କୋଣାର୍କ:-୨୯/୪ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଶୁକ୍ରବାର ଠାରୁ ପରୀକ୍ଷା ଆରମ୍ଭ ହୋଇ ଆସନ୍ତା ମେ ୧୦ ତାରିଖ ପର୍ଯ୍ୟନ୍ତଏହା ଜାରି ରହିବ। ପ୍ରବଳ ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟି ରେ ରଖି ସରକାର ପରୀକ୍ଷା ର ସିଟିଂ ରେ ପରିବର୍ତ୍ତନ ଆଣି ସକାଳ ୮ ରୁ ଦିନ ୧୦ ଟା ପର୍ଯ୍ୟନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୋଭିଡ ମହାମାରୀ ଯୋଗୁଁ ଗତ ଥର ଛାତ୍ରଛାତ୍ରୀ ଙ୍କ ପରୀକ୍ଷା ବାତିଲ ହୋଇଥିଲା ବେଳେ ଅଷ୍ଟମ ଓ ନବମ ଶ୍ରେଣୀ ପରୀକ୍ଷା ଫଳ କୁ ମିଶାଇ ଦଶମ ପରୀକ୍ଷା ଫଳ ପ୍ରକାଶ ହୋଇଥିଲା।ମାତ୍ର ଚଳିତ ବର୍ଷ କୋଭିଡ ର ପ୍ରକୋପ ହ୍ରାସ ପାଇଥିବାରୁ ଛାତ୍ରଛାତ୍ରୀ ମାନେ ସିଧାସଳଖ ପରୀକ୍ଷା କେନ୍ଦ୍ର ରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।
ପ୍ରଚଣ୍ଡ ଖରାକୁ ନଜର ରେ ରଖି ପରୀକ୍ଷା ହଲ ମଧ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଓ ପ୍ରଯ୍ୟାପ୍ତ ପରିମାଣ ର ଓଆରଏସ ପ୍ୟାକେଟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ତେବେ ଆଜିଠାରୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷାରେ ରାଜ୍ୟର ସର୍ବମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ନିଜର ଭାଗ୍ୟ ପରୀକ୍ଷା ଦେଉଛନ୍ତି। ରାଜ୍ୟରେ ବିଭିନ୍ନ ପରୀକ୍ଷା ହଲ ଗୁଡ଼ିକ ରେ ମୋଟ ୩୫ ହଜାର ରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟତ୍ରୀ ନିୟୋଜିତ ଅଛନ୍ତି। କପି ରୋକିବା ପାଇଁ ୩୮ ଟି ସ୍ପେଶାଲ ସ୍କ୍ୱାର୍ଡ ଗଠନ କରାଯାଇଛି। ଏହା ସହିତ ପରୀକ୍ଷା ହଲ ମଧ୍ୟକୁ ମୋବାଇଲ ଫୋନ ର ମଧ୍ୟ ବାରଣ କରାଯାଇଛି। ଆଜି ପ୍ରଥମ ଦିନରେ ପରୀକ୍ଷାର୍ଥୀ ମାନେ ଦ୍ବିତୀୟ ଭାଷା ଇଂରାଜୀ ପରୀକ୍ଷା ଦେଇଥିବା ନେଇ ସୂଚନା ରହିଛି। କୋଣାର୍କରେ ୪୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩ ଟି ପରୀକ୍ଷା କେନ୍ଦ୍ର ରେ ସକାଳ ୭ ଟା ରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ ଏବଂ ଆଜି ଇଂରାଜି ବିଷୟରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଇଥିଲେ I
କୋଣାର୍କ ଉଚ୍ଚ ବିଦ୍ୟାଳୟରେ ୧୨୯ ଜଣ ପରୀକ୍ଷା ଦେଇଥିଲାବେଳେ ୪ ଜଣ ଅନୁପସ୍ଥିତ, ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟରେ ୧୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲାବେଳେ ୧୫ ଜଣ ଅନୁପସ୍ଥିତ ଥିବା ଜଣାପଡିଛି।ଅନରୁପ ଭାବେସରକାରୀ ଉଚ୍ଚ ବିଦ୍ୟାଳୟରେ ୧୬୬ ଜଣ ପରୀକ୍ଷା ଦେଇଥିଲାବେଳେ ୧୨ ଜଣ ଅନୁପସ୍ଥିତ ଥିବା ଜଣାପଡିଛି I ପରୀକ୍ଷା ନିମନ୍ତେ ବିଦ୍ୟାଳୟ ପରିସରରେ କଡା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି I