Odisha news

ସମସ୍ତ ପାପରୁ ମୁକ୍ତି ପାଇବା ପାଇଁ ପାପମୋଚନୀ ଏକାଦଶୀ ରେ କରନ୍ତୁ ଏହି ଉପାୟ

0

ପାପମୋଚନୀ ଏକାଦଶୀର ସମସ୍ତ ଏକାଦଶୀ ଠାରୁ ଅଧିକ ମହତ୍ୱ ରହିଛି l ଏହିଦିନ ଏକସଙ୍ଗରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଇ ଥାଏ l ଚଳିତ ଥର ପାପମୋଚନୀ ଏକାଦଶୀ ଅପ୍ରେଲ ୫ତାରିଖ ଶୁକ୍ରବାର ଦିନ ପାଳିତ ହେବ l ମାନ୍ୟତା ରହିଛି ଯେ ପାପମୋଚନୀ ଏକାଦଶୀ ରେ ବ୍ରତ କରିବା ଦ୍ୱାରା ଜଣା ହେଉ କିମ୍ବା ଅଜାଣତ ରେ କରିଥିବା ପାପ ରୁ ମୁକ୍ତି ମିଳିଥାଏ l ଏବଂ ଆପଣଙ୍କ ସଫଳତା ରେ ଆସୁଥିବା ବାଧା ମଧ୍ୟ ଦୂର ହୋଇଥାଏ l ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଭଗବାନ ବିଷ୍ଣୁ ଙ୍କର ଏହି ଏକାଦଶୀ ଟି ଖୁବ ପ୍ରିୟ ଅଟେ l

* ପାପମୋଚନୀ ଏକାଦଶୀ ରେ ଉପାୟ –
= ପାପମୋଚନୀ ଏକାଦଶୀ ରେ ତୁଳସୀ ମାତାଙ୍କୁ ନୂତନ ବସ୍ତ୍ର ଓ ଶଙ୍ଖା ସିନ୍ଦୁର ଦେଇ ପୂଜା କରିବା ଦ୍ୱାରା ଆପଣଙ୍କ ଘର ଖରାପ ନଜର ରୁ ଦୁରେଇ ରହିଥାଏ l ଏବଂ ଘର ପରିବାର ରେ ସୁଖ ସମ୍ପନ୍ନତା ରହିଥାଏ l

= ପାପମୋଚନୀ ଏକାଦଶୀ ଦିନ ସନ୍ଧ୍ୟା ସମୟ ରେ ଘରର ମୁଖ୍ୟ ଦ୍ୱାରରେ ୯ଟି ବତୀ ଥିବା ଦୀପ ଟିଏ ଲଗାଇ ରଖନ୍ତୁ l ଏପରି କରିବା ଦ୍ୱାରା ଆପଣଙ୍କ ଘର ଆଡକୁ ମାତା ଲକ୍ଷ୍ମୀଙ୍କ କୃପା ଆକର୍ଷିତ ହୋଇଥାଏ l ଏବଂ ଆପଣଙ୍କ ସୁଖରେ ବୃଦ୍ଧି ହୋଇଥାଏ ଏବଂ ମା ଲକ୍ଷ୍ମୀ ସର୍ବଦା ଆପଣଙ୍କ ସହିତ ରହି ଥାଆନ୍ତି l

= ପାପମୋଚନୀ ଏକାଦଶୀ ରେ ଗୋଟିଏ ଘିଅ ଦୀପ ଜଳାଇ ଭାବଗବାନ ବିଷ୍ଣୁଙ୍କ ନିକଟରେ ରଖି ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ, ଏପରି କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ l ଏବଂ ଘର ପରିବାର ର ସମସ୍ତ ବିଘ୍ନ ଦୂର ହୋଇଥାଏ l ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସୁରୁଖୁରୁ ରେ ହୋଇଯାଇ ଥାଏ l

= ଏକଦଶୀ ରେ ଚାଉଳ ସ୍ପର୍ଶ କରିବା ଉଚିତ ନୁହେଁ, କିନ୍ତୁ ପାପମୋଚନୀ ଏକାଦଶୀ ରେ ଚାଉଳ ଦାନ କରିବା ଦ୍ୱାରା ଶୁଭ ଅଟେ l ଏବଂ ଏହି ପୂଜା ରେ ଚାଉଳ ରଖି ତା ଉପରେ ଦୀପ ରଖି ଭଗବାନ ବିଷ୍ଣୁ ଙ୍କୁ ଆରାଧନା କରନ୍ତୁ l ଏହା କରିବା ଦ୍ୱାରା ଜୀବନ ରେ କଦାପି ଧନର ଅଭାବ ହୋଇନଥାଏ l

Har Ghar Tiranga

Leave A Reply