ – ଏହା ଶରୀର ପାଇଁ ଅନେକ ରୋଗର କାରଣ ହୋଇଥାଏ l

– ରେଡ ମିଟ – ରେଡ ମିଟ ଅନେକ ଗମ୍ଭୀର ରୋଗର କାରଣ ଅଟେ, ସେଠାରୁ ଦୁରେଇ ରହିବା ଜରୁରୀ l

Leave A Reply