Odisha news

ବିଦ୍ୟୁତ ପୋଲ ଉପରେ ଯୁବକଙ୍କ ଉନ୍ମତ କାଣ୍ଡ ଏକ ଘଣ୍ଟା ପରେ ଅଗ୍ନିସମବାହିନୀ  କରିଲା ରେସକ୍ୟୁ    

0

ଭଞ୍ଜନଗର ,୦୧ /୧୧  ଗଞ୍ଜାମ  ଜିଲ୍ଲା  ଭଞ୍ଜନଗର ସହରରେ ଆଜି ଏକ ଅଭାବନୀୟ  ଘଟଣା ଦେଖିବାକୁ ମିଳିଛି | ଭଞ୍ଜନଗର ଫୁଲବାଣୀ ଜାତୀୟରାଜପଥ ରେ ଥିବା ବନବିହାର ପାର୍କ ସମୁଖରେ ଏକ ଯୁବକଙ୍କ ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି | ବିଦ୍ୟୁତ ପୋଲୋ ଉପରେ  କୌଣସି କାରଣରୁ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି | ସୂଚନାପ୍ରକାର ଏକ ଟ୍ରକରେ ଜୁନାଗଡ଼ରୁ ବ୍ରହ୍ମପୁର ଅଭିମୁଖେ ୫ ଜଣ ଯୁବକ ଯାଉଥିବା ସମୟରେ ଅପରାହ୍ନ ୩ ଟା ସମୟରେ ଖାଇବା ପାଇଁ ଭଞ୍ଜନଗର ନିକଟ ବନବିହାର ପାର୍କ ସମୁଖରେ ଥିବା ହୋଟେଲ ରେ ରହିଥିଲେ ସେଠାରେ ଖାଇବାପରେ ହଠାତ ଅଶୋକ ମହାରଣା ନାମକ ଜଣେ ଯୁବକ ବାହାରକୁ ଆସି ଫୋନ ରେ କାହା ସହ କଥା ହେବାପରେ ବିଦ୍ୟୁତ ପୋଲୋ ଉପରେ ଚଢ଼ିଯାଇଥିବା ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି | ବିଦ୍ୟୁତ ପୋଲୋ ଉପରେ ଚଢିବା ପରେ ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀ  ଯୁବକକୁ   ତଳକୁ ଆସିବା ପାଇଁ କହିଥିଲେ ମଧ୍ୟ କାହା କଥା ଶୁଣିନଥିଲେ ବିଦ୍ୟୁତ ତାରକୁ ସଂପର୍ଶ କରିବା ଦ୍ୱାରା ବିଦ୍ୟୁତ ଆଘାତ ଯୁବକ ଜଣକ ପାଇଥିଲେ | ଏହାପରେ ସେଠାରୁ ଯୁବକକୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା | ଘଟଣାସ୍ଥଳରେ ପୋଲିସ ପହଞ୍ଚି କେଉଁ କାରଣରୁ ଯୁବକ ଜଣକ ବିଦ୍ୟୁତ ପୋଲୋ ଉପରେ ଚଢିଲେ ତାହା ତଦନ୍ତ କରୁଥିବା ଜଣାପଡିଛି | ଯୁବକଙ୍କ ସାଥିରେ ଥିବା ଅନ୍ୟ ଯୁବକଙ୍କୁ ଅଧିକ ପଚରାଉଚରା କରାଯାଉଥିବା ଜଣାପଡିଛି | ଘରୋଇ କଳହରୁ ଏହି ଭଳି ଯୁବକର  ଉନ୍ମତ କାଣ୍ଡ  ହୋଇଥିବା ସନ୍ଦେହ କରାଯାଉଛି ଅନ୍ୟପକ୍ଷରେ ଭଞ୍ଜନଗର ସହରରେ ଏହି ଭଳି ଘଟଣା ପ୍ରଥମ ଥର ହୋଇଥିବାରୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା |

Nalco

Leave A Reply