Odisha news

୧୨ ତାରିଖ ଠାରୁ ପୂର୍ବତଟ ରେଳପଥରୁ ଆହୁରି ଅତିରିକ୍ତ ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ : ଆସନ୍ତୁ ଜାଣିବା ପୁରା ଟ୍ରେନ୍ ର କାର୍ଯ୍ୟ ଶୁଚି

0
* ଆହୁରି ତିନିଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ ପୂର୍ବତଟ ରେଳପଥରୁ ଚଳାଚଳ କରିବ  I

* ପୂର୍ବତଟ ରେଳପଥରୁ ସମୁଦାୟ ୮ ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ  I

* ସ୍ୱତନ୍ତ୍ର ଟ୍ରେନ ଗୁଡିକ ହେଲା ଖୋର୍ଦ୍ଧା ରୋଡ଼ ରୁ ଅହମଦାବାଦ, ଓ଼ଖା ଓ ଗାନ୍ଧୀଧାମ ମଧ୍ୟରେ  I

* ଭୁବନେଶ୍ୱର ରୁ ଦୁର୍ଗ ଓ ଅହମଦାବାଦ ସ୍ୱତନ୍ତ୍ର ଟ୍ରେନ  I

* କୋର୍ବା ଓ ବିଶାଖାପାଟଣା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ I

* ପୂର୍ବତଟ ରେଳପଥ ମଧ୍ୟଦେଇ ହାଓଡ଼ା ଓ ତ୍ରିଚିରାପଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ I

* ୧୨ ସେପ୍ଟେମ୍ବର ଠାରୁ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ I

* ୧୦ ସେପ୍ଟେମ୍ବର ଠାରୁ ବିଭିନ୍ନ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ବୁକିଙ୍ଗ କରାଯିବ I

01.      ଖୋର୍ଦ୍ଧା ରୋଡ଼-ଅହମଦାବାଦ-ଖୋର୍ଦ୍ଧାରୋଡ଼ସ୍ୱତନ୍ତ୍ର ଟ୍ରେନ (02843/02844)

ଖୋର୍ଦ୍ଧା ରୋଡ଼ ରୁ ସେପ୍ଟେମ୍ବର ୧୨ ତାରିଖ ଠାରୁ ପ୍ରତି ମଙ୍ଗଳ, ଗୁରୁ, ଶୁକ୍ର ଓ ଶନିବାର ଦିନ ମାନଙ୍କରେ ସନ୍ଧ୍ୟା ୬ଘ.୪୦ମି.ରେ ଛାଡିବ ଏବଂ ଅହମଦାବାଦ ଠାରୁ ସେପ୍ଟେମ୍ବର ୧୪ ତାରିଖରୁ ପ୍ରତି  ସୋମ, ଗୁରୁ, ଶନି ଓ ରବିବାର ଦିନମାନଙ୍କରେ ସନ୍ଧ୍ୟା ୬ଘ.୪୦ମି.ରେ ଛାଡିବ  I

ରହଣି  – ଖୋର୍ଦ୍ଧାରୋଡ଼ ଓ ଅହମଦାବାଦ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ଼, ବାଗବାହାର, ମହାସମୁନ୍ଦ, ରାଇପୁର, ଭିଲାଇ ପାୱାର ହାଉସ, ଦୁର୍ଗ ସହିତ ୱର୍ଧା, ନାଗପୁର, ଭୁଷାବଲ, ସୁରଟ ଓ ବରୋଦା ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ I

02.       ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧାରୋଡ଼ସ୍ୱତନ୍ତ୍ର ଟ୍ରେନ (08401/08402)

ଖୋର୍ଦ୍ଧା ରୋଡ଼ ରୁ ସେପ୍ଟେମ୍ବର ୧୩ ତାରିଖ ଠାରୁ ପ୍ରତି ରବିବାର ଦିନ ପୂର୍ବାହ୍ନ ୧୦ଘ.୪୦ମି.ରେ ଛାଡିବ ଏବଂ ଓ଼ଖା ଠାରୁ ସେପ୍ଟେମ୍ବର ୧୬ ତାରିଖରୁ ପ୍ରତି ବୁଧବାର ସକାଳ ୮ ଘ.୩୦ମି.ରେ ଛାଡିବ  I

ରହଣି  – ଖୋର୍ଦ୍ଧାରୋଡ଼ ଓ ଅହମଦାବାଦ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପାଟଣା, ବିଜୟୱାଡା, ୱର୍ଧା, ସୁରଟ, ବରୋଦା, ରାଜକୋଟ ଓ ଦ୍ଵାରକା ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ I

03.      ଗାନ୍ଧୀଧାମ-ଖୋର୍ଦ୍ଧାରୋଡ଼-ଗାନ୍ଧୀଧାମ ସ୍ୱତନ୍ତ୍ର ଟ୍ରେନ  (02973/02974)

ଗାନ୍ଧୀଧାମ ରୁ ସେପ୍ଟେମ୍ବର ମାସ ୧୬ ତାରିଖ ପ୍ରତି ବୁଧବାର ରାତ୍ର ୧୧ ଘଟିକାରୁ ଛାଡିବ ଏବଂ ଖୋର୍ଦ୍ଧା ରୋଡ଼ ରୁ ସେପ୍ଟେମ୍ବର ମାସ ୧୬ ତାରିଖଠାରୁ ପ୍ରତି ଶନିବାର ପୂର୍ବାହ୍ନ ୧୧ଘ.୪୦ମି.ରେ ଛାଡିବ I

ରହଣି  – ଖୋର୍ଦ୍ଧାରୋଡ଼ ଓ ଗାନ୍ଧୀଧାମ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ମହାସମୁନ୍ଦ, ରାଇପୁର, ଦୁର୍ଗ ସହିତ ୱର୍ଧା, ନାଗପୁର, ଭୁଷାବଲ, ସୁରଟ, ବରୋଦା ଓ ଅହମଦାବାଦ ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ I

ସେପ୍ଟେମ୍ବର ମାସ ୧୨ ତାରିଖ ଠାରୁ ପୂର୍ବରୁ ଘୋଷିତ ହୋଇଥିବା ଟ୍ରେନ ଗୁଡିକ ହେଲା…..

 04.      ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ  (08425/08426)

ସେପ୍ଟେମ୍ବର ୧୨ ତାରିଖ ଠାରୁ ଭୁବନେଶ୍ୱର ରୁ ସନ୍ଧ୍ୟା ୭ ଘ. ୫୫ମି.ରେ ଛାଡିବ ଏବଂ ସେପ୍ଟେମ୍ବର ୧୩ ତାରିଖ ଠାରୁ ଅପରାହ୍ନ ୪ ଘ.୧୦ମି.ରେ ଦୁର୍ଗ ଠାରୁ ଛାଡିବ  I

05. ରାୟଗଡା ମାର୍ଗ ଦେଇ ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ (08518/08517)

ସେପ୍ଟେମ୍ବର ମାସ ୧୨ ତାରିଖ ଠାରୁ ବିଶାଖାପାଟଣା ରୁ ସନ୍ଧ୍ୟା ୮ ଘ. ୦୫ମି. ରେ ଛାଡିବ ଏବଂ ସେପ୍ଟେମ୍ବର ମାସ ୧୩  ତାରିଖ ଠାରୁ କୋର୍ବା ରୁ ଅପରାହ୍ନ ୪ ଘ.୧୦ମି.ରେ ଛାଡିବ I

06. ଭୁବନେଶ୍ୱର-ଅହମଦାବାଦ-ଭୁବନେଶ୍ୱର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ  (08405/08406)

ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ଭୁବନେଶ୍ୱର ରୁ ପ୍ରତି ବୁଧବାର ସନ୍ଧ୍ୟା ୬ ଘଟିକାରେ ଛାଡିବ ଓ ସେପ୍ଟେମ୍ବର ମାସ ୧୮ ତାରିଖ ଠାରୁ ଅହମଦାବାଦ ଠାରୁ ପ୍ରତି ଶୁକ୍ରବାର ସନ୍ଧ୍ୟା ୬ ଘ. ୪୦ମି,ରେ ଛାଡିବ I

07. ତିରୁଚିରାପଲ୍ଲୀ-ହାଓଡ଼ା-ତିରୁଚିରାପଲ୍ଲୀ ଦ୍ବି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ  (02664/02663)

ସେପ୍ଟେମ୍ବର ମାସ ୧୫ ତାରିଖ ଠାରୁ ତିରୁଚିରାପଲ୍ଲୀ ଠାରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଦିନ ଅପରାହ୍ନ ୪ ଘ.୨୦ମି,ରେ ଛାଡିବ ଓ ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ହାଓଡ଼ାରୁ ପ୍ରତି ଗୁରୁବାର ଓ ରବିବାର ଅପରାହ୍ନ ୪ ଘ.୧୦ମି.ରେ ଛାଡିବ I

08. ଗୌହାଟୀ-ବାଙ୍ଗାଲୋର-ଗୌହାଟୀ ତ୍ରି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ  (02509/02510)

ସେପ୍ଟେମ୍ବର ମାସ ୧୩ ତାରିଖ ଠାରୁ ଗୌହାଟୀ ରୁ ପ୍ରତି ରବି, ସୋମ, ମଙ୍ଗଳ ଦିନ ମାନଙ୍କରେ ସକାଳ ୬ ଘ.୨୦ମି.ରେ ଛାଡିବ ଏବଂ ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ବାଙ୍ଗାଲୋର କେଣ୍ଟ ରୁ ପ୍ରତି ବୁଧ, ଗୁରୁ ଓ ଶୁକ୍ରବାର ଦିନ ମାନଙ୍କରେ ରାତ୍ର ୧୧ ଘ. ୪୦ମି.ରେ ଛାଡିବ I

* ଉଭୟ ରେଳବାଇ ଯାତ୍ରୀ ସଂରକ୍ଷଣ କେନ୍ଦ୍ର ଓ ଆଇଆରସିଟିସି ୱେବ ସାଇଟ ରୁ ଟିକେଟ ଉପଲବ୍ଧ ହୋଇପାରିବ I  


* କେବଳ ସଂରକ୍ଷିତ ଯାତ୍ରୀମାନେ ଟ୍ରେନ ରେ ଯାଇପାରିବେ I

* ପୂର୍ବରୁ ଚାଲୁଥିବା ନୂଆଦିଲ୍ଲୀ ରୁ ଭୁବନେଶ୍ୱର, ଭୁବନେଶ୍ୱର ରୁ ମୁମ୍ବାଇ, ଭୁବନେଶ୍ୱର ରୁ ହାଓଡ଼ା/ସିଆଲଦI
ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୂର୍ବ ନିର୍ଧାରିତ ସମୟାନୁସାରେ ଚଳାଚଳ କରିବ I

Leave A Reply