Odisha news

ଇଣ୍ଟର ମିଡିଏଟ ଫାଷ୍ଟିଙ୍ଗ ସତରେ କଣ ଶରୀର ପ୍ରତି ପ୍ରାଣ ଘାତକ ? କଣ କହୁଛି ରିସର୍ଚ୍ଚ 

0
କଣ ଆପଣ ଓଜନ ହ୍ରାସ ପାଇଁ ଇଣ୍ଟରମିଡିଏଟ ଫାଂଷ୍ଟିଙ୍ଗ କରୁଛନ୍ତି l ଯଦି ହଁ ତେବେ ଆପଣ ସତର୍କ ହୋଇ ଯାଆନ୍ତୁ l ଆମେରିକାନ ହାର୍ଟ ଆସୋସିଏସନ ଦ୍ୱାରା ପ୍ରକାଶିତ ଖବର ଅନୁସାରେ ଗବେଷଣା ଅନୁସାରେ ଇଣ୍ଟରମିଡିଏଟ ଫଷ୍ଟିଙ୍ଗ ଦ୍ୱାରା ୯୧ ପ୍ରତିଶତ ପର୍ଯ୍ୟନ୍ତ ହୃଦ ରୋଗ ସମସ୍ୟା ବଢି ଯାଇଥାଏ l
ଇଣ୍ଟରମିଡିଏଟ ଫାଷ୍ଟିଙ୍ଗ କୁ ଯଦି ସହଜ ଭାଷାରେ ବୁଝିବାକୁ ଗଲେ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଖାଦ୍ୟ ଖାଇବା ଉଚିତ ନୁହେଁ l ଏଥିରେ ୧୬ ଘଣ୍ଟା ଉପବାସ ରଖା ଯାଇଥାଏ , ଏବଂ ୮ ଘଣ୍ଟା ଖାଦ୍ୟ ଖାଇବା ଜରୁରୀ , ଏହା ଓଜନ ହ୍ରାସ କରିଥାଏ l
କିନ୍ତୁ ଆମେରିକା ହାର୍ଟ ଅଶୋସିଏସନ୍   ଏହାକୁ ନେଇ ନୂତନ ତଥ୍ୟ ପ୍ରଦାନ କରିଛି l ଶିକାଗୋ ର ଗୋଟିଏ ମେଡିକାଲ ମିଟିଙ୍ଗ ରେ ପ୍ରଦାନ ହୋଇଥିବା ତଥ୍ୟ ଅନୁଯାୟୀ ଦିନ ରେ ମାତ୍ର ୮ ଘଣ୍ଟା ଖାଦ୍ୟ ଗ୍ରହଣ କରିବା ଦ୍ୱାରା ହୃଦ ଘାତ ପ୍ରତି ବିପଦ ୯୧ ପ୍ରତିଶତ ବଢି ଯାଇଥାଏ l
– ଏହି ଅଧ୍ୟୟନ ରେ ୨୦ ହଜାର ବୟସ୍କ ଙ୍କୁ ନେଇ ସାମିଲ କରାଯାଇ ଥିଲା l ଯେଉଁଥିରେ ୨୦୦୩ ରୁ ନେଇ ୨୦୧୯ ମଧ୍ୟରେ ହୋଇଥିବା ମୃତ୍ୟୁ ର କାରଣ ଇଣ୍ଟର୍ ମିଡ଼ିଏଟ ଫାଷ୍ଟିଙ୍ଗ ରହିଥିଲା l ଯାହାକି ହୃଦ ଘାତ କାରଣରୁ ହୋଇଥିଲା l
* ଅକ୍ଫୋର୍ଡ ବିଶ୍ୱ ବିଦ୍ୟାଳୟ ର ଅଧ୍ୟୟନ ଅନୁସାରେ ଇଣ୍ଟର  ମିଡ଼ିଏଟ ଫାଷ୍ଟିଙ୍ଗ ଦ୍ୱାରା ଶରୀର ର କ୍ୟାଲୋରି ବର୍ଣ ତ ହୋଇଥାଏ l କିନ୍ତୁ ଏହାର ଦୀର୍ଘ କାଳୀନ ଅଭ୍ୟାସ ଅସାଧ୍ୟ ରୋଗ ଆଡକୁ ଟାଣି ନେଇ ଥାଏ l
* ଏହି ଅଧ୍ୟୟନ ଅନୁସାରେ ଶରୀର ରୁ କ୍ୟାଲୋରି ତ ନଷ୍ଟ ହୋଇଥାଏ କିନ୍ତୁ ପୋଷାକ ତତ୍ୱ ମଧ୍ୟ ହ୍ରାସ ହୋଇଥାଏ l ଯାହାଦ୍ୱାରା କେଶ ଉପୁଡିବା,  ତ୍ୱଚା ର ଚମକ ନଷ୍ଟ , ଏବଂ ବ୍ଲଡ଼ ସୁଗାର ବୃଦ୍ଧିର କାରଣ ହୋଇଥାଏ l
* ଏହି ଅଧ୍ୟୟନ ରେ ଇଣ୍ଟର ମିଡ଼ିଏଟ ଫସ୍ତିଙ୍ଗ୍ କୁ ନେଇ କୁହାଯାଇଛି ଯେ ଏହି ଉପରେ ଅଧିକ ଅଧ୍ୟୟନ ର ଆବଶ୍ୟକତା ରହି ଛି l ଯାହାକି ବିଭିନ୍ନ ଶାରୀରିକ ସମସ୍ୟା ରୁ ରକ୍ଷା କରିଥାଏ l
Har Ghar Tiranga

Leave A Reply