ଅପ୍ରେଲ ୧0 ତାରିଖକୁ ଆମ ଭାରତରେ ରାଷ୍ଟ୍ରୀୟ ରସୁଣ ଦିବସ ଭାବେ ଘୋଷଣା କରାଯାଇଛି l ଅନୁଧ୍ୟାନରୁ ଜଣାପଡିଛି ଯେ ସାରା ଦୁନିଆରେ ୩00 ପ୍ରକାରରୁ ବି ଅଧିକ କିସମର ରସୁଣ ମିଳିଥାଏ l ପ୍ରଥମ ଓ ଦୁତୀୟା ବିଶ୍ୱ ଯୁଦ୍ଧରେ ରସୁଣାକୁ ଏକ ଆଣ୍ଟିସେପ୍ଟିକ ଭାବରେ କ୍ଷତ ଗୁଡିକ ସଂକ୍ରମଣ ନ ହେବାପାଇଁ ବ୍ୟବହାର କରା ଯାଉଥିଲା l କୁହା ଯାଇଥାଏ ଯେ ରୋମ ଓ ଗ୍ରୀକର ସୈନ୍ୟମାନେ ଯୁଦ୍ଧକୁ ଯିବା ଆଗରୁ ରସୁଣ ସେବନ କରି ଯାଉଥିଲେ l ରସୁଣରେ ଏତେ ଗୁଡିଏ ପ୍ରକାରକୁ ଦୁଇଟି ଭିଭାଗରେ ବିଭକ୍ତ କରାଯାଇଛି ,ଗୋଟିଏ ହେଲା ସଫଟନେକ ଓ ଅନ୍ୟଟି ହାର୍ଡ଼ନେକ l
ସଫଟନେକ ହେଲା ଯାହାକୁ ଆମେ ନିୟମିତ ଆମ ରୋଷେଇ ଘରେ ବ୍ୟବହାର କରିଥାଉ l ଏହି ପ୍ରକାରର ରସୁଣ ଅନେକ ଦିନ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖାଯାଇ ପlରେ ,ଆୟୁର୍ବେଦ ଅନୁସାରେ ରସୁଣ ଯେତେ ପୁରୁଣା ହେବ ତାର ରୋଗ ପ୍ରତିରୋଧକ କ୍ଷମତା ସେତେ ବଢିବ l ହାର୍ଡ଼ନେକ ରସୁଣ ବେଶିଦିନ ପର୍ଯ୍ୟନ୍ତ ସଂରକ୍ଷଣ ହୋଇ ରହି ପାରେନା ଓ ଏହାର ସ୍ୱାଦ ମଧ୍ୟ ସାମାନ୍ୟ ଅଲଗା ପ୍ରକାରର l ହାର୍ଡ଼ନେକ ପ୍ରଜାତିର ରସୁଣ ହିମାଳୟର ତଳି ଅଂଚଳରେ ଚାଷ କରାଯାଏ l
* ଓଜନ କମାଇବାରେ ସାହାଯ୍ୟ କରେ -ଆଜିକାଲିର ମୁଖ୍ୟ ସମସ୍ୟା ହେଲା ଓଜନ ବଢିବା l ରସୁଣ ଶରୀରର ବଢୁଥିବା ଓଜନକୁ ନିୟନ୍ତ୍ରଣ କରିଥଏ l ରସୁଣରେ ଆଣ୍ଟି ଓଵେଶୀଟି ଗୁଣ ଥିବା ହେତୁ ଶରୀରରେ ଗରମ ବଢାଇବାକୁ ସାହାଯ୍ୟ କରେ l ଯାହା ଫଳରେ ଆମ ଶରୀରରେ ଥିବା ଅଧିକ ମାତ୍ରାର ଚର୍ବି ନଷ୍ଟ କରିଥାଏ l
* ହାଇବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରେ – ଘରୋଇ ଉପାୟ ଦ୍ୱାରା ରସୁଣକୁ ହାଇବ୍ଲଡ଼ ପ୍ରେସର ରୋଗୀ ମାନେ ବ୍ୟବହାର କରିଥାନ୍ତି l ସାଧାରଣତଃ ରସୁଣରେ ଵlୟୋଆକ୍ଟିଭି ସଲଫର ନାମକ ଯୌଗିକ ତତ୍ୱ ଓ ଏସ -ଏଲିସିଷ୍ଟନ ମିଳିଥାଏ ଯାହା ଉଚ୍ଚ ରକ୍ତଚାପ ଓ ନିମ୍ନ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ l ଶରୀରରେ ସଲଫର ର ମାତ୍ର କମିଯିବ ଦ୍ୱାରା ମଧ୍ୟ ଆମେମାନେ ଉଚ୍ଚ ରକ୍ତଚାପର ଶିକାର ହୋଇଥାଉ l
* କୋଲେଷ୍ଟ୍ରଲ କୁ ନିୟନ୍ତ୍ରଣ କରେ -ଆମେରିକାର ବୈଜ୍ଞାନିକ ମାନେ ଏକ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି ଯେ ପୁରୁଣା ରସୁଣ ସେବନ କରିବା ଦ୍ୱାରା ଶରୀରରେ ଏଲ ଡି ଏଲ କୋଲେଷ୍ଟ୍ରଲ ଯାହାକି ଏକ କ୍ଷତିକାରକ କୋଲେଷ୍ଟ୍ରଲର ସ୍ତରକୁ କମ କରିବାରେ ସାହାଯ୍ୟ କରେ l
* ଆଣ୍ଟୁଗଣ୍ଠି ଯନ୍ତ୍ରଣା ପାଇଁ ରସୁଣ -କଞ୍ଚା ରସୁଣ କିମ୍ବା ରସୁଣଯୁକ୍ତ ଔଷଧ ସେବନ କରିବା ଦ୍ୱାରା ଶରୀରରେ କ୍ୟାଲସିୟମ ର ମାତ୍ରାକୁ ଠିକ ରଖିବାରେ ସାହାଯ୍ୟ କରେ,ଯାହା ଦ୍ୱାରା ଅଷ୍ଟ୍ରିୟୋପୋରସିସ ସମସ୍ୟାରୁ ଆରାମ ଦେଇଥାଏ l ଏହା ବ୍ୟତୀତ ରସୁଣରେ ଆଣ୍ଟି ଇନଫ୍ଲେମେଟାରି ଓ ଆଣ୍ଟି ଅର୍ଥରାଇଟିକ ଗୁଣ ରହିଥାଏ ,ଯାହାଦ୍ୱାରା ଆଣ୍ଠୁଗଣ୍ଠି ରୋଗରୁ ଆରାମ ମିଳେ l
* ରୋଗ ପ୍ରତିରୋଧକ କ୍ଷମତା ବଢ଼ାଏ -ଶରୀରକୁ ସୁସ୍ଥ ରଖିବା ପାଇଁ ଆମର ଇମ୍ୟୁନ ପାୱାରକୁ ଠିକ ରଖିବା ଆବଶ୍ୟକ l ଯଦି ଆମେ ପ୍ରତିଦିନ ଆମ ଖାଦ୍ୟରେ କଞ୍ଚା ରସୁଣ କିଛି ଚୋବାଇ ଖାଇବା ତେବେ ଆମର ରୋଗ ପ୍ରତିରୋଧକ କ୍ଷମତା ସୁଦୃଢ ହେବ l କିନ୍ତୁ ଏହି ରସୁଣ ପୁରୁଣା ହୋଇଥିବା ଆବଶ୍ୟକ l